Movie prime

ଆଜିର ରାଶିଫଳ 22 January 2023 ଜାଣନ୍ତୁ କେମିତି କଟିବ ଆପଣ ଙ୍କ ଦିନ

 
Special Report
ଆଜି ହେଉଛି ୨୨ ଜାନୁୟାରୀ ୨୦୨୩ ରବିବାର। ମାଘ କୃଷ୍ଣପକ୍ଷ ପତିପ୍ରଦା ମକର ୯ ଦିନ। ଆଜି ଉତ୍ତରାଷାଢ଼ା ନକ୍ଷତ୍ର ଓ ମକର ଚନ୍ଦ୍ର। ଆଜିର ଶୁଭବେଳା ଦି.ଘ.୭.୧୬ ରୁ ଦି.ଘ.୧୦.୨୮ ପର୍ଯ୍ୟନ୍ତ।
ଆଜିର ସୂର୍ଯ୍ୟଦୋୟ ପ୍ରା.ଘ.୬.୨୭। ଆଜିର ସୂର୍ଯ୍ୟାସ୍ତ.ସଂ.ଘ.୫.୨୮। ଆଜି ସିଂହ ରାଶିର ଘାତଚନ୍ଦ୍ର ଏବଂ ମିଷ ରାଶିର ଘାତବାର। ଆଜି ପାଣିକଖାରୁ ଭକ୍ଷଣ ନିଷେଧ। 
ମେଷ:-
ଆଜି ଦିନଟି ସରକାରୀ କ୍ଷେତ୍ର ଜନିତ ବ୍ୟକ୍ତି ମାନଙ୍କ ପାଇଁ ଉତ୍ତମ ଅନୁକୂଳ ରହିବ। ଲମ୍ବିତ କାର୍ଯ୍ୟକୁ ପୂର୍ଣ୍ଣ କରିବାରେ ସଫଳ ହେବେ। ସାମାଜିକ ମାନ ସମ୍ମାନ ପ୍ରାପ୍ତ କରିବେ। ବାଣିଜ୍ୟ ବ୍ୟବସାୟ ରେ ନୂଆଁ ଅବସର ପ୍ରାପ୍ତି ହେବ। ବିଦ୍ୟାଥୀ ମାନେ ସଫଳ ହେବ।
ପାରିବାରିକ ବିବଧରେ ସ୍ଥିତି ଆପଣଙ୍କ ସପକ୍ଷ ରେ ରହିବ। ଆର୍ଥିକ କ୍ଷେତ୍ର ରେ ଉନ୍ନତି ହେବ। ଏବଂ ଗୃହର ବ୍ୟଜ୍ୟଷ୍ଠ ମାନଙ୍କର ସ୍ବାସ୍ଥ୍ୟ ର ବିଶେଷ ଧ୍ୟାନ ରଖନ୍ତୁ। ପ୍ରତିକାର - ଓମ୍ ଆଦିତ୍ୟୟନମଃ ଜପ କରନ୍ତୁ। 
ବୃଷ:-
ବ୍ୟାପାର କ୍ଷେତ୍ର ରେ ଉନ୍ନତି ହେବ। ରଙ୍ଗ ବ୍ୟବସାୟ ତଥା ଜମି ଜାମା ବ୍ୟବସାୟ ଜଟିତ ବ୍ୟକ୍ତିଙ୍କୁ ଭାଗ୍ୟର ସହଯୋଗ ମିଳିବ। ଛାତ୍ର ଛାତ୍ରୀଙ୍କ ପାଇଁ ସମୟ ଅନୁକୂଳ ରହୁଛି। ପାରିବାରିକ ସମସ୍ୟା ଦୂର ହେବ। ମାନସିକ ଚିନ୍ତା ରୁ ମୁକ୍ତି ମିଳିବ।
ପୂର୍ବରୁ ଦେଖା ଯାଉଥିବା ସମସ୍ୟା ରୁ ଆପଣ ମୁକ୍ତି ପାଇବେ। ପାରିବାରିକ ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଏହାସହିତ ଆକସ୍ମିକ ଧନ ଲାଭର ସୁଯୋଗ ମଧ୍ୟ ରହିଛି। ସ୍ବାସ୍ଥ୍ୟବ୍ୟସ୍ଥା ଉତ୍ତମ ଅନୁକୂଳ ରହିଛି। ପ୍ରତିକାର - ଭଗବାନ ବିଷ୍ଣୁଙ୍କୁ ତୁଳସୀ ଅର୍ପଣ କରନ୍ତୁ। 
