Movie prime

ଯଦି ଘର ପରିବେଶ ରେ ଥାଏ ଏହିସବୁ ଗଛ ତେବେ ଘରକୁ ମାଡ଼ି ଆସେ ଧନ ଦେଖନ୍ତୁ କେଉଁ କେଉଁ ଗଛ କରେ ଧନ ବୃଦ୍ଧି

 
ବିଏନଏମଟିଜି

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ଚାହିଁଥାଏ କି ନିଜ ବଗିଚା କେମିତି ସୁନ୍ଦର ଦେଖାଯିବ । ଆଉ ସେଥିପାଇଁ ଅନେକ ପ୍ରକାରର ଗଛଲତାରେ ବଗିଚାକୁ ସଜାଇ ଥାଆନ୍ତି ଲୋକମାନେ ।

କିନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ ଅନେକ ଗଛ ଘର ପାଇଁ ଅଶୁଭ ହୋଇଥିବା ସହ କିଛି ଗଛଲତା ଅଛି ଯାହା ଶୁଭ ହୋଇଥାଏ । ଘରେ ଧନ ବୃଦ୍ଧି କରିଥାଏ । ଜୀବନରେ ଉନ୍ନତି ଆଣିଥାଏ । ସମସ୍ତ ପ୍ରକାରର ବିପଦ ଆପଦରୁ ଘରେ ରହୁଥିବା ଲୋକମାନଙ୍କୁ ରକ୍ଷା କରିଥାଏ ।

କିଛି ଗଛ ଘରୁ ବାସ୍ତୁ ଦୋଷ ଦୂର କରିବା ସହିତ ବାସ୍ତୁ ଦୋଷ ହେବାକୁ ଦେଇନଥାଏ ।  ସେହି ଗଛ ଗୁଡ଼ିକ ହେଲା - ତୁଳସୀ ଗଛ, ବେଲ ଗଛ, ଶମି ଗଛ, ଅଁଳା ଗଛ, ଅଶ୍ଵଗନ୍ଧା ଗଛ, ଶ୍ୱେତ ଅରଖ ଗଛ, ନଡ଼ିଆ ଗଛ, ମନ୍ଦାର ଗଛ , କଦଳୀ ଗଛ, ଡାଳିମ୍ବ ଗଛ ଏବଂ ଅଶୋକ ଗଛ ଇତ୍ୟାଦି ବାସ୍ତୁ ଦୋଷ ଦୂର କରିଥାଏ । 


ତୁଳସୀ ଗଛକୁ ସମସ୍ତେ ମା ଲକ୍ଷ୍ମୀଙ୍କର ଅବତାର ବୋଲି  ମନାଯାଇଥାଏ  । ସକାଳୁ ସ୍ନାନ କରି ତୁଳସୀ ଗଛ ମୂଳରେ ପାଣି ଦେଲେ ଘରର ମଙ୍ଗଳ ହୋଇଥାଏ ।  ଆଉ ମା ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ପଡ଼ିଥାଏ ।

ଆଉ ଅଶ୍ଵଗନ୍ଧା ଗଛ ଘର ପାଖରେ ରହିଲେ ଶୁଭ ହୋଇଥାଏ । ଆଉ ଏହାକୁ ପୂଜା କରିଲେ ଭଲ ଫଳ ମିଳିଥାଏ । ସେହିପରି ବେଲ ଗଛକୁ ପୂଜା କରିଲେ ଭଲ ବରଦାନ ମିଳିଥାଏ ।

ଆଉ ଏହି ଗଛ ବଂଶ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଆଉ ଏହି ଗଛକୁ ଦେଖିଲେ ପାପ ନଷ୍ଟ ହୋଇଥାଏ । ସେହିପରି ଶମି ଗଛକୁ ଘରର ବାମ ପାର୍ଶ୍ଵରେ ରଖିଲେ ଶୁଭ ହୋଇଥାଏ ।

ଏହାକୁ ପୂଜା କରିଲେ ଘରେ ଧନ ବୃଦ୍ଧି ହୋଇଥାଏ । ଘରର ଉତ୍ତର ଏବଂ ପୂର୍ବ ଦିଗରେ ଅଁଳା ଗଛ ରହିଲେ ଶୁଭ ହୋଇଥାଏ । 


ଏହା ଘରର ସୁଖ ସମୃଦ୍ଧି ବୃଦ୍ଧି କରିଥାଏ । ସେହିପରି ମନ୍ଦାର ଗଛକୁ ଘରେ ଲଗାଇଲେ ଶୁଭ ହୋଇଥାଏ । ମଙ୍ଗଳ ଗ୍ରହର ସମସ୍ୟା, ସମ୍ପତ୍ତି ବାଧା, ଏବଂ ଆଇନଗତ ସମସ୍ୟା ଥିଲେ ପ୍ରତି ମଙ୍ଗଳବାର ଦିନ ହନୁମାନଙ୍କୁ ମନ୍ଦାର ଫୁଲ ଅର୍ପଣ କରିବା ଉଚିତ୍ ।

ସେହିପରି ଘର ନିକଟରେ ନଡ଼ିଆ ଗଛ, ଅଶୋକ ଗଛ, ନିମ୍ବ ଗଛ ଆଉ ଡାଳିମ୍ବ ଗଛ ଲଗାଇଲେ ସୁଫଳ ମିଳିଥାଏ । ଆଉ ଘର ଲୋକଙ୍କର ମଙ୍ଗଳ ହୋଇଥାଏ । ଆଉ ଶୁଭ ଫଳ ଘର ଉପରେ ପଡ଼ିଥାଏ ।

ଆଉ ଏହି ଗଛକୁ ଲଗାଇ ତାର ଯତ୍ନ ନେଲେ ସୁଖ ଶାନ୍ତି ମିଳିଥାଏ । ଆଉ ଏହି ସବୁ ଗଛରେ ପାଣି ଦେଲେ ଘର ଲୋକଙ୍କର ମଙ୍ଗଳ ହୋଇଥାଏ । ଆଉ ଏହିସବୁ ଗଛକୁ ପୂଜା କରିଲେ ଭଲ ଫଳ ସହିତ ଘରଲୋକଙ୍କର ମଙ୍ଗଳ ହୋଇଥାଏ ।