Movie prime

ଆଜିର ରାଶିଫଳ : ୨୮/୦୧/୨୦୨୩ ଶନିବାର, ଆଜି ଅଚାନକ କୌଣସି ବିପଦ ରେ ପଡ଼ିବେ ଏହି ରାଶି ଲୋକ

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆଜି ହେଉଛି ଜାନୁୟାରୀ ମାସର ୨୮ ତାରିଖ ଶନିବାର ୨୦୨୩ ମସିହା। ମାଘ ମାସ ଶୁକ୍ଳପକ୍ଷ ମକର ୧୫ ଦିନ। ଆଜିର ତିଥି ନକ୍ଷତ୍ର:- ସପ୍ତମୀ ତିଥି ପୂର୍ବାହ୍ନ ଘ. ୮/୫୮ ମି ପର୍ଯ୍ୟନ୍ତ ରହୁଛି। ଏବଂ ଆଜିର ନକ୍ଷତ୍ର ଅଶ୍ଵିନୀ ନକ୍ଷତ୍ର ସଂଧ୍ୟା ଘ. ୭/୫୮ ମି ପର୍ଯ୍ୟନ୍ତ ରହୁଛି। ମେଷ ଚନ୍ଦ୍ର ୬୦ ଦଣ୍ଡ ମହୋରତ୍ର ରହୁଛି। ନିଷିଦ୍ଧ:- ତାଳ ଏବଂ ଦିବା ଘ. ୮/୫୮ ମି ପରେ ନାରିକେଳ କୁ ଖାଦ୍ୟ ହିସାବରେ ଗ୍ରହଣ କରନ୍ତୁ ନାହିଁ। 
ମେଷ:- 
ମେଷ ରାଶିର ବ୍ୟକ୍ତି ମାନଙ୍କ ପାଇଁ ଆଜି ଦିନଟି ଶୁଭ ରହିବ। ନୂତନ ଭୂମି, ଗୃହ, ଯାନବାହାନ ଗୃହ କୁ ଆଣିବେ। ପାରିବାରିକ ଜୀବନରେ ଯଦି କୌଣସି ବାଧା ଥିବ ତାହା ଦୂର ହେବ। ଆଜି ଦିନରେ ଦୂର ଯାତ୍ରା କରିବା ପାଇଁ ଆପଣଙ୍କୁ ସୁଯୋଗ ମିଳିବ। ଏବଂ କୌଣସି ମାଙ୍ଗଳିକ କାର୍ଯ୍ୟର ଯୋଗ ଦାନ ଦେବେ। 
ବୃଷ:-
ବୃଷ ରାଶି ବ୍ୟକ୍ତି ମାନଙ୍କ ପାଇଁ ଦିନଟି ଉତ୍ସବ ବଢିବ। ଜୀବନରେ କୌଣସି ବାଧା ବିଘ୍ନ ଥିଲେ ଦୂର ହେବ। କର୍ମ କ୍ଷେତ୍ରକୁ ନେଇ ଦୂର ଯାତ୍ରା କରିବେ। ଏବଂ ଦୂର ଯାତ୍ରା କରିବା ପୂର୍ବରୁ ଆପଣ ପକେଟ୍ ରେ ଗୋଟିଏ ଧଳା ରୁମାଲ ରଖନ୍ତୁ ଯାହା ଫଳରେ ଶୁଭ ପ୍ରାପ୍ତି ହେବ। ଗୃହିଣୀ ମାନେ ଆଜି ଦିନରେ ଖୁବ୍ ପ୍ରଶଂସିତ ହେବେ। ସନ୍ତାନ ମାନଙ୍କ ଠାରୁ କିଛି ଶୁଭ ଖବର ପାଇବେ। 
ମିଥୁନ:-
ସ୍ବାସ୍ଥ୍ୟଗତ ସମସ୍ୟାକୁ ନେଇ ସାମାନ୍ୟ ଚିନ୍ତିତ ହେଇ ପାରନ୍ତି। ଆଜି ଦିନରେ ଆପଣ ଅର୍ଥ ପ୍ରାପ୍ତି କରିବେ। ବ୍ୟବସାୟୀ ମାନେ ବ୍ୟବସାୟରେ ଅନୁକୂଳ ପ୍ରାପ୍ତି କରିବେ। ଏବଂ କୌଣସି ଦ୍ରବ୍ୟ ହଜି ଯାଇ ପାରେ ବା ନଷ୍ଟ ହେଇ ଯାଇପାରେ। 
କର୍କଟ:-