ମିଥୁନ:-
ଆଜି ଆପଣ କିଛି ମାନସିକ ଚାପର ଅନୁଭବ କରିବେ। କ୍ରୋଧ ର ଅଧିକାତା ଆପଣଙ୍କ ପାଇଁ କ୍ଷତିକାରକ ହେବ। ବିଦ୍ୟାର୍ଥୀ ମାନଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ।
ଧାର୍ମିକ କାର୍ଯ୍ୟ ପ୍ରତି ଆପଣଙ୍କ ରୁଚି ରହିବ। ପିତାଙ୍କ ସ୍ବାସ୍ଥ୍ୟ ବିଶେଷ ଧ୍ୟାନ ରଖନ୍ତୁ। ଆର୍ଥିକ କ୍ଷେତ୍ର ରେ ସୁଧାର ହେବ। ମାନସିକ ଚିନ୍ତା ଆପଣଙ୍କ ସ୍ବାସ୍ଥ୍ୟ କୁ ପ୍ରଭାବିତ କରିବ। ପ୍ରତିକାର - ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରନ୍ତୁ। 
କର୍କଟ:-
ଆଜି ଆପଣଙ୍କର ଅଧା ରହିଥିବା କାର୍ଯ୍ୟ କୁ ପୂର୍ଣ୍ଣ କରିବାରେ ସହାୟତା ମିଳିବ। କୌଣସି ମୋହତ୍ଵପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ବ୍ୟବସାୟୀ ଙ୍କ ପାଇଁ ଉତ୍ତମ ଅନୁକୂଳ ରହିଛି। ବିଦ୍ୟାର୍ଥୀ ଙ୍କୁ ଶିକ୍ଷା ର ଅବସର ପ୍ରାପ୍ତି ହେବ।
ସନ୍ତାନ ଆପଣଙ୍କ ଆଜ୍ଞା ପାଳନ କରିବେ। ଭାଇ ଭଉଣୀଙ୍କ ସହିତ ମଧୁର ସମୟ ବ୍ୟତୀତ କରିବେ। କିନ୍ତୁ ଆର୍ଥିକ ଉନ୍ନତି ର ମାର୍ଗ ପ୍ରସସ୍ଥ ହେବ। ସ୍ବାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ପ୍ରତିକାର - ଭଗବାନ ବିଷ୍ଣୁଙ୍କୁ ତୁଳସୀ ଅର୍ପଣ କରନ୍ତୁ। 
ସିଂହ ରାଶି:-
ଆଜି ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ କିଛି ନୂଆଁ ପରିବର୍ତ୍ତନ କରିବା ପାଇଁ ପ୍ରେରିତ ହେବେ। ବିଦ୍ୟାର୍ଥୀ ମାନଙ୍କ ପାଇଁ ସମୟ ଶୁଭ ରହିଛି। ଏବଂ ପ୍ରତିଯୋଗୀ ପରୀକ୍ଷା ରେ ସଫଳତା ପ୍ରାପ୍ତି ହେବ। ଜୀବନ ସାଥୀ ଙ୍କ ସହିତ କିଛି ମତଭେଦ ର ସମ୍ଭାବନା ରହିଛି।
