Movie prime

Mahabharata କାଳର ଏହି ୫ ଟି ଅଭିଶାପ ଯାହା ଆଜିବି ହେଉଛି ସମ୍ପୂର୍ଣ ସତ ଜାଣନ୍ତୁ କଣ ସେହି ଅଭିଶାପ ଗୁଡ଼ିକ ଯାହା ଆଜି ପ୍ରତ୍ୟେକ ମାନବ ସମାଜ ଭୋଗୁଛନ୍ତି

 
efed

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜି ଆମେ ଏଭଳି କିଛି ଅଭିଶାପ ସମ୍ପର୍କରେ ଜାଣିବା ଯାହାକି ମହାଭାରତରେ ଦିଆ ଯାଇଥିଲା ଯାହାକୁ କି ଏବେ ମଧ୍ୟ ମାନବ ସମାଜ ଏହାକୁ ପାଳନ କରୁଛି। ତେବେ ଚାଲନ୍ତୁ ଜାଣିବା ସେହି ଅଭିଶାପ ଗୁଡିକ ସମ୍ପର୍କ ରେ ପ୍ରଥମ ଟି ହେଉଛି ଯେତେବେଳେ ମହାଭାରତ ରେ ଯୁଦ୍ଧ ଚାଲୁଥାଏ ଓ ଅର୍ଜୁନ ଙ୍କ ବାଣରେ କର୍ଣ୍ଣ ଙ୍କ ଜିବନ ଚାଲିଗଲା ସେତିକି ବେଳେ ମାତା କୁନ୍ତି କର୍ଣ୍ଣ ଙ୍କୁ କୋଳରେ ଧରି କାନ୍ଦିବାକୁ ଲାଗିଲେ।

ଏହାପରେ ତାଙ୍କୁ ଦେଖି ପାଣ୍ଡବ ମାନେ ଆଶ୍ଚର୍ୟ୍ଯ ହୋଇଗଲେ ଓ ଯୁଧିଷ୍ଠିର କୁନ୍ତୀ ଙ୍କୁ କାନ୍ଦିବାର କାରଣ ପଚାରିବାରୁ କୁନ୍ତୀ କହିଥିଲେ କି କର୍ଣ୍ଣ ହେଉଛନ୍ତି ତାଙ୍କ ନିଜ ଭ୍ରାତା ଏହା ଶୁଣି ଯୁଧିଷ୍ଠିର ଆଶ୍ଚର୍ଯ୍ୟ ଚକିତ ହୋଇଗଲେ ଓ ଅନୁତାପ କଲେ ଯେ ସେମାନଙ୍କ ଦ୍ବାରା ତାଙ୍କ ଜ୍ୟେଷ୍ଠ ଭ୍ରାତା ଙ୍କ ପ୍ରାଣ ଚାଲିଗଲା। ଏହାପରେ ସେ ରାଗିଯାଇ କହିଲେ ଆଜି ପରଠୁ କୌଣସି ନାରୀ ମାନେ ନିଜ ମଧ୍ୟରେ କୌଣସି ରହସ୍ୟ ରଖି ପାରିବେ ନାହିଁ ଓ ଏବେ ସେହିପରି ହିଁ ହେଉଛି ।

ଦ୍ୱିତୀୟ ଟି ହେଉଛି ଶୃଙ୍ଗି ଋଷି ପରୀକ୍ଷିତ ଙ୍କୁ ଦେଇଥିବା ଅଭିଶାପ । ରାଜା ପରୀକ୍ଷିତ ପାଣ୍ଡବ ମାନଙ୍କ ପାରେ ହସ୍ତିନା ପୁର ର ରାଜା ହୋଇଥିଲେ ସେ ଏକଦା ବନ କୁ ଯାଇଥିବା ସମୟରେ ଦେଖିଲେ ସମୀର ୠଷି ବସି ତପସ୍ୟା କରୁଛନ୍ତି। ସେ ଯେତେ ଡାକିବା ସତ୍ତ୍ୱେ ମଧ୍ୟ ଋଷି ସମୀର କୌଣସି ଉତ୍ତର ଦେଲେ ନାହିଁ। ଏହାପରେ ସେ ରାଗିକି ୠଷି ଙ୍କ ଉପରେ ଏକ ମଲା ସାପ ପକାଇ ଦେଲେ ଏହା ଦେଖି ସମୀର ୠଷି ଙ୍କ ପୁତ୍ର ସୃଙ୍ଗି ପରୀକ୍ଷିତ ଙ୍କୁ ଅଭିଶାପ ଦେଲେ କି ସାତ ଦିନ ମଧ୍ୟରେ ରାଜା ପରୀକ୍ଷିତ ଙ୍କ ମୃ-ତ୍ୟୁ ଦକ୍ଷକ ନାଗ କମୁଡ଼ିବାରୁ ହେବ ଓ ସେହିପରି ହିଁ ହେଲା।

ଏହାପରେ ସେୟା ହିଁ ହେଉଛି କାରଣ ତାହାପରେ ହିଁ କଳି ଯୁଗର ଆରମ୍ଭ ହେଲା ଯାହା ଆମେ ଏବେ ଭୋଗିଛୁ। ଏହାପରେ କୃଷ୍ଣ ଙ୍କ ଅସ୍ଵସ୍ଥମା ଙ୍କୁ ଦେଇଥିବା ଅଭିଶାପ ଯେ ଅସ୍ଵସ୍ଥାମା  ୩୦୦୦ ବର୍ଷ ପର୍ଯ୍ୟନ୍ତ ସେ ବଞ୍ଚି ରହିବେ ମାତ୍ର କାହା ସହ କଥା ହୋଇ ପାରିବେ ନାହିଁ। ମାଣ୍ଡବୀ ୠଷି ମଧ୍ୟ ଅଭିଶାପ ଦେଇଥିଲେ ଜମ ଙ୍କୁ ସେ ଏକ ସୁଦ୍ର ଘରେ ଜନ୍ମ ଗ୍ରହଣ କରିବେ ବୋଲି। ଏହାପରେ ସେ ବିଦୁର ରୂପରେ ଜନ୍ମ ଗ୍ରହଣ କରିଲେ। ଅପସରା ଉର୍ବଶୀ ମଧ୍ୟ ଅର୍ଜୁନ ଙ୍କୁ ଅଭିଶାପ ଦେଇଥିଲେ କି ସେ ଏକ ବର୍ଷ ପାଇଁ ନର୍ତ୍ତକୀ ହୋଇଯିବେ ଏବଂ ବନ ସମୟରେ ସେହିପରି ହିଁ ହୋଇଥିଲା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.