ଦେହ ମନ ସମ୍ପୂର୍ଣ ଭାବରେ ଭଲ ରହିବ। ପାରିବାରିକ ଜୀବନରେ କୌଣସି ବାଧା ଥିଲେ ତାହା ଦୂର ହେବ। ମାଆ ଙ୍କ ଠାରୁ କୌଣସି ଉପହାର ପ୍ରାପ୍ତି କରିବେ। ପାଖ ପୋଡ଼ଶି ଙ୍କ ସହିତ ମତାନ୍ତର ଥିରେ ଦୂର ହେବ। ପାରିବାରିକ ଜୀବନ, କର୍ମକ୍ଷେତ୍ର, ବ୍ୟବସାୟ ରେ ଆପଣଙ୍କର ଶୁଭ ରହିବ। 
ସିଂହ:-
ପାରିବାରିକ ଜୀବନରେ କୌଣସି ମାତ ଭେଦ ଥିଲେ ଆଜି ଦୂର ହେବ। ସାମୁହିକ କାର୍ଯ୍ୟରେ ନିଜକୁ ଯୋଗଦାନ କରିବେ। କର୍ମ କ୍ଷେତ୍ର ରେ ମତାନ୍ତର ଦେଖାଦେଇ ପାରେ। ଦୂର ଯାତ୍ରା ର ଯୋଗ ରହିଥିବାରୁ ପୂର୍ବାହ୍ନ ରେ ଦୂର ଯାତ୍ରା କରି ପାରନ୍ତି। 
କନ୍ୟା:-
ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ଦିନଟି ଅତି ଶୁଭ ଅଟେ। ପୂର୍ବରୁ କୌଣସି ଶୁଭ ଖବର ଆଜି ଶୁଣିବାକୁ ପାଇବେ। ସନ୍ତାନ ମାନଙ୍କୁ ନେଇ ସାମାନ୍ୟ ଚିନ୍ତିତ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖମୟ ରହିବ।
୭:- ତୁଳା ରାଶି
ତୁଳାରାଶିର ବ୍ୟକ୍ତି ବିଶେଷ କର୍ମକ୍ଷେତ୍ରକୁ ନେଇ ଦୂର ଯାତ୍ରା କରିବେ। ପାରିବାରିକ ଜୀବନ ସୁଖପ୍ରଦ ହେବ। ଦେହ ମନ ସଂପୂର୍ଣ୍ଣ ରୂପେ ସୁସ୍ଥ ରହିବ। ପରିଶ୍ରମୀ ହେବେ। ବ୍ୟବସାୟ କ୍ଷେତ୍ରରେ ଟିକେ ମନ୍ଦା ଯାଇପାରେ। ଆନୁଷ୍ଠାନିକ କାର୍ଯ୍ୟରେ ଯୋଗଦାନ କରି ଆପଣଙ୍କୁ ଟିକେ ଅର୍ଥ ଖର୍ଚ୍ଚ କରିବାକୁ ପଡିବ। 
୮:- ବିଛା ରାଶି
ବିଛାରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ପାରିବାରିକ ଜୀବନରେ ପୂର୍ବରୁ କୌଣସି ତିକ୍ତତା ଥିଲେ ତାହା ଦୂରୀଭୂତ ହେବ। ସନ୍ତାନ ହେତୁକ ଫଳ ପ୍ରାପ୍ତ କରିବେ। ଆଜି ଦିନରେ ଶାଶୁ ବୋହୂଙ୍କ ମଧ୍ୟରେ ତିକ୍ତତା ଦେଖାଦେଇପାରେ। ଆଜିର ଦିନରେ ପାଖ ପଡୋଶୀଙ୍କ ସହିତ ସାମାନ୍ୟ କଳହ ଦେଖା ଦେଇପାରେ। ପୂର୍ବରୁ ନିର୍ଦ୍ଧାରିତ ଅର୍ଥ ରାଶିକୁ ଫେରସ୍ତ ପାଇବେ।
୯:- ଧନୁ ରାଶି
