Movie prime

ଆଜି ର ରାଶିଫଳ : ୨୯/୧/୨୦୨୩ ରବିବାର, ଜାଣନ୍ତୁ ଆପଣ ଙ୍କ ଦିନ କିପରି ଯିବ

 
Horoscope
ନମସ୍କାର ବନ୍ଧୁଗଣ। ଆଜି ହେଉଛି ୨୯ ଜାନୁୟାରୀ ୨୦୨୩ ରବିବାର। ମାଘମାସ ଶୁକ୍ଳପକ୍ଷ, ମକର ୧୬ ଦିନ। ସୂର୍ଯ୍ୟୋଦୟ ଏବଂ ଅସ୍ତ ଘ. ୦୬/୨୫ ଘ. ୦୫/୩୨। ଶୁଭ ବେଳା ଦିବା ୦୮ /୨୦ ରୁ ଦିବା ୧୦/୧୨। ଆଜି ହେଉଛି ମେଷ ରାଶିର ଘାତବାର ଏବଂ ବିଛା ରାଶିର ଘାତଚନ୍ଦ୍ର। ଆଜି ଲାଉ ଏବଂ ନଡ଼ିଆ ଭକ୍ଷଣ ନିଷେଧ। 
ମେଷ:-
ପାରିବାରିକ ଅଶାନ୍ତି ଜନିତ ମନ ଅସ୍ଥିର ରହିଲେ ମଧ୍ୟ ସମସ୍ୟା ଦୂର ହୋଇଯିବ। ସଭାସମିତି, ଆନୁଷ୍ଠାନିକ କାର୍ଯ୍ୟରେ ପ୍ରଶଂସା ମିଳିବ। ବ୍ୟବସାୟକୁ ଆରମ୍ଭ କରିବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିବେ। ଗର୍ଭବତୀ ମହିଳା ମାନଙ୍କ ପାଇଁ ଅତି ସାବଧାନ ରହିବା ଆବଶ୍ୟକ। କିଛି ବି ଯୋଜନାରେ ଆଗକୁ ବଢିବା ଆଗରୁ ନିଜ ଘର ଲୋକଙ୍କ ଠାରୁ ପରାମର୍ଶ ନେବା ଅଧିକ ଲାଭକାରୀ ହେବ। ଆଜି ଆପଣଙ୍କର ଜୀବନ ସାଥୀ ଅନ୍ୟ ମାନଙ୍କ କଥା ଶୁଣି ଆପଣଙ୍କ ସହିତ ଝଗଡ଼ା କରିବେ। ପ୍ରତିକାର- କୌଣସି ମନ୍ଦିରରେ ମିଠା, ପୁରୀର ଭୋଗ କରନ୍ତି। 
ବୃଷ:-
କୌଣସି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେବା ଆଗରୁ ପରିବାର ସହିତ ଆଲୋଚନା କରିବା ଭାଲ। ଶାରୀରିକ ରୋଗର ଠିକ୍ ହେବାର ଅନେକ ସମ୍ଭାବନା ଅଛି। ଟଙ୍କା ରୋଜଗାର କରିବାର ନୂତନ ସୁଯୋଗ ଲାଭ କରିବେ। ପ୍ରେମ ବନ୍ଧନ ରେ ବୃଦ୍ଧି ହେବ। ଆପଣଙ୍କ ପ୍ରେମୀ। ଆଜି ଆପଣ ଅଧିକ ଶୁଣିବା ଏବଂ ବହି ପଢ଼ିବା ଇଚ୍ଛା କୁ ପୂର୍ଣ୍ଣ କରିପାରିବେ। ପ୍ରତିକାର- ଭଗବାନ୍ ଶିବଙ୍କୁ ବେଲ ପତ୍ର ଚଢ଼ାନ୍ତୁ। 
ମିଥୁନ:-
