ସାଇକଲ ପାଖରେ ଗଡୁଥିଲା ନବମ ଶ୍ରେଣୀ ପୁଅର ମୁଣ୍ଡ ଘର ଭିତରେ ଲୁଚିଥିଲା ହ-ତ୍ୟା-କାରୀ ଆଉ ତାପରେ
Mar 23, 2025, 14:18 IST

ଆଜିକାଲି ସମାଜରେ ଏଭଳି ସବୁ ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସମାଜରେ ଏଭଳି କିଛି ଘଟଣା ଘଟିଛି ଯାହା ଶୁଣିଲେ ଆପଣ ମୁଣ୍ଡରେ ହାତ ଦେବେ । ଗୋଟିଏ ସାଙ୍ଗ ଅନ୍ୟ ସାଙ୍ଗ ପାଇଁ ଜୀବନ ଦେଇ ଦେଇଥାଏ । ବନ୍ଧୁତା ଏହି ଦୁନିଆରେ ସବୁଠାରୁ ଭଲ ଆଉ ସତ୍ୟର ସମ୍ପର୍କ ଅଟେ । ଆଉ ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଯେଉଁ ଘଟଣା ବିଷୟରେ ଶୁଣିବେ ତାହା ଶୁଣିଲେ ବନ୍ଧୁତା ଉପରୁ ବିଶ୍ବାସ ଉଠିଯିବ । ଜଙ୍ଗଲ ଭିତରେ ନବମ ଶ୍ରେଣୀରେ ପାଠ ପଢୁଥିବା ପୁଅର ମୁଣ୍ଡ ଗଡୁଥିବାର ଦେଖା ଯାଇଥିଲା ।

ଜଙ୍ଗଲରେ ତଳେ ସାଇକେଲ ପଡ଼ିଥିଲା ଆଉ ସାଇକେଲ ପାଖରେ ପିଲାଟିର ମୁଣ୍ଡ ପଡ଼ିଥିଲା ।ଏହି ପୁଅ ଜଣକ ସହିତ କିଏ ଏଭଳି କାଣ୍ଡ କରିଥିଲା ସେ ଆଜି ଧରା ପଡ଼ିଛି । ଏହି ଘଟଣା ରବିବାର ଦିନ ଘଟିଥିଲା । ରବିବାର ଦିନ ଗାଁ ଲୋକ ରୁଣ୍ଡ ହେଉଥିଲେ ଆଉ ସେଠାରେ ପୋଲିସ ମଧ୍ୟ ଥିଲେ । କିଏ ଆଉ କାହିଁକି ଏହି ନବମ ଶ୍ରେଣୀର ପୁଅକୁ ମାରିଦେଲା ? ଏହାକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି । ଏହି ଘଟଣା ବିଷୟରେ ଯେ କେହିବି ଶୁଣିବ ଆଶ୍ଚର୍ଯ୍ୟ ହୋଇଯିବ ।

ନବମ ଶ୍ରେଣୀର ପୁଅ ସମୀରକୁ ତାର ସାଙ୍ଗ ବିଶାଳ ବୁଲିବାକୁ ଡାକିଥିଲା । ଏହାପରେ ସମୀର ହାତରେ ମୋବାଇଲ ଆଉ ସାଇକେଲ ନେଇ ବିଶାଳ ସହ ବୁଲିବାକୁ ଯାଇଥିଲା । କିନ୍ତୁ ସମୀର ଜାଣି ନଥିଲା ତାର ଏହି ବିଶାଳ ନାମକ ସାଙ୍ଗ ତାସହ ଏଭଳି କିଛି କାଣ୍ଡ କରିବ । ସମୀରର ବାପା ସମୀର ପାଇଁ ଗୋଟିଏ ମୋବାଇଲ କିଣିଥିଲା । ଆଉ ସମୀର ସେହି ଫୋନରେ ଫ୍ରି ଫାୟାର ଗେମ୍ ଖେଳୁଥିଲା । ଆଉ ସେ ତାର ସାଙ୍ଗମାନେ ମାଗିଲେ ମଧ୍ୟ ଫୋନ୍ ଦେଉ ନଥିଲା । ଏଥିପାଇଁ ସମୀର ଆଉ ତାର ସାଙ୍ଗମାନଙ୍କର ଝଗଡ଼ା ହୋଇଥାଏ ।
ବିଶାଳ ସମୀରର ଛୋଟ ବେଳର ସାଙ୍ଗ ଥିଲା । ଆଉ ତାର ତାର ବେଶୀ ଝଗଡ଼ା ହୋଇଥିଲା । ସେମାନେ ଜଙ୍ଗଲକୁ ବୁଲିବାକୁ ଯାଇଥିବା ବେଳେ ସମୀର ସାଇକେଲ ଥୋଇ ପରିସ୍ରା କରିବାକୁ ଯାଇଥିଲା । ଆଉ ଏହି ସମୟରେ ବିଶାଳ ମୋବାଇଲ ପାଇଁ ରାଗ ରଖି ସମୀରକୁ ଏକ ପଥରରେ ଛେଚି ଦେଇଥିଲା । ଆଉ ତାର ଜୀବନ ନେଇ ଯାଇଥିଲା । ବିଶାଳ ସମୀରକୁ ମାରିଦେଇ ବିଶାଳ ମୋବାଇଲ ନେଇ ପଳାଇଥିଲେ । ଆଉ ପୋଲିସ ସେହି ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରି ସମୀରର ସାଙ୍ଗ ବିଶାଳ ତାକୁ ମାରିଛି ବୋଲି ଜଣା ପଡିଥିଲା । ଏହି ଘଟଣା ବରଗଡ଼ ଜିଲ୍ଲା ଭଟଲି ଅଞ୍ଚଳର କେଣ୍ଡୁଗଡିଆ ଗାଁରେ ଘଟିଛି । ଏହି ଘଟଣା ସବୁ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।