Movie prime

ଅବକ୍ଷୟ ଅବସ୍ଥାରେ ଏସିଆ ମହାଦେଶ ର ସବୁଠାରୁ ବଡ ଅନନ୍ତ୍ ଶୟନ ମୂର୍ତ୍ତି

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ଦେଖିବାକୁ ମିଳିଛି ଏସିଆ ମହାଦେଶ ର ସର୍ବ ବୃହତ ବିଷ୍ଣୁ ଙ୍କ ମୂର୍ତ୍ତି। ବିଶାଳକାୟ ପଥର ରେ ଗଦା , ପଦ୍ମ , ଶଙ୍ଖ ଓ ଚକ୍ର ଚିହ୍ନ। ଅନନ୍ତ ନାଗ ଉପରେ ଭଗବାନ ବିଷ୍ଣୁ ସୋଇଛନ୍ତି। ଏବଂ ଏହା ହେଉଛି ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ବ୍ଲକ ସାରଙ୍ଗ ଗ୍ରାମର ବ୍ରାହ୍ମଣୀ ନଦୀ କୂଳରେ ଥିବା ପ୍ରାଚୀନ କଳାର ବିଷ୍ଣୁ ମୂର୍ତ୍ତି। ଭଗବାନ ଅନନ୍ତ ଶୟନ ଅବସ୍ଥାରେ ପୂଜା ପାଉଛନ୍ତି।
ଯାହାକି ଅନନ୍ତ ଶୟନ ମନ୍ଦୀର ଭାବରେ ବେଶ ଜଣାଶୁଣା ହୋଇଥାଏ। ଏହା ମଧ୍ଯ ଏସିଆ ମହାଦେଶର ବୃହତ୍ତମ ମୂର୍ତ୍ତି ଭାବରେ ଖ୍ୟାତି ଅର୍ଜନ କରିଛି। ଏହାର ନିର୍ମାଣ କିଏ କରିଛି ଓ ଏତେବଡ଼ ଶିଳା ମୂର୍ତ୍ତି କେଉଁଠାରୁ ଆସିଛି ତାହା ଆଜି ପର୍ଯ୍ୟନ୍ତ କେହି ମଧ୍ଯ ଜାଣି ପାରି ନାହାଁନ୍ତି। କିନ୍ତୁ ଲୋକ ମାନଙ୍କର ଏହା ବିଶ୍ବାସ ରହିଛି ଲୋକ ମାନେ ନିଜେ ହିଁ ନିଜକୁ ନିର୍ମାଣ କରିଛନ୍ତି।
କାର୍ତ୍ତିକ ମାସ ପୂର୍ଣ୍ଣମୀରେ ଏଠାରେ ବୋଇତ ବନ୍ଦାଣ ଉତ୍ସବ ମଧ୍ଯ ପାଳନ କରାଯାଇଥାଏ। ଏହା ସହ ଏଠାରେ ବର୍ଷ ସାରା ପର୍ଯ୍ୟଟକ ମାନଙ୍କର ମଧ୍ଯ ଅନେକ ଭିଡ଼ ଜମିଥାଏ। ସ୍ଥାନୀୟ ଅଧିବାସୀ ମାନଙ୍କ କହିବା ମୁତାବକ ନବମ ଶତାବ୍ଦୀ ର ଭୌମ୍ୟ ବଂଶ ଭୀମ ଗୋସାଇଁ ଭାବରେ ଅନନ୍ତ ଶୟନ ଏଠାରେ ପୂଜା ପାଇ ଆସୁଥିଲେ। ଏହା ଏକ ପ୍ରାଚୀନ ମୂର୍ତ୍ତି ଭାବରେ ପରିଚିତ।
୧୯୭୯ ମସିହାରେ ଓଡ଼ିଶାର ତତ୍କାଳୀନ ରାଜ୍ୟପାଳ ମାନ୍ୟବର ଭଗବତ ଦୟାଲ ଶର୍ମା ଏହି ସ୍ଥାନକୁ ପରିଦର୍ଶନ କରିବା ପରେ ଏଠାରେ ଶୟନ ଅବସ୍ଥାରେ ବିଷ୍ଣୁ ମୂର୍ତ୍ତି ଦେଖିଥିଲେ। ଏହାପରେ ଏହି ସ୍ଥାନକୁ ଅନନ୍ତ ଶୟନ ନାମରେ ନାମିତ ମଧ୍ଯ କରିଥିଲେ। ଏବଂ ସେବେଠାରୁ ଆଜି ପର୍ଯ୍ୟନ୍ତ ଏଠାରେ ଭଗବାନ ବିଷ୍ଣୁ ଭକ୍ତ ମାନଙ୍କ ଦ୍ବାରା ପୂଜା ପାଇ ଆସୁଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.