ପରିବାର ର ସହମତିରେ କୌଣସି ନୂତନ କାର୍ଯ୍ୟରେ ହାତ ଦେଲେ ସଫଳ ହେବ। କର୍ମ କ୍ଷେତ୍ରରେ ଖଳ ପ୍ରକୃତି ର ଲୋକ ମାନେ ବିରୁଧାଚରଣ କରି ପାରନ୍ତି। ସାଙ୍ଗ ମାନଙ୍କ ସହିତ ସନ୍ଧ୍ୟା ବେଳେ ବୁଲିବା ପାଇଁ ନିହାତି ଯାଆନ୍ତୁ। ଏହା ଦ୍ବାରା ଆପଣଙ୍କୁ ବହୁତ୍ ଶାନ୍ତି ଅନୁଭବ ହେବ। ପ୍ରେମ ସମ୍ବନ୍ଧରେ ଟିକେ ବାଧା ଆସିପାରେ। ଆପଣଙ୍କୁ ନେଇ ଅନ୍ୟମାନେ କଣ ଭାବୁଛନ୍ତି ତାହା ଆପଣ ଆଜି ଭାବିବେ ନାହିଁ। ବରଂ ଆପଣ ଖାଲି ସମୟରେ ଏକାକୀ ରହିବା ପସନ୍ଦ କରିବେ। ପ୍ରତିକାର- ନିଜର ଇଷ୍ଟ ଦେବତାଙ୍କୁ ନାଲି ରଙ୍ଗର ଫୁଲ ଅର୍ପଣ କରନ୍ତି।
କର୍କଟ:-
ଶନି ଙ୍କ କୁପ୍ରଭାବ ରାଶି ଉପରେ ପଡୁଥିବାରୁ ଆଜି ଦିନଟି ଭଲ ରହିବ ନାହିଁ। ଅଧିକାଂଶ ସମୟ ରେ କୌଣସି ଅଭାବ ନଥାଇ ମଧ୍ୟ ମନ ଭଲ ରହିବ ନାହିଁ। ସାମାଜିକ ସ୍ତରରେ ମିଥ୍ୟା ଅଭିଗୋଜ ପାଇଁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ଋଣ ସୂତ୍ରରେ ଅର୍ଥ ଲାଭ କରିବେ। ପରିବାର ଲୋକଙ୍କ ସମ୍ପର୍କରେ ନୂତନ ଜୀବନ ଦେବା ପାଇଁ ଉଚିତ୍ ସମୟ ଅଛି। ଆପଣଙ୍କ ପ୍ରେମ ସଂପର୍କ ଆଜି ଭଲ ରହିବ। ପ୍ରତିକାର- ଚାଉଳ ର ଦାନ। 
ସିଂହ:-
କର୍ମ କ୍ଷେତ୍ର ରେ କେତକ ସାମାନ୍ୟ ଭୁଲ ରୁ କାମ ଗୁଡିକ ବିଶୃଙ୍ଖଳିତ ହୋଇପାରେ। ପଡୋଶୀଙ୍କ ସହୃଦୟତା ରୁ ଉପକୃତ ହେବେ। ଯେଉଁ ମାନେ ଋଣ କରିଥିଲେ ସେମାନଙ୍କ ପାଇଁ ଆଜିର ଦିନ ଶୁଭ ନୁହେଁ। ଅନାବଶ୍ୟକ କଥା ବାର୍ତ୍ତା ପାଇଁ ଆପଣ ଆଜି ଅସୁବିଧାରେ ପଡି ପାରନ୍ତି। ଆପଣ ଆଜି ଆପଣଙ୍କ ପିଲାମାନଙ୍କୁ ସମୟର କେମିତି ସଦ୍ଉପଯୋଗୀ କରାଯିବ ତାହା ବିଷୟରେ ପରାମର୍ଶ ଦେଇ ପାରନ୍ତି। ପ୍ରତିକାର- ଶିବ ଭଗବାନ ଙ୍କୁ ବେଲ ପତ୍ର ଅର୍ପଣ କରନ୍ତୁ। 
କନ୍ୟା:-
ପାରିବାରିକ ପ୍ରଭାବ ଅତୁଟ ରହିବା ହେତୁ ସାମାନ୍ୟ ମାନସିକ ଶାନ୍ତି ଲାଭ କରିବେ। ବାଣିଜ୍ୟ ବ୍ୟବସାୟ ରେ ପ୍ରତିଦ୍ବନ୍ଦିତା ବଢିବ ଦ୍ଵାରା ବେସ୍ତତା ଅନୁଭବ କରିବେ। ଆତ୍ମୀୟଙ୍କ ସାହାଯ୍ୟ ସହଯୋଗ ମିଳିବ। ହଠାତ୍ ନୂତନ ସୂତ୍ରରୁ ଧନ ମିଳିବ। ପରିବାରଙ୍କ ସହିତ ଶାନ୍ତିରେ ଦିନର ମଜା ଉଠାଇବେ। କିଛି ଲୋକଙ୍କ ବାହାଘର ଠିକ୍ ହୋଇ ପରେ। ଯଦି ଆପଣ ନିଜ କାମ ଉପରେ ଧ୍ୟାନ ରଖିବେ ତାହାଲେ ଆପଣ ନିଜର ଉତ୍ପାଦନ ଦୁଇ ଗୁଣ କରିପାରିବେ। ପ୍ରତିକାର- ଶିବ ଭଗବାନଙ୍କୁ ବେଲ ପତ୍ର ଅର୍ପଣ କରନ୍ତୁ।
୭:- ତୁଳା ରାଶି
ନିଜର ହେଳା ଜନିତ ସ୍ବାସ୍ଥ୍ୟ ସମସ୍ୟା ଭାରାକ୍ରାନ୍ତ କରିବ। ସରକାରୀ କାମ ବା ପଦସ୍ଥ ବ୍ୟକ୍ତି ବିଶେଷଙ୍କ ଠାରୁ ଉପକୃତ ହେବେ। ଆଜି ଆପଣଙ୍କ ପାଇଁ ଧନ ଲାଭର ସମ୍ଭାବନା ରହିଛି। କିନ୍ତୁ ଆପଣଙ୍କର କ୍ରୋଧ ପାଇଁ ସେ ସୁଯୋଗ ହରାଇ ପାରନ୍ତି। ଆଜି ବହୁତ ବ୍ୟସ୍ତତା ସତ୍ତ୍ୱେ ନିଜ ପାଇଁ କିଛି କରିବାକୁ ପର୍ଯ୍ୟାପ୍ତ ସମୟ ଆପଣ ପାଇପାରିବେ। ପ୍ରତିକାର- କୌଣସି ମନ୍ଦିରରେ କର୍ପୁର ଦାନ କରନ୍ତୁ।
୮:- ବିଛା ରାଶି
ବନ୍ଧୁଙ୍କ ଦ୍ବାରା ପ୍ରତାରିତ ହୋଇ କଷ୍ଟ ଅନୁଭବ କରିପାରନ୍ତି। କୌଣସି ଆନୁଷ୍ଠାନିକ କାର୍ଯ୍ୟରେ ଯୋଗ ଦେବାକୁ ଆହ୍ବାନ ଆସିପାରେ। କଳା, ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର ଏବଂ ରାଜନୀତି ପ୍ରଶାସନ ପାଇଁ ଦିନଟି ବହୁତ ଭଲ ରହିଛି।ଅତୀତରେ ଆପଣ ଯାହା ସବୁ ଯୋଜନା କରିଥିଲେ ସେସବୁ କାର୍ଯ୍ୟକାରୀ କରିବା ପାଇଁ ଆଜି ସମୟ ମିଳିଯିବ। ଯଦି ଟିକେ ଚେଷ୍ଟା କରାଯାଏ ତାହାଲେ ଆପଣଙ୍କର ଜୀବନ ସାଥି ସହିତ ଆଜିକା ଦିନ ଆପଣଙ୍କ ପାଇଁ ଜୀବନର ଉତ୍ତମ ଦିନ ଭିତରୁ ଗୋଟିଏ ଦିନ ହୋଇ ପାରେ। ପ୍ରତିକାର- ଅଶ୍ବସ୍ତ ବୃକ୍ଷ ମୂଳରେ ସୋରିଷ ତେଲର ଦ୍ଵୀପଟିଏ ଅବଶ୍ୟ ଜାଳନ୍ତୁ।
୯:- ଧନୁ ରାଶି
ଆଜିର କର୍ମକ୍ଷେତ୍ରରେ ପ୍ରତ୍ୟେକ ପରିସ୍ଥିତିରେ କାର୍ଯ୍ୟ ସଂପୂର୍ଣ୍ଣ କାରିବାରେ ଅସୁବିଧା ହେବ ନାହିଁ। ମନ ଭିତରେ ଉଙ୍କି ମାରୁଥିବା ଆଶା ପୂରଣ ହେବାରେ ଜଣେ ବନ୍ଧୁ ସାହଯ୍ୟ କରିପାରନ୍ତି। ସାମୁହିକ ଭାବରେ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି। କୌଣସି ପୁରୁଣା ସାଙ୍ଗ ନିଜ ସହିତ ଆପଣଙ୍କର ଜୀବନ ସାଥିର ପୁରୁଣା ସ୍ମୃତିକୁ ସାଙ୍ଗରେ ନେଇ ଆସିବେ। ପ୍ରତିକାର- ଷଣ୍ଡକୁ କିଛି ଖାଇବାକୁ ଦିଅନ୍ତୁ।
୧୦:- ମକର ରାଶି
ପରିବାରର ସହମତିରେ ନୂତନ ଯୋଜନା ପାଇଁ ମନବଳ ବଢାଇ କାର୍ଯ୍ଯ ଆରମ୍ଭ କରିପାରନ୍ତି। କ୍ରୟବିକ୍ରି କ୍ଷେତ୍ରରେ ସାବଧାନ ନରହିଲେ ଠକାମୀରେ ପଡିପାରନ୍ତି। ଆପଣଙ୍କୁ ପ୍ରେମରେ ଦୁଃଖର ସମ୍ମୁଖୀନ ହେବାକୁ ପଡିପାରେ। ବନ୍ଧୁବାନ୍ଧବଙ୍କ କାରଣରୁ ଆପଣଙ୍କ ଜୀବନ ସାଥୀଙ୍କ ସହିତ ମତାନ୍ତର ହୋଇପାରେ। ପ୍ରତିକାର- ଚାଉଳର ଦାନ କରନ୍ତୁ।
୧୧:- କୁମ୍ଭ ରାଶି
ପାରିବାରିକ କ୍ଷେତ୍ରରେ ଭାବ ପ୍ରବଣତା ଯୋଗୁଁ ମନବଳ ହ୍ରାସ ପାଇବ। ବାଣିଜ୍ୟ, ପରିବହନ, ବ୍ୟବସାୟ କ୍ଷେତ୍ରରେ ସଫଳତା ହାସଲ କରିବେ। ଦୈନନ୍ଦିନ ଜୀବନ ଯାତ୍ରାରେ ଛୋଟ ଘଟଣା ପ୍ରତି ଗୁରୁତ୍ଵ ଦେବା ଭଲ ହେବନି। ଅତୀତ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହଯ୍ୟ କରିବେ। ଆଜି ଆପଣଙ୍କୁ ପରିବାର ଲୋକଙ୍କ ସହିତ ଟିକେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ। ଜୀବନର ଆନନ୍ଦ ନେବାକୁ ହେଲେ ବନ୍ଧୁ ମାନଙ୍କୁ ସମୟ ଦେବା ଦରକାର। ଆପଣ ଏବଂ ଆପଣଙ୍କ ଜୀବନ ସାଥି ମିଶିକି ବ୍ୟବାହିକ ଜୀବନର ସ୍ମରଣୀୟ ସ୍ମୃତି ମନେ ପକାଇବେ। ପ୍ରତିକାର - ଆଜି ଆପଣ କୌଣସି ମନ୍ଦିରରେ ମିଠାପୁରୀର ଭୋଗ ଲଗାନ୍ତୁ।
୧୨:- ମୀନ ରାଶି
ଆଜି ଆପଣ ନିଜ କାର୍ଯ୍ଯକୁ ପଛରେ ପକାଇ ଅନ୍ୟ ମାନଙ୍କ ନିର୍ଦ୍ଦେଶରେ କାମ କରିପାରନ୍ତି। ପରିବାରଙ୍କ ପାଇଁ କୌଣସି ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟକୁ ହାସଲ କରିବାରେ କଷ୍ଟକର ହୋଇପଡିବ। ସହପାଠୀ କିମ୍ୱା ବନ୍ଧୁ ମାନଙ୍କ ସହାୟତାରୁ ମୂଲ୍ୟବାନ ଦ୍ରବ୍ୟ ଲାଭବାନ ହୋଇପାରେ। ଆପଣଙ୍କ ଜୀବନ ସାଥିଙ୍କ ସ୍ବାସ୍ଥ୍ୟ ଆପଣଙ୍କର ଚିନ୍ତାର କାରଣ ହେଇପାରେ। ଆପଣଙ୍କ ପ୍ରେମକୁ ଅସ୍ବୀକାର କରିପାରନ୍ତି। ବ୍ୟବାହିକ ନିଷ୍ପତି ନେବା ଦୃଷ୍ଟିରୁ ଆଜିର ଦିନ ଉତ୍ତମ ରହିବ।