ପରିବାର ସହିତ କୌଣସି ଛୋଟ ଯାତ୍ରା ର ବିଚାର କରିବେ। ପ୍ରେମ ଜୀବନରେ ନୂଆଁ ଉତ୍ସାହ ଅନୁଭବ କରିବେ। କିନ୍ତୁ ମାତା ଙ୍କ ସ୍ବାସ୍ଥ୍ୟ ର ବିଶେଷ ଧ୍ୟାନ ରଖନ୍ତୁ। ଆର୍ଥିକ କ୍ଷେତ୍ର ରେ ବିଶେଷ ଲାଭ ମିଳିବ। ପ୍ରତିକାର- ଓମ୍ ଆଦିତ୍ୟୟନମଃ ଜପ କରନ୍ତୁ। 
କନ୍ୟା:-
ଆଜି ଦିନଟି ବିଦ୍ୟାର୍ଥୀ ମାନଙ୍କୁ ସମସ୍ତ ସମସ୍ୟାରୁ ମୁକ୍ତି ମିଳିବ। ବ୍ୟବସାୟ ଙ୍କ ପାଇଁ ରୋଜଗାର ସମ୍ବନ୍ଧିତ କୌଣସି ଶୁଭ ସମାଚାର ମିଳିବ। ବିବାହ ସମ୍ବନ୍ଧିତ ବିଷୟରେ ପାରିବାରିକ ସହଯୋଗ ପ୍ରାପ୍ତି ହେବ।
ବ୍ୟବସାୟୀ ଙ୍କ ପାଇଁ ଆକସ୍ମିକ ଧନ ଲାଭର ଯୋଗ ରହିଛି। ସ୍ବାସ୍ଥ୍ୟ ସମସ୍ୟା ହଇରାଣ କରିବ। ପ୍ରତିକାର - ଗୋ ମାତାଙ୍କୁ ଖାଇବାକୁ ଦିଅନ୍ତି।
ତୁଳା ରାଶି:-
ଏହି ରାଶିର ବ୍ୟକ୍ତି ମାନଙ୍କର ଆର୍ଥିକ ସମସ୍ୟା ବୃଦ୍ଧି ଘଟିବ। ରୋଜଗାର କ୍ଷେତ୍ରରେ ଅସନ୍ତୋଷ ତଥା ଅବିଶ୍ବାସର ଭାବନା ଆପଣଙ୍କୁ ଗ୍ରସିତ କରିପାରେ। ରାଜନୀତିରେ ଜଡିତ ବ୍ୟକ୍ତିଙ୍କୁ ସମାଜ ସେବାର ନୂଆ ଅବସର ମିଳିବ।
ବିଦ୍ୟାର୍ଥୀ ମାନଙ୍କୁ ନିଜ ଯୋଗ୍ୟତା ପରଖିବାର ସୁଯୋଗ ମିଳିବ। କୌଣସି ବିଷୟକୁ ନେଇ ପରିବାରରେ ବାଦବିବାଦ ଦେଖା ଦେଇପାରେ। ଜୀବନ ସାଥିଙ୍କ ଆବଶ୍ୟକର ଧ୍ୟାନ ଦିଅନ୍ତୁ। ପ୍ରେମ ସମ୍ବନ୍ଧରେ ମଧୁରତା ବୃଦ୍ଧି ହେବ।
ଆର୍ଥିକ ସ୍ଥିତିରେ ସୁଧାର ଆସିବା। ମାନସିକ ଚିନ୍ତା ଆପଣଙ୍କ ସ୍ବାସ୍ଥ୍ୟ ଅବସ୍ଥାକୁ ପ୍ରଭାବିତ କରିବ। ପ୍ରତିକାର- ଆଜି ଆପଣ ବିଷ୍ଣୁ ସହସ୍ର ନାମର ପାଠ କରନ୍ତୁ ଶୁଭଫଳ ପ୍ରାପ୍ତ ହେବ।
ବିଛା ରାଶି:-
