Movie prime

ଚିଙ୍ଗୁଡ଼ି ପାଇଁ ମୋ ସାମ୍ନାରେ ମୋ ସ୍ତ୍ରୀ ସହିତ ଯାହା କଲେ ମୁଁ କ୍ୟାମେରା ଆଗରେ କହି କରିବିନି

 
Tg
ଫିଲ୍ମ୍ ଷ୍ଟାଇଲ ରେ ମୁଣ୍ଡରେ ବନ୍ଧୁକ ଲଗାଇ ଅପହରଣ କରିଥିଲେ ଦୃର୍ବୁତ୍ତ ମାନେ। ସେତିକିରେ ସେମାନଙ୍କ ମନ ଶାନ୍ତି ହୋଇ ନଥିଲା ଯେ ପୁଣି ବେକରେ ଛୁରୀ ଲଗାଇ ବ୍ୟକ୍ତି ଜଣକୁ ମାରିବାକୁ ବସିଥିଲେ। ସାମାନ୍ୟ ଚିଙ୍ଗୁଡ଼ି ଗାଡିଆ ପାଇଁ ଏଭଳି ଘଟଣା ଘଟି ଯାଇଛି। ଆଉ ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କ ମଧ୍ୟରୁ କିଏ ସତ କହୁଛି ଆଉ କିଏ କିଛ କହୁଛି ତାହା ଏତେ ଶୀଘ୍ର କହିବା ସମ୍ଭବ ନୁହେଁ।
Hh
ଜଣେ ଫିଲ୍ମ୍ ଷ୍ଟାଇଲ ରେ ମୁଣ୍ଡରେ ବନ୍ଧୁକ ଲଗାଇ ଅପହରଣ କରିବା ଓ ବେକରେ ଛୁରୀ ଲଗାଇ ଜୀବନରୁ ମାରିଦେବା ର ଧମକ ଦେଖାଇବା, ଜମି ବାଡ଼ି ଘର ରେଜିଷ୍ଟର କରାଇବା ଆଉ ଘର ଆଗରେ ଅଳିଆ ଆବର୍ଜନା ପକାଇବା ଅଭିଯୋଗ କରିଥିବା ବେଳେ ଅନ୍ୟ ଜଣେ ସେ ତାଙ୍କ ନାମରେ ମିଛ କହୁଛନ୍ତି ବୋଲି ସାମ୍ୱାଦିକ ସମ୍ମିଳନୀରେ କହିଥିଲେ। ସୁଚନା ମୁତାବକ ବାଲେଶ୍ଵର ଜିଲ୍ଲାର ବସ୍ତା ଓ ବାଲିଆପାଳ ଦୁଇଟି ବ୍ଲକ ମଧ୍ୟରେ,
Bb
ଏଭଳି ଘଟଣା ଦେଖିବାକୁ ମିଳିଛି।ବ୍ୟକ୍ତି ଜଣକ ବେକରେ ଛୁରା ଓ ବନ୍ଧୁକ ରଖି ସେମାନେ ନେଇ ଯାଇଥିଲେ। ଆଉ ତାଙ୍କୁ ରାସ୍ତା ସାରା ଖୁବ୍ ନିର୍ଯାତନା ଦେଇ ଥିଲେ। ଏହାପରେ ସେ ରାସ୍ତାରେ ଏକ ପୋଲିସ ଫାଣ୍ଡି ଦେଖିଥିଲେ ଆଉ ଚେଷ୍ଟା କରିଥିଲେ କି ସେଠାରୁ ସେ ବାହାରିକି ଚାଲି ଯିବାକୁ ମାତ୍ର ସେଠାରେ ହିଁ ତାଙ୍କୁ ସେମାନେ ଅଟକ ରଖି ଦେଇଥିଲେ। ତାଙ୍କୁ ଛାଡ଼ି ନଥିଲେ। ଏହାପରେ ଏକ ପେଟ୍ରୋଲ ଟ୍ୟାଙ୍କ ନିକଟକୁ ଯାଇ ଗାଡ଼ିରେ ପେଟ୍ରୋଲ ପକାଇ ଥିଲେ।
ବ୍ୟକ୍ତି ଜଣକ ଦୌଡ଼ି ପଳାଇବାକୁ ଚେଷ୍ଟା କଲେ । ଆଉ ବଞ୍ଚାଅ ବଞ୍ଚାଅ ବୋଲି ଖୁବ୍ ଚିତ୍କାର କରୁଥିଲେ। ମାତ୍ରା ସେଦିନ ସତେ ଯେମିତି ସମସ୍ତେ ମାନବିକତା ଭୁଲି ଯାଇଥିଲେ। ପୁଣି ତାଙ୍କୁ ଆଉ ଏକ କାର ରେ ଉଠାଇ ନେଇ ଯାଇଥିଲେ। ସେଠାରେ ପିଲାଙ୍କୁ ସେ ଜାଣି ପାରି ନଥିଲେ। ଏଭଳି କି ତାଙ୍କୁ ବାରମ୍ବାର ଧମକ ଦିଆ ଯାଉଛି କି ତାଙ୍କୁ ଜୀବନରୁ ମାରି ଦେବା ପାଇଁ। ଖୁବ୍ ଗାଳି ଗୁଲଜ କରୁଛନ୍ତି ମଧ୍ୟ। ଏଭଳି ଅଭିଯୋଗ କରିଥିବା ବେଳେ ଅନ୍ୟପକ୍ଷେ ଏହାକୁ ଖଣ୍ଡନ କରିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.