Movie prime

ଶନିବାର ଭୁଲରେ କରନ୍ତୁ ନାହିଁ ଏହି ସବୁ ଭୁଲ ନହେଲେ ପସ୍ତେଇବେ ଦେଖନ୍ତୁ ଶନିଦେବଙ୍କ ଦିନରେ କଣ କରିବେ କଣ କରିବେନି

 
Devotional news
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ପ୍ରାୟ ସମୟରେ ଶନିବାର କୁ ନେଇ ଆମ ମନରେ ଅନେକ ଗୁଡ଼ିଏ ପ୍ରଶ୍ନ ଥାଏ। କି ଶନିବାର କେଉଁ କାର୍ଯ୍ୟ କରିବା ଉଚିତ ଅଟେ ଏବଂ କେଉଁ କାର୍ଯ୍ୟ କରିବା ଉଚିତ ହୋଇ ନଥାଏ। ଶନିବାର ଦିନ ଏଭଳି କେଉଁ ଜିନିଷ ଆମ ଘରକୁ ଆଣିବା ଉଚିତ ଅଟେ ଏବଂ କେଉଁ ଜିନିଷ ମଧ୍ୟ ଆମ ଘରକୁ ଆଣିବା ଅନୁଚିତ ହୋଇଥାଏ।
ଆଜି ଆମେ ଆପଣଙ୍କୁ ସେହି ସମ୍ପର୍କ ରେ କହିବାକୁ ଯାଉଛୁ। ସନିଗ୍ରହ ହେଉଛନ୍ତି ଏକ ନ୍ୟାୟ ର ଗ୍ରହ ସେ ସର୍ବଦା ନ୍ୟାୟ ରେ ଚାଲି ଥାଆନ୍ତି। ଏଥି ପାଇଁ ଯେ ଭୁଲ୍ କରିଥାଏ ତାକୁ ମଧ୍ୟ ଦଣ୍ଡ ଦେଇଥାନ୍ତି।ଯେତେବେଳେ ଆମେ ଅପରେସନ୍ କରିଥାଆନ୍ତି ଯଦି ସ୍ତିର ଲଗ୍ନରେ ସେହି ଦିନ ପଡ଼ିଥାଏ ତେବେ ସେଦିନ ହିଁ ଅପରେସନ କରିବା ଜରୁରୀ ଅଟେ। ଯଦି ସେଦିନ ନାକରିଲେ ଅପରେସନ କିଛି ଅସୁବିଧା ହଉନଥିବ, ତେବେ ଆମେ ସେଦିନ ଅପରେସନ କରିବା ନାହିଁ।
ଅନ୍ୟଟି ହେଉଛି ଶନିବାର ଦିନ ଆପଣ ମାନେ ବାହାର କୌଣସି ଜାଗାରେ ଖାଦ୍ୟ ଖାଇବେ ନାହିଁ। ବାହାରେ କାହା ଘରେ ମଧ୍ଯ ଖାଇବେ ନାହିଁ। ଯଦି ନିଜ ପରିବାର ଲୋକ ହୋଇଥାଏ କି ସଂପର୍କୀୟ ହୋଇ ଥାଆନ୍ତି ତାହାଲେ ଚଳିବ ମାତ୍ର ଅନ୍ୟ କାହା ଘରେ ଖାଇବେ ନାହିଁ। ମାତ୍ର ବାହାର କୁ କୌଣସି କାମରେ ଯାଇଥିଲେ ଆପଣ ମାନେ ହୋଟେଲ୍ ରେ ଖାଇ ପାରିବେ।
ଅନ୍ୟ ଏକ କଥା ହେଉଛି ଆପଣ ଶନିବାର ଦିନ କେବେ ହେଲେ ମଧ୍ୟ ଉଦ୍ଧାର ଦେବା ନେବା କରିବେ ନାହିଁ। ଶନିବାର ଦିନ ଉଦ୍ଧାର ଦେଲେ ତାହା ଆପଣଙ୍କୁ ପାଇବା କଷ୍ଟ ହୋଇ ଯିବ। ଶନିବାର ଦିନ ଯଦି ଆପଣ ଉଦ୍ଧାର ଦେବା ନେବା ବନ୍ଦ୍ କରିଦେବେ ତେବେ ଆପଣ ଦୁଇ ଜଣଙ୍କ ମଧ୍ୟରେ କୌଣସି ପ୍ରକାରର ମନ ମାଲିନ୍ୟ ଦେଖା ଯିବ ନାହିଁ। ତେବେ ଆପଣ ଶନିବାର ଦିନ କାହାକୁ ଉଦ୍ଧାର ଦେବେ ନାହିଁ ଓ କାହା ପାଖରୁ ଉଦ୍ଧାର ମଧ୍ଯ ନେବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.