ଆଜି ଆପଣ ଦୃଢ଼ତା ସହିତ ନିଜର ସମସ୍ତ ସମସ୍ୟାକୁ ସଫଳତା ପୂର୍ବକ ସାମ୍ନା କରିବେ। ସାସକ୍ରୀୟା ସମ୍ବନ୍ଧୀୟ ଲାଭ ପ୍ରାପ୍ତି ହେବ। ବିଦ୍ୟାର୍ଥୀ ମାନଙ୍କ ପାଇଁ ସମୟ ନିଜ ଅଧା ରହିଥିବା ଲକ୍ଷ୍ୟକୁ ପୂର୍ଣ୍ଣ କରିବାରେ ସହାୟକ ହେବ।
ଗୁରୁଜନଙ୍କ ସହାୟତା ବା ଆଶୀର୍ବାଦ ପ୍ରାପ୍ତି ହେବ। ଏବଂ ବ୍ୟବସାୟ ସମ୍ବନ୍ଧୀୟ ରିକ୍ସ ଆପଣଙ୍କୁ ଉନ୍ନତିର ଅବସର ପ୍ରାପ୍ତି କରିବା। ପିତାଙ୍କ ପକ୍ଷରୁ ମଧ୍ୟ ସଂପୂର୍ଣ୍ଣ ସହାୟତା ମିଳିବ। କିନ୍ତୁ ଜୀବନ ସାଥିଙ୍କୁ ସମୟ ଦେବାରେ ପ୍ରୟାସ କରନ୍ତୁ ସଂପର୍କରେ ଗଭୀରତା ଆସିବ।
ଧନ ସମ୍ବନ୍ଧୀୟ ଛୋଟ ଯାତ୍ରା ଲାଭପ୍ରଦ ରହିବ। ଏବଂ ସ୍ବାସ୍ଥ୍ୟ ଅବସ୍ଥା ଉତ୍ତମ ଅନୁକୂଳ ରହିଛି। କିନ୍ତୁ ପିତାଙ୍କ ସ୍ବାସ୍ଥ୍ୟ ଅବସ୍ଥାର ବିଶେଷ ଧ୍ୟାନ ରଖନ୍ତୁ। ପ୍ରତିକାର - ଆଜି ଆପଣ ସୂର୍ଯ୍ୟ ଦେବଙ୍କୁ ତିଳ ମିଶ୍ରିତ ଜଳ ଅର୍ପଣ କରନ୍ତୁ ଶୁଭାଫଳ ପାଇବେ।
ଧନୁରାଶି:-
ଆଜି ଆପଣଙ୍କର ଖାୟାତିର ବିସ୍ତାର ହେବ। ଏବଂ ଆପଣଙ୍କର ପ୍ରଭାବ କ୍ଷେତ୍ରର ମଧ୍ୟ ବିସ୍ତାର ହେବ। ନିଜର ବାଣୀର ମଧୁରତାରେ ସମସ୍ତ ଲକ୍ଷ୍ୟକୁ ସହଜରେ ପ୍ରାପ୍ତ କରିବାରେ ସଫଳ ହେଇପାରିବେ। ଛାତ୍ରଛାତ୍ରୀଙ୍କ ଅଭିବ୍ୟକ୍ତି କ୍ଷମତାର ବିକାଶ ହେବ।
ପରିବାରରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ହେବ। ପିତାଙ୍କ ମାର୍ଗ ଦର୍ଶନ ପ୍ରାପ୍ତି ହେବ। ସ୍ବାସ୍ଥ୍ୟ ଅବସ୍ଥା ମଧ୍ୟମ ଧରଣର ରହିଛି। ପ୍ରତିକାର- ଆଜି ଆପଣ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରନ୍ତୁ ଶୁଭଫଳ ପାଇବେ। 
ମକର ରାଶି:-
ଆଜି ଆପଣଙ୍କର ବ୍ୟକ୍ତିତ୍ଵରେ ଆକର୍ଷଣ ବା ମଧୁରତାରେ ବୃଦ୍ଧି ପାଇବ। ଆପଣଙ୍କର ଵ୍ୟବହାରିକ ବିଚାର ସମାଜରେ ଆପଣଙ୍କୁ ପ୍ରତିଷ୍ଠା ପ୍ରଦାନ କରିବ। ବିଦ୍ୟାର୍ଥୀ ମାନଙ୍କୁ ଇଚ୍ଛୁକ କ୍ଷେତ୍ରରେ ଉଚ୍ଚ ମାର୍ଗ ପ୍ରସ୍ଵସ୍ଥ ହେବ।
