Movie prime

ଏଇ ଦୋଳ ପୂର୍ଣ୍ଣିମା ରେ କରିଦିଅନ୍ତୁ ଏମିତି କାମ , ଭାଗ୍ୟ ରେ ହେବ ପରିବର୍ତ୍ତନ ଅଚାନକ ଆସିବ ଧନ

 
ଦୋଳ ପୂର୍ଣ୍ଣିମା
ପବିତ୍ର ଦୋଳ ପୂର୍ଣ୍ଣିମାରେ ଗୃହରେ କରନ୍ତୁ ଏହି ପାଞ୍ଚୋଟି ଉପାୟ। ମାତା ଲକ୍ଷ୍ମୀ ଧନର ବର୍ଷା କରିବେ।ଧନ ଏପରି ଏକ ଜିନିଷ ଯାହା ସମସ୍ତଙ୍କର ଆବଶ୍ୟକତା ହୋଇଥାଏ।ଅଧିକ ଧନ ଉପାର୍ଜନ କରିବା ପାଇଁ କଠିନ ପରିଶ୍ରମ କରିଥାଉ।ଧନ ପ୍ରାପ୍ତି ପାଇଁ ଏଭଳି ଉପାୟ ରହିଛି ଯାହାକି ବହୁତ ଶୀଘ୍ର ଧନୀ କରିପାରିବ।
(୧)ପବିତ୍ର ଦୋଳ ପୂର୍ଣ୍ଣିମା ଦିନ ସକାଳେ ଓ ସନ୍ଧ୍ୟା ସମୟରେ ଘରର ମୁଖ୍ୟ ଫାଟକ ନିକଟରେ ଘିଅର ଦୀପ ଜାଳନ୍ତୁ। ନାଲି ରଙ୍ଗର ବଳିତା ବ୍ୟବହାର କରନ୍ତୁ।ଏହାଦ୍ବାରା ମାତା ଲକ୍ଷ୍ମୀ ଆପଣଙ୍କ ଘରେ ପ୍ରବେଶ କରିବେ।
(୨)ପବିତ୍ର ଦୋଳ ପୂର୍ଣ୍ଣିମା ଦିନ ଘର ଅଗଣାରେ ତୁଳସୀ ଗଛ ଅବଶ୍ୟ ଲଗାନ୍ତୁ।ଯଦି ଆପଣଙ୍କର ଅଗଣାରେ ତୁଳସୀ ଗଛ ରହିଛି ତେବେ ତୁଳସୀ ଗଛ ରେ ନାଲି ରଙ୍ଗର କପଡ଼ା ବାନ୍ଧି ଦିଅନ୍ତୁ।ଏହାଦ୍ବାରା ଘରେ ସୁଖ ସମ୍ବୃଢ଼ି ବୃଦ୍ଧି ହୋଇଥାଏ।
(୩) ସକାଳ ସମୟରେ ଭଗବାନ ରାଧାକୃଷ୍ଣ ଙ୍କ ଯୁଗଳମୂର୍ତ୍ତି ପୂଜା କରନ୍ତୁ।ଏହାଦ୍ବାରା ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀ ଆପଣଙ୍କ ପୂଜାରେ ସନ୍ତୁଷ୍ଟ ହୋଇଥାନ୍ତି।
(୪)ଏହା ହେଉଛି ଏକ ପବିତ୍ର ଦିନ।ଏହି ଦିନ ଦୁଃଖୀ ଦରିଦ୍ର ମାନଙ୍କୁ ଦାନ ଦିଅନ୍ତୁ।ଦାନ ଆପଣଙ୍କ ସାମର୍ଥ୍ୟ ଅନୁସାରେ କରନ୍ତୁ।ଏହାଦ୍ବାରା ସାତ ଜନ୍ମ ର ପାପ କ୍ଷୟ ହୋଇଥାଏ