ଆୟ ବ୍ୟୟ ମୋଟାମୋଟି ସମାନ ରହିବ। ପାରିବାରିକ ଜୀବନ ମିଶ୍ରିତ ଫଳ ପ୍ରଦାନ କରିବ। ସନ୍ତାନଙ୍କ କାର୍ଯ୍ୟକଳାପକୁ ନେଇ ସାମାନ୍ୟ ଚିନ୍ତିତ ରହିବେ। ଦାମ୍ପତ୍ୟ ଜୀବନରେ ପୂର୍ବରୁ କୌଣସି ମତଭେଦ ଥିଲେ ତାହା ଦୂରୀଭୂତ ହେବ। ଆଜି ଦିନରେ ଆପଣ ଉଚ୍ଚ ଆଶାବାଦି ହେବା ସହିତ କିଛି ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିବେ।
୧୦:- ମକର ରାଶି
ଦେହ ମନ ସଂପୂର୍ଣ୍ଣ ରୂପେ ସୁସ୍ଥ ରହିବ। ଆଜି ଦିନରେ ଆପଣ ଦୂରଯାତ୍ରା କରିବା ପାଇଁ ସୁଯୋଗ ପାଇବେ। ସନ୍ତାନଙ୍କର କାର୍ଯ୍ୟକଳାପରେ ଆପଣ ଆନନ୍ଦିତ ହେବେ। ଆଜି ଦିନରେ ପେଟ ଜନିତ ସମସ୍ୟା ଦେଖା ଦେଇପାରେ। ନଜିର ମନର କଥା ଅନ୍ଯ ଆଗରେ ପରିପ୍ରକାଶ କରିବା ପାଇଁ ସଂକୋଚ କରିପାରନ୍ତି।
୧୧:- କୁମ୍ଭ ରାଶି
କୁମ୍ଭ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭପ୍ରଦ ରହିଛି। ପୂର୍ବରୁ କୌଣସି ବାଧାବିଘ୍ନ ଥିଲେ ତାହା ଦୂରୀଭୂତ ହେବ। ପାରିବାରିକ ଜୀବନ ସୁଖପ୍ରଦ ହେବ। ଯାତ୍ରା ହେତୁକ ଯାହାବି ବାଧାବିଘ୍ନ ରହିଛି ତାହା ଦୂରୀଭୂତ ହେବ। ଆଜି ଦିନରେ ସ୍ବାମୀ ସ୍ତ୍ରୀ ଭିତରେ ସାମାନ୍ୟ ଯୁକ୍ତିତର୍କ ଦେଖା ଦେଇପାରେ।
୧୨:- ମୀନ ରାଶି
ମୀନ ରାଶିର ମହିଳା ପୁରୁଷଙ୍କ ପାଇଁ ଦିନଟି ଶୁଭପ୍ରଦ ରହିଛି। କର୍ମ ଜୀବନ ଆପଣଙ୍କ ପାଇଁ ଅନୁକୂଳ ରହିବ। ଆଜିଦିନରେ ଦୂରଯାତ୍ରା ପାଇଁ ସୁଯୋଗ ପାଇବେ। ସଭାସମିତି ଆନୁଷ୍ଠାନିକ କାର୍ଯ୍ୟରେ ଯୋଗଦାନ କରି ଗୌରବାନିତ ମନେ କରିବେ।
ଯଦି ପୂର୍ବରୁ ମାଆଙ୍କ ସହିତ ବା ବାପାଙ୍କ ସହିତ କିଛି ତିକ୍ତତା ଅଛି ତାହା ମଧ୍ୟ ଦୂରୀଭୂତ ହେବ। ମାତ୍ର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେବ। ଖାଦ୍ୟପେୟକୁ ଆପଣ ଠିକ୍ ଭାବରେ ଗ୍ରହଣ କରନ୍ତୁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.