Movie prime

ଶନିବାର : ଆଜି ର ରାଶିଫଳ - 21/01/1994 ବିଳମ୍ବିତ ବିବାହ ର କାରଣ ଓ ପ୍ରତିକାର

 
Special Report
ଆଜି ହେଉଛି ୨୧ ଜାନୁଆରୀ।ଶନିବାର।୨୦୨୩।ଆଜି ତ୍ରିବେଣୀ ଅମାବାସ୍ୟା । ଅମାବାସ୍ୟା ତିଥି । ଆପଣମାନେ ଆମିଷକୁ ଖାଦ୍ୟ ହିସାବରେ ଗ୍ରହଣ କରନ୍ତୁ ନାହିଁ।ଦିନଟି କିପରି ବିତିବ ମେଷ ଠାରୁ ମୀନ ପର୍ଯ୍ୟନ୍ତ ୧୨ ଗୋଟି ରାଶିର ଫଳ ସମ୍ପର୍କ ରେ ଜାଣନ୍ତୁ।
ମେଷ:-
କର୍ମକ୍ଷେତ୍ରକୁ ନେଇ ଚଳଚଞ୍ଚଳ ରହିବେ । ପାରିବାରିକ ଜୀବନରେ କିଛି ସମସ୍ୟା ଦେଖାଦେବ । ମାନସିକ ଅସ୍ଥିରତା ଦେଖାଦେଇପାରେ । ଦୂର ଯାତ୍ରା ଯୋଗ ରହିଛି । ସନ୍ତାନଙ୍କୁ ନେଇ ଚିନ୍ତା ରହିବ । ଅର୍ଥ ଅପବ୍ୟୟ ହୋଇପାରେ ।
ବୃଷ:-
ଦେହ ମନ ସମ୍ପୂର୍ଣ୍ଣ ସୁସ୍ଥ ରହିବ । ବନ୍ଧୁଙ୍କ ଠାରୁ ସାହାଯ୍ୟ ପାଇବେ । ଜମି ବା ଭୂମି ବିବାଦ ଥିଲେ ଦୂରୀଭୂତ ହେବ । ରାଜନୀତିଜ୍ଞ ବ୍ୟକ୍ତିମାନଙ୍କ ଠାରୁ ସାହାଯ୍ୟ ମିଳିପାରେ । ଶୁଭ ରଙ୍ଗ - ଧଳା, ଆକାଶୀ ରଙ୍ଗ ।
ମିଥୁନ:-
ଧନ, ଅର୍ଥ ଏବଂ ସମ୍ମାନ ପ୍ରାପ୍ତି କରିବେ । ଫସି ରହିଥିବା ଅର୍ଥ ମିଳିବ । ସାମାନ୍ୟ କଥାକୁ ନେଇ ଶାଶୁ ଆଉ ବୋହୂ ମଧ୍ୟରେ ମତ ପାର୍ଥକ୍ୟ ଦେଖା ଦେଇପାରେ । ଦୂର ଯାତ୍ରା ଯୋଗ ରହିଛି । ଋଣ ଆବେଦନ କରିଲେ ଶୁଭପ୍ରଦ ମିଳିବ । ଦାମ୍ପତ୍ୟ ଜୀବନ ଅନୁକୂଳ ରହିବ । ଶୁଭ ରଙ୍ଗ - ସବୁଜ, ନୀଳ ।
କର୍କଟ:-
ଦିନଟି ମଧ୍ୟମ ରହିବ । ପାରିବାରିକ ଜୀବନରେ ମତଭେଦ ଦେଖାଦେଇପାରେ । ସ୍ଵସାଦୁ ଭୋଜନ ଗ୍ରହଣ କରିବେ । କର୍ମକ୍ଷେତ୍ର ଭଲ ରହିବ । ସନ୍ତାନଙ୍କ କାର୍ଯ୍ୟକଳାପକୁ ନେଇ ଚିନ୍ତାରେ ପଡିପାରନ୍ତି । ଶୁଭ ରଙ୍ଗ - ବାଦାମୀ, କମଳା ।
ସିଂହ:-
ଆୟ ଅନୁସାରେ ବ୍ୟୟ ବଢିପାରେ । ପାରିବାରିକ ଜୀବନ ସୁଖପ୍ରଦ ହେବ । ସ୍ବାସ୍ଥ୍ୟ ଅବସ୍ଥାକୁ ନେଇ ଚିନ୍ତା ରହିବ । ଦୂର ସମ୍ପର୍କୀୟ ବନ୍ଧୁଙ୍କ ସହ ସାକ୍ଷାତ ହେବ । ଅପରାହ୍ନ ସମୟରେ ଭୋଜିଭାତ ବା ଆନୁଷ୍ଠାନିକ କାର୍ଯ୍ୟରେ ଯୋଗଦାନ କରିବେ । ଶୁଭ ରଙ୍ଗ - ଲାଲ୍, ନୀଳ ।
କନ୍ୟା:-
ସ୍ଵାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ । ଥଣ୍ଡା, କଫ ବା ଶ୍ୱାସ ଜନିତ ସମସ୍ୟା ଦେଖାଯାଇପାରେ । କୌଣସି ବ୍ୟକ୍ତିଙ୍କୁ ସାହାଯ୍ୟ କରି ଅସୁବିଧାରେ ପଡ଼ିପାରନ୍ତି । ଜଗିରଖି ଚଳନ୍ତୁ । ଦାମ୍ପତ୍ୟ ଜୀବନର ସ୍ଥିତି ମଧ୍ୟମ ରହିବ । ଶୁଭ ରଙ୍ଗ - ବାଦାମୀ, ଆକାଶୀ, ସବୁଜ, ନୀଳ ।
 
ତୁଳା:-
ଦିନଟି ଶୁଭପ୍ରଦ ରହିଛି । କୌଣସି ଦ୍ରବ୍ୟ ହସ୍ତଗତ ହେବ । ଅର୍ଥରାଶି ସାହାଯ୍ୟ ମିଳିବ । ଭାଇ ଭଉଣୀଙ୍କ ଠାରୁ ଉତ୍ତମ ସାହାଯ୍ୟ ମିଳିବ । ଦୂର ସ୍ଥାନକୁ ଯାତ୍ରା କରିବାର ଯୋଗ ଅଛି । ଶୁଭ ରଙ୍ଗ - ଧଳା, ନୀଳ, ଆକାଶୀ ।
ବିଛା:-
ଦିନଟି ଆଦୌ ଭଲ ନାହିଁ । ସ୍ଵାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ । ଭାଇ ବା ଭଉଣୀଙ୍କ ସହ ଝଗଡ଼ା ହୋଇପାରେ । ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଉପୁଜିିବ । ଶୁଭ ଫଳ ପାଇଁ ହନୁମାନ ଚାଳିଶା ପାଠ କରନ୍ତୁ ।
ଧନୁ:-
ଦିନଟି ମଧ୍ୟମ ରହିଛି । କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡିବ । କାମ ଅଧିକ ବଢିପାରେ । ବ୍ୟବସାୟରେ ଲାଭ ହେବ । ମାଆଙ୍କର ସ୍ୱାସ୍ଥ୍ୟବସ୍ଥାକୁ ନେଇ ଚିନ୍ତିତ ହୋଇପାରନ୍ତି । ସନ୍ତାନଙ୍କ କାର୍ଯ୍ୟକଳାପକୁ ନେଇ ଚିନ୍ତାରେ ରହି ପାରନ୍ତି । ଶୁଭ ରଙ୍ଗ - ହଳଦିଆ ।
ମକର:-
ଦିନଟି ଅନୁକୂଳ ରହିବ । ପାରିବାରିକ ଜୀବନ ସୁଖପ୍ରଦ ହେବ । ଦୂର ଯାତ୍ରା କରିଲେ ଯାତ୍ରା ହେତୁକ ଶୁଭ ଫଳ ମିଳିବ । ଅସ୍ଥିଗତ ସମସ୍ୟା ଦେଖା ଦେଇପାରେ । ଶୁଭ ରଙ୍ଗ। - କଳା, ନୀଳ, ବାଇଗଣୀ, ସବୁଜ ।
କୁମ୍ଭ:-
ଦେହ, ମନ ସୁସ୍ଥ ରହିବ । ପାରିବାରିକ ଜୀବନ ସୁଖପ୍ରଦ ହେବ । ବନ୍ଧୁଙ୍କ ଠାରୁ ସାହାଯ୍ୟ ମିଳିବ । ଆନୁଷ୍ଠାନିକ କାର୍ଯ୍ୟରେ ଯୋଗଦାନ କରିବେ । ନୃତ୍ୟ ସଙ୍ଗୀତ ପ୍ରତି ମନ ରହିବ । ଶୁଭ ରଙ୍ଗ - ନୀଳ, ସବୁଜ ।
ମୀନ:-
ଦିନଟି ଶୁଭ ରହିବ । ପାରିବାରିକ ଜୀବନ ସୁଖପ୍ରଦ ହେବ । ହଜିଥିବା ଦ୍ରବ୍ୟ ମିଳିବ । ପରିବାର ଭିତରେ ମତଭେଦ ଥିଲେ ତାହା ଦୂରୀଭୂତ ହେବ । ଅର୍ଥ ରାଶି ପ୍ରାପ୍ତି କରିବେ । ସ୍ଵସାଦୁ ଭୋଜନ କରିବେ । ଦିନଟି ସୁଖରେ ଅତିବାହିତ ହେବ । ଖଣ୍ଡ ହଳଦୀ ପକେଟ ବା ମନିପର୍ସରେ ରଖିଲେ ଶୁଭ ଫଳ ମିଳିବ ।