Movie prime

ଆଜି ର ରାଶିଫଳ : 19 ଜାନୁଆରୀ 2023 ଜାଣନ୍ତୁ ଏହି ଏହି ରାଶି ର ଅଛି ଅଚାନକ ମୃତ୍ୟୁ ଆଉ ଘାତ ଚନ୍ଦ୍ର ଯୋଗ

 
Rashiphala
ଆଜି ହେଉଛି ୧୯ ଜାନୁଆରୀ।ଗୁରୁବାର।୨୦୨୩।ଦ୍ଵାଦଶୀ ତିଥି ସୂର୍ଯ୍ୟୋଦୟ ପରଠାରୁ ମଧ୍ୟାହ୍ନ ୧ ଘଣ୍ଟା ୭ ମିନିଟ ପର୍ଯ୍ୟନ୍ତ ରହିବ।ଆପଣମାନେ ବାଇଗଣ ଏବଂ ପୋଇଶାଗକୁ ଖାଦ୍ୟ ହିସାବରେ ଗ୍ରହଣ କରନ୍ତୁ ନାହିଁ।ଦିନଟି କିପରି ବିତିବ ମେଷ ଠାରୁ ମୀନ ପର୍ଯ୍ୟନ୍ତ ୧୨ ଗୋଟି ରାଶିର ଫଳ ସମ୍ପର୍କ ରେ ଜାଣନ୍ତୁ।
ମେଷ:-
ଆନନ୍ଦିତ ରହିବେ।ବନ୍ଧୁଙ୍କୁ ଭେଟିବେ।ରୋମଞ୍ଚକ ଭାବନା। ଜାତ ହେବ। ଦୂର ଯାତ୍ରା କରିବା ପାଇଁ ସୁଯୋଗ ପାଇବେ।କିଛି ସମସ୍ୟା ଥିଲେ ତାହା ଦୂର କରିପାରିବେ।ଧର୍ମ ପରାୟଣ ହେବେ।ମହିଳା ମାନଙ୍କୁ ସମସ୍ତେ ଗୁରୁତ୍ଵ ଦେବେ।ମହିଳା ଜଣଙ୍କ ନିଷ୍ପତି ପ୍ରାୟ ସମସ୍ତେ ଗ୍ରହଣ କରିବେ।
ବୃଷ:-
ମାତାଙ୍କ ଙ୍କ ପାଖରୁ ଟଙ୍କା ଗ୍ରହଣ କରିବେ।ମା ଙ୍କ ଠାରୁ ଆର୍ଶୀବାଦ ମଧ୍ୟ ପାଇବେ।ପାରିବାରିକ ଜୀବନ ସୁଖମୟ ହେବ।ପୂର୍ବରୁ ସ୍ଵାସ୍ଥ୍ୟଗତ ସମସ୍ୟା ଥିଲେ ତାହା ଦୂରେଇ ଯିବ।କିନ୍ତୁ ଯାନବାହାନ କ୍ଷେତ୍ରରେ ବାଧା ରହିବ। ଚାଲିବା ସମୟରେ ସତର୍କ ହୋଇ ରୁହନ୍ତୁ।
ମିଥୁନ:-
ଅକସ୍ମାତ ଦୂର ଯାତ୍ରା କରିବେ।ଯାତ୍ରାରେ ଯେଉଁ ଆନନ୍ଦ ପାଇବା କଥା ତାହା ମିଳି ନ ପାରେ।ସନ୍ତାନ ମାନଙ୍କ କାର୍ଯ୍ୟ କୁ ନେଇ ଚିନ୍ତିତ ହେବେ କୌଣସି ବନ୍ଧୁ ଙ୍କୁ ଓ ନିଜର ଲୋକକୁ ବିଶ୍ୱାସ କରି ଧୋକା ପାଇବେ।ଅନ୍ୟଙ୍କୁ ଅର୍ଥ ଦିଅନ୍ତୁ ନାହିଁ।
କର୍କଟ:-
ଅନୁକୂଳ ରହିଛି। ପାରିବାରିକ ଜୀବନ ସୁଖମୟ ରହିବ।ପୂର୍ବରୁ ଯାହା ଇଛା ବା ଅଭିଳାଷ ରହିଛି ତାହା ପୂର୍ଣ୍ଣ ହେବ।ସ୍ଵାସ୍ଥ୍ୟଗତ ସମସ୍ୟା ଥିଲେ ତାହା ଦୂରେଇ ଯିବ।ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ଉତ୍ତମ ସଂପର୍କ ଗଢ଼ି ଉଠିବ।ବନ୍ଧୁଙ୍କୁ ଭେଟିବେ।
ସିଂହ:-
ମିଶ୍ରିତ ଫଳାଫଳ ପାଇବେ।ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ।ପାରିବାରିକ ଜୀବନ ସୁଖମୟ ରହିବ।ଥଣ୍ଡା,ଜ୍ଵର ହୋଇପାରେ।ଖାଦ୍ୟପେୟ ରେ ନିୟନ୍ତ୍ରଣ ରଖନ୍ତୁ। ଦୂର ଯାତ୍ରା କରିବା ପାଇଁ ଆଗ୍ରହ କରିଥିଲେ ଅପରାହ୍ନ ରେ ଯାଆନ୍ତୁ।
କନ୍ୟା:- 
ମହିଳା ମାନଙ୍କ ପାଇଁ ଅନୁକୂଳ ରହିଛି।ବନ୍ଧୁଙ୍କୁ ଭେଟିବେ।ପାରିବାରିକ ଜୀବନ ସୁଖମୟ ରହିବ।ବ୍ୟବସାୟୀ ମାନେ ବ୍ୟବସାୟ ରେ ଲାଭ ପାଇବେ। କର୍ମ କରୁଥିବା ବ୍ୟକ୍ତି ମାନଙ୍କର କର୍ମ କ୍ଷେତ୍ରରେ ପରିବର୍ତ୍ତନ ଅନ୍ୟ ସ୍ଥାନକୁ ମଧ୍ୟ ଯାଇପାରନ୍ତି।
ତୁଳା:-
ମନ ବିଚଳିତ ହେବ। ମନ ଭିତରେ ଅଯଥା ଭୟ ସୃଷ୍ଟି ହୋଇପାରେ।ସ୍ଵାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ। ପାଦରେ ଯନ୍ତ୍ରଣା,ଆଣ୍ଠୁ ଗଣ୍ଠି ରେ ଯନ୍ତ୍ରଣା,ପେଟ ଜନିତ ସମସ୍ୟା,ମୁଣ୍ଡ ବିନ୍ଧା ଆଉ ଜ୍ଵର ଭଳି ଭାଇ ରାଲ ରୋଗ ଦେଖା ଦେଇପାରେ।
ବିଛା:-
ସାଧାରଣ କଥାକୁ ନେଇ ବିବ୍ରତ ହେବେ।ପାରିବାରିକ ଜୀବନ ରେ ଛୋଟ ଛୋଟ ସମସ୍ୟା ଦେଖା ଦେବ।କିନ୍ତୁ ନିଜର ବୁଦ୍ଧି ଦ୍ଵାରା ଅନ୍ୟ ମାନଙ୍କୁ ଆପଣାର କରିପାରିବେ ଏବଂ ସମସ୍ୟାର ସମାଧାନ କରିବାର ବାଟ ମଧ୍ୟ ବାହାର କରିବେ।
ଧନୁ:-
ସୁଖ ପ୍ରଦ ରହିବ।ନୂତନ ଭୂମି,ଗୃହ,ଯାନବାହାନ ଓ ଘର କରଣା ଦ୍ରବ୍ୟ ଘରକୁ କ୍ରୟ କରି ଆଣିବେ।ପାରିବାରିକ ଜୀବନ ରେ ଛୋଟ ଛୋଟ କଥାକୁ ନେଇ ମତଭେଦ ରହିଥିଲେ ତାହା ଦୂରେଇ ଯିବ।ସନ୍ତାନ ମାନଙ୍କ କାର୍ଯ୍ୟ କୁ ଦେଖି ସମସ୍ତେ ଖୁସି ହେବେ।
ମକର:-
ପାରିବାରିକ ଜୀବନ ରେ କୌଣସି ବାଧା ବିଘ୍ନ କିଛି ସମସ୍ୟା ଥିଲେ ତାହା ଦୂରୀଭୂତ ହେବ।ସାମୁହିକ କାର୍ଯ୍ୟରେ ଯୋଗଦାନ କରି ଆଶ୍ଵସ୍ଥି ମାନେ କରିବେ।ନେତୃତ୍ୱ ନେବେ।କର୍ମ କ୍ଷେତ୍ରରେ ଉଚ୍ଚ ପଦାଧିକାରୀ ଙ୍କ ସହିତ ମତଭେଦ ଦେଖା ଦେଇପାରେ।
କୁମ୍ଭ:-
ପୁରୁଷ ଆଉ ମହିଳାଙ୍କ ପାଇଁ ଶୁଭ ପ୍ରଦ ରହିଛି।ପାରିବାରିକ ଜୀବନ ସୁଖମୟ ହେବ।ସନ୍ତାନ ମାନଙ୍କ କାର୍ଯ୍ୟ କୁ ଦେଖି ସାମାନ୍ୟ ଚିନ୍ତିତ ରହିବେ।ଅର୍ଥ,ସମ୍ମାନ ପାଇବେ।ସନ୍ତାନ ମାନଙ୍କ ପାଇଁ କିଛି ଖର୍ଚ୍ଚ କରି ପାରନ୍ତି।
ମୀନ:-
ଦେହ ମନ ସମ୍ପୂର୍ଣ୍ଣ ରୂପରେ ସୁସ୍ଥ ରହିବ।ଜମି ବାଡ଼ିରେ କିଛି ସମସ୍ୟା ଦେଖା ଦେଇପାରେ।ସତର୍କତା ଅବଲମ୍ବନ କରିବାକୁ ଚେଷ୍ଟା କରନ୍ତୁ।ଯାତ୍ରା କରିବେ।ପାରିବାରିକ ଜୀବନ ସୁଖମୟ ରହିବ।ମିଠା ଦ୍ରବ୍ୟ ଗ୍ରହଣ କରିବେ।