Movie prime

ଚିନ୍ତା ରେ ରହୁଛନ୍ତି ଫ୍ୟାନ... କାଟ୍ରିନା ଙ୍କ ଦେହ କଣ ଖରାପ!!

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। 
Bb
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ତେବେ ବନ୍ଧୁଗଣ ବର୍ତମାନ ଏକ ଖବର ସାମ୍ନାକୁ ଆସିଛି। ଦେଖିବାକୁ ମିଳିଛି ଯେ, ବଲିଉଡ ଅଭିନେତ୍ରୀ କଟ୍ରିନା କୈଫ ସବୁବେଳେ ନିଜ ଫିଲ୍ମ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ଗତ କିଛି ମାସ ହେବ ସେ କୌଣସି ଫିଲ୍ମରେ ନଜର ଆସିନଥିବା ବେଳେ ଏବେ ସେ ଏକ ଇଭେଣ୍ଟକୁ ଯାଇଥିବାର ଭିଡିଓ ଭାଇରାଲ ହେଉଛି। 
Bg
ଭିଡିଓରେ ‌କଳା ରଙ୍ଗର ପ୍ୟାଚ୍ ତାଙ୍କ ହାତରେ ଥିବାରୁ କଟ୍ରିନାଙ୍କର କ’ଣ ହୋଇଛି ବୋଲି ଭାବି ଚିନ୍ତାରେ ପ୍ରଶଂସକ। ଭିଡିଓ ଭାଇରାଲ ହେବା ପରେ କଟ୍ରିନା ସୁସ୍ଥ ନଥିବା ନେଇ ପ୍ରଶଂସକ ସନ୍ଦେହ କରୁଥିବା ବେଳେ ଏଭଳି ପ୍ୟାଚ୍ ଲାଗିବା ପଛର କାରଣ ପଚାରିବାରେ ଲାଗିଛନ୍ତି। ସୂଚନା ମୁତାବକ, କଟ୍ରିନା ଏକ ନବରାତ୍ରୀ ଇଭେଣ୍ଟକୁ ଯୋଗ ଦେବାକୁ ଯାଇଥିବା ବେଳେ ତାଙ୍କ ହାତରେ କଳା ରଙ୍ଗର ପ୍ୟାଚ୍ ଦେଖିବାକୁ ମିଳିଥିଲା। 
କୁହାଯାଉଛି ଯେ, ଏଭଳି ପ୍ୟାଚ୍ ମଧୁମେହ ଥିବା ରୋଗୀ ବ୍ୟବହାର କରନ୍ତି। ରକ୍ତରେ ସର୍କରା ସ୍ତର ଯାଞ୍ଚ କରିବା ପାଇଁ ରୋଗୀକୁ ଏଭଳି ପ୍ୟାଚ୍ ଦିଆଯାଏ। କିଛି ଲୋକ ଏହି କଳା ପ୍ୟାଚଟି ଫିଟନେସ ଯାଞ୍ଚରେ ବ୍ୟବହାର କରାଯାଏ ବୋଲି ଦାବି କରିଛନ୍ତି। ତେବେ କଟ୍ରିନାଙ୍କର ମଧୁମେହ ଅଛି କି ନାହିଁ ଓ ସେ କେଉଁ କାରଣ ପାଇଁ ଏହି ପ୍ୟାଚ୍ ପିନ୍ଧିଛନ୍ତି ତାହା ସାମ୍ନାକୁ ଆସିନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.