Movie prime

ଭଲ ଲୋକଙ୍କ ଭାଗ୍ୟରେ କାହିଁକି ଦୁର୍ଭାଗ୍ୟର କଳା ବାଦଲ ଛାଇ ଯାଏ କଣ କୁହନ୍ତି ଶ୍ରୀକୃଷ୍ଣ ଦେଖନ୍ତୁ

 
fgesrg

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ମନୁଷ୍ୟ ର ଆଶା ସର୍ବଦା ଉଚ୍ଚତର ଥାଏ ମଣିଷ ତାର ଇଚ୍ଛାର ପୂର୍ତ୍ତି ନିମନ୍ତେ ସର୍ବଦା ଚାହୁଁଥାଏ। ସର୍ବଦା ଏହା ମଧ୍ୟ ଚାହିଁଥାଏ ଖୁସୀରେ ରହିବା ପାଇଁ। ଯେଉଁ ସ୍ଥାନ ରେ ସେ ଅଛି ସେ ସର୍ବଦା ଆଶା କରିଥାଏ ତାହାଠାରୁ କିଛି ବେଶି ପାଇବାକୁ କାରଣ ସେ ଭାବିଥାଏ ସେ ଯେଉଁ ସ୍ଥାନରେ ଅଛି ସେ ସ୍ଥାନ ଠାରୁ ସେ ଅତ୍ୟନ୍ତ ଅଧିକା ସ୍ଥାନରେ ରହିବାର ଯୋଗ୍ୟ ଅଟେ।

କିନ୍ତୁ ଶ୍ରୀ କୃଷ୍ଣ ଙ୍କ ଉପଦେଶ କ୍ରମେ ମଣିଷ ଯାହା ପାଇଁ ଯୋଗ୍ୟ ବିବେଚିତ ତାହା ହିଁ ତାକୁ ଦିଆଯାଇଥାଏ। କେବେ ହେଲେ ମଧ୍ୟ ତାର ଯୋଗ୍ୟତା ଠାରୁ କମ୍ କି ବେଶୀ ଦିଆଯାଏ ନାହିଁ। ଯେପରି ବଣରେ ଫୁଟିଥିବା ମଲ୍ଲି ଭଗଵାନ ଙ୍କ ନିକଟ କୁ ଯାଇ ତାଙ୍କ ମସ୍ତକରେ ଶୋଭା ପାଇବ କି କୋଉ ଏକ ସୁନ୍ଦରୀ ଝିଅ ର ମସ୍ତକରେ ଶୋଭା ପାଇବ ତାହା ତାର ଭାଗ୍ୟ ଉପରେ ହିଁ ନିର୍ଭର କରିଥାଏ।

ପ୍ରତ୍ୟେକ ବ୍ୟକ୍ତିର ଭାଗ୍ୟର ଲିଖନ ସାଧିତ ହୋଇଥାଏ। ଭାଗ୍ୟରେ ଯାହା ଲେଖା ହୋଇଥାଏ ତାହା ହିଁ ସତ୍ୟର ପ୍ରତିପାଦନ ହୋଇଥାଏ । ଏବଂ ଭଗ୍ୟମଧ୍ୟ କର୍ମ ଫଳ କୁ ନେଇ ନିର୍ଦ୍ଧାରଣ କରାଯାଇଥାଏ। ଯାହାର କର୍ମ ଫଳ ଭଲ ହୋଇଥାଏ ସେ ହିଁ ପରମ ଭାଗ୍ୟବନ୍ତ ହୋଇଥାଏ। ଭଗବାନ୍ ଙ୍କ କୃପା ସର୍ବଦା ତା ଉପରେ ଆଚ୍ଛାଦିତ ହୋଇ ରହିଥାଏ।

ସେଥି ପାଇଁ କୁହାଯାଇଛି ଯେ ଆମେ ଆମ ଭାଗ୍ୟକୁ ନିୟନ୍ତ୍ରିତ କରିପାରିବା ନାହିଁ। କିନ୍ତୁ ଆମେ ଆମ କର୍ମ କୁ ନିୟନ୍ତ୍ରିତ କରି ପାରିବା ଓ ଭଲ କର୍ମ କରିବା ଦ୍ଵାରା ଆମେ ଆମ ଭାଗ୍ୟ କୁ ମଧ୍ୟ ବଦଳାଇ ନିୟନ୍ତ୍ରଣ କରି ପାରିବା। ଓ ଭଗବାନ ଙ୍କ ଛତ୍ରଛାୟା ତଳେ ସର୍ବଦା ରହିବା ଓ ଭଗବାନ ତାଙ୍କ ଆଶୀର୍ବାଦ ଆମ ଉପରେ ସର୍ବଦା ବଜାୟ ରଖିଥିବେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.