Movie prime

କେତେ ବର୍ଷ ଯାଏଁ ଆତ୍ମା କୁ ପାପ ଲାଗେନାହିଁ ଦେଖନ୍ତୁ ଏହି ସମ୍ପୂର୍ଣ ଖବର

 
Special Report
ଆପଣମାନେ ଜାଣିଛନ୍ତି ଯେ ସବୁ ମନୁଷ୍ୟ ସମାନ ନୁହନ୍ତି। ଆଉ ସମସ୍ତେ ସର୍ବ ଗୁଣ ସମ୍ପନ୍ନ ମଧ୍ୟ ହୋଇ ନଥାନ୍ତି।କେବେ କେବେ ମନୁଷ୍ୟ ଜାଣି ଶୁଣି ଆଉ କେବେ ଅଜାଣତରେ ବହୁତ ପ୍ରକାରର ଭୁଲ କରିଥାନ୍ତି। ଯାହାକୁ ହିନ୍ଦୁ ଧର୍ମ ଶାସ୍ତ୍ରରେ ପାପ ବୋଲି କୁହାଯାଏ।ଯେଉଁ ପାପ ର ଫଳ ମନୁଷ୍ୟ କୁ ଭୋଗିବାକୁ ପଡ଼ିଥାଏ।ଆପଣମାନେ ଶୁଣିଥିବେ କୁହାଯାଏ ଯେ ଛୋଟ ଛୁଆଙ୍କୁ ପାପ ଲାଗି ନଥାଏ।ଯାହାର ବର୍ଣ୍ଣନା ହିନ୍ଦୁ ଧର୍ମ ଶାସ୍ତ୍ରରେ ମଧ୍ୟ ଦେଖିବାକୁ ମିଳିଥାଏ।
ମାଣ୍ଡବୀ ଋଷି କହିଛନ୍ତି ଯେ ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ଜନ୍ମରୁ ନେଇ ୧୨ ବର୍ଷ ଯାଏଁ ଆମେ ଯାହା କରିଥାଉ ତାହାକୁ ପାପ ବୋଲି ଧରାଯାଏ ନଥାଏ।କାରଣ ସେହି ସମୟରେ ବାଳକ ର ଜ୍ଞାନ ଆସି ନଥାଏ।ଅର୍ଥାତ୍ ତାକୁ ଧର୍ମ ଓ ଅଧର୍ମ ର ଜ୍ଞାନ ହୋଇ ନଥାଏ।ତେଣୁ ଭଗବାନ ମଧ୍ୟ ଛୁଆବେଳ ର ପାପ କୁ କ୍ଷମା କରି ଦେଇଥାନ୍ତି।ଦଣ୍ଡ ଦେବା ଲୋକ ପାପର ଅନୁ ପାତ ଦେଖି ପାପ ଅନୁସାରେ ଦଣ୍ଡ ଦେଇଥାନ୍ତି।
ପାପରୁ ଅଧିକ ଦଣ୍ଡ ଦେଲେ ତାହା ମଧ୍ୟ ଅନ୍ୟାୟ ହୋଇଥାଏ। ଯିଏ ନ୍ୟାୟ ଦେଇଥାଏ ସେ ଯଦି ଜଣଙ୍କ ପ୍ରତି ଅନ୍ୟାୟ କରେ ତେବେ ଏହା ମଧ୍ୟ ବହୁତ ବଡ଼ ପାପ ହୋଇଥାଏ।୧୨ ବର୍ଷ ଯାଏଁ କରାଯାଇଥିବା ଭୁଲ କୁ ପାପ ବୋଲି ଧରାଯାଏ ନାହିଁ।ଆଉ ଏହି ବୟସ ଯାଏଁ କରାଯାଉଥିବା ଭୁଲ୍ କୁ ଭଗବାନ ମଧ୍ୟ କ୍ଷମା କରି ଦେଇଥାନ୍ତି।କିନ୍ତୁ ୧୨ ବର୍ଷ ପରେ କରାଯାଇଥିବା ଭୁଲ୍ ର ଦଣ୍ଡ ଭୋଗିବାକୁ ପଡ଼ିଥାଏ।
ଭଗବାନ ଶ୍ରୀ କୃଷ୍ଣ ଙ୍କ ଅନୁସାରେ ସବୁଠାରୁ ବଡ଼ ପାପ ହେଉଛି ଭ୍ରୁଣହତ୍ୟା ଅଟେ।ମହାଭାରତ ଯୁଦ୍ଧ ସମାପ୍ତ ହେବାପରେ ଯେତେବେଳେ ଦ୍ରୋଣାଚାର୍ଯ୍ୟ ଙ୍କ ପୁତ୍ର ଅଶ୍ଵତ୍ଥାମା ଉତ୍ତରା ଙ୍କ ଗ-ର୍ଭ ରୁ ବଢୁଥିବା ଶିଶୁ ଉପରେ ବ୍ରହ୍ମାସ୍ତ୍ର ପ୍ରୟୋଗ କରି ତାର ହତ୍ୟା କରି ଦେଇଥିଲେ ସେତେବେଳେ ଭଗବାନ ଶ୍ରୀକୃଷ୍ଣ ସବୁଠାରୁ ଅଧିକ କ୍ରୋଧିତ ହୋଇଥିଲେ।ଏବଂ ଅଶ୍ଵତ୍ଥାମା ଙ୍କ ଏହି ଭୁଲ୍ କୁ ମହା ପାପ ବୋଲି କହିଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.