Movie prime

କୌଣସି ଦେବୀଙ୍କ ଗର୍ଭରୁ କେହି ସନ୍ତାନ କାହିଁକି ଜନ୍ମ ନିଅନ୍ତି ନାହିଁ ଜାଣନ୍ତୁ ଏହାର ବିଶେଷ କାରଣ

 
Special Report
ଏହି ସୃଷ୍ଟି ରେ ସମସ୍ତ ଜୀବ ମା ର ଗ-ର୍ଭ ରୁ ହିଁ ଜନ୍ମ ହୋଇଥାଏ।କିନ୍ତୁ ଆପଣମାନେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ ଯେ କୌଣସି ଦେବତା ଙ୍କ ର ପତ୍ନୀ ଙ୍କ ଗର୍ଭରୁ କେହି ବି ସନ୍ତାନ ଜନ୍ମ ଗ୍ରହଣ କରନ୍ତି ନାହିଁ।ତେବେ ଆପଣ ମାନଙ୍କ ମନରେ ପ୍ରଶ୍ନ ନିଶ୍ଚୟ ଉଙ୍କି ମାରୁଥିବ ଯେ ଏପରି କାହିଁକି? କାହିଁକି ଦେବୀ ମାନେ ସନ୍ତାନ ଙ୍କୁ ଜନ୍ମ ଦିଅନ୍ତି ନାହିଁ।ଏହା ମାତା ପାର୍ବତୀ ଙ୍କ ଅଭିଶାପ କାରଣରୁ ହୋଇଛି ବୋଲି କୁହାଯାଇଥାଏ।
ମାତା ପାର୍ବତୀ ଙ୍କ ଅଭିଶାପ କାରଣରୁ କୌଣସି ଦେବୀ ସନ୍ତାନ ଜନ୍ମ ଦିଅନ୍ତି ନାହିଁ।ଯେତେବେଳେ ମାତା ସତୀ ପିତା ଦକ୍ଷ ଙ୍କ ଯଜ୍ଞ କୁ ଯାଇଥିଲେ ସେତେବେଳେ ନିଜ ସ୍ବାମୀ ଭଗବାନ ଶିବ ଙ୍କ ଅପମାନ କୁ ସହି ନପାରି ସେ ସେହି ଯଜ୍ଞ ଅଗ୍ନିରେ ଆତ୍ମ ଦାହ କରିଥିଲେ।ଭଗବାନ ଶିବ ଯେତେବେଳେ ଏହି ବିଷୟରେ ଜାଣିପାରିଲେ ସେତେବେଳେ ସେ ଗଣ ନନ୍ଦୀ ଙ୍କ ସହିତ ହିମାଳୟ କୁ ଚାଲିଗଲେ।ଏବଂ ତପସ୍ୟା ରେ ଲୀନ ହୋଇଗଲେ।
ମାତା ପାର୍ବତୀ ଭଗବାନ ଶିବ ଙ୍କୁ ବିବାହ କରିବା ପାଇଁ ତପସ୍ୟା ରେ ଲୀନ ହୋଇଥିଲେ।ଏହାପରେ ଭଗବାନ ଶିବ ପାର୍ବତୀ ଙ୍କ ତପସ୍ୟା ରେ ପ୍ରସନ୍ନ ହେଲେ। ଏବଂ ତପସ୍ୟା କରି ପାର୍ବତୀ ବିଜୟ ଲାଭ କରିଲେ। ମାତା ପାର୍ବତୀ ଓ ଭଗବାନ ଶିବ ଙ୍କ ବିବାହ ସମ୍ପନ୍ନ ହେଲା।ବିବାହର କିଛି ଦିନ ପରେ ଦୁହେଁ ମହା ମିଳନରେ ଲିପ୍ତ ରହିଗଲେ। ଆଉ ସେହି ସମୟରେ ଦେବତା ମାନେ ଭଗବାନ ଶିବ ଙ୍କୁ ପ୍ରଭୁ ପ୍ରଭୁ କହି ସମ୍ବୋଧନ କରିଲେ।
ଯାହାଦ୍ଵାରା ମାତା ପାର୍ବତୀ ଓ ଭଗବାନ ଶିବ ଙ୍କ ର ମହା ମିଳନ ଭଙ୍ଗ ହୋଇଗଲା।ଦେବତା ମାନଙ୍କର ଏଭଳି କାମ ଦେଖି ମାତା ପାର୍ବତୀ କ୍ରୋଧରେ ଦେବଗଣ ଙ୍କ ନିକଟରେ ଉପସ୍ଥିତ ହେଲେ।ଆଉ କ୍ରୋଧର କହିଲେ ଯେ ବୁଦ୍ଧି ହିନ ଦେବଗଣ ଆପଣମାନେ ଏଠାକୁ ଅସମୟରେ ଆସି ଶିବ ଓ ପାର୍ବତୀ ଙ୍କ ମହା ମିଳନ ରେ ବାଧା ସୃଷ୍ଟି କରିଲେ। ତେଣୁ ସେ ସମସ୍ତଙ୍କୁ ଅଭିଶାପ ଦେଇ କହିଲେ ଆପଣମାନେ ସବୁବେଳେ ନି ସନ୍ତାନ ହୋଇ ରହିବେ।ଅର୍ଥାତ୍ ଆପଣକଂ ପତ୍ନୀ କେବେ ହେଲେ ସନ୍ତାନ ଜନ୍ମ କରିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.