ଏବଂ ଭାଇ ତଥା ମିତ୍ରଙ୍କ ସହଯୋଗ ଅବସର ଆପଣଙ୍କ ଆତ୍ମବିଶ୍ବାସ ବୃଦ୍ଧି କରିବ। ବିବାହ ଯୋଗ୍ୟ ବ୍ୟକ୍ତିଙ୍କୁ କିଛି ଉତ୍ତମ ପ୍ରସ୍ଥାବ ମିଳିବାର ସମ୍ଭାବନା ରହିଛି। ପ୍ରତିକାର- ଆଜି ଆପଣ ଭଗବାନ ଶ୍ରୀ ଜଗନ୍ନାଥଙ୍କ ଉପାସନା କରନ୍ତୁ ଶୁଭଫଳ ପାଇବେ।
କୁମ୍ଭ ରାଶି:-
ଆଜି ଆପଣଙ୍କର ଦିନଟି ସାମାନ୍ୟ କଷ୍ଟକର ରହିବ। ସେଥିପାଇଁ ସଂଯମତା ବଜାଇ ରଖିବାର ଆବଶ୍ୟକ ରହିଛି। ରାଜକୀୟ ସେବାରେ ଜଡ଼ିତ ବ୍ୟକ୍ତିଙ୍କର ଦାୟିତ୍ଵରେ ବୃଦ୍ଧି ଘଟିବ। ଏବଂ କୌଣସି ପ୍ରକାର ଲମ୍ବା ଦୂର ଯାତ୍ରା ପାଇଁ ସମୟ ଉପଯୁକ୍ତ ନୁହେଁ।
ବିଦ୍ୟାର୍ଥୀ ଛାତ୍ରଛାତ୍ରୀ ମାନଙ୍କୁ କୌଣସି ଦୂରସ୍ଥ ସ୍ଥାନରୁ ଉଚ୍ଚ ଶିକ୍ଷିତ ସମ୍ବନ୍ଧୀୟ ସୁଖଦ ସମାଚାର ମିଳିବ। ଜୀବନ ସାଥିର ସହଯୋଗ ପ୍ରାପ୍ତି ହେବ। ପରିବାରର କୌଣସି ବ୍ୟକ୍ତିଙ୍କର ସ୍ବାସ୍ଥ୍ୟ ଅବସ୍ଥାକୁ ନେଇ ଚିନ୍ତିତ ରହିବେ। ପ୍ରତିକାର- ଆଜି ଆପଣ ବୃଦ୍ଧ ବ୍ୟକ୍ତିଙ୍କ ସହାୟତା କରନ୍ତୁ ଶୁଭଫଳ ପାଇବେ।
ମୀନ ରାଶି:-
ଆଜି ରୋଜଗାରରେ ଆପଣଙ୍କୁ ଅଧିକାରୀ ବର୍ଗଙ୍କ ପ୍ରୋତ୍ସାହନ ମିଳିବ। ରୋଜଗାର ସମ୍ବନ୍ଧୀୟ ସାକ୍ଷାତକାରରେ ଆପଣ ସଫଳତା ପାଇବେ। ଏବଂ ବିଦ୍ୟାର୍ଥୀ ମାନଙ୍କ ଭବିଷ୍ୟତ ହେତୁ ନୂଆ ମାର୍ଗ ଖୋଲିବ।
ଜୀବନ ସାଥିଙ୍କ ପକ୍ଷରୁ ପୂର୍ଣ୍ଣ ସମର୍ଥନ ପ୍ରାପ୍ତି ହେବ। ଆର୍ଥିକ ସ୍ଥିତି ସୁଦୃଢ ହେବାକୁ ଲାଗିବ। ପୂର୍ବରୁ ଲାଗି ରହିଥିବା ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ଆସିବ। ପ୍ରତିକାର- ଆଜି ଆପଣ ସୂର୍ଯ୍ୟ ଦେବଙ୍କୁ ତିଳ ମିଶ୍ରିତ ଜଳ ଅର୍ପଣ କରନ୍ତୁ ଶୁଭଫଳ ପ୍ରାପ୍ତି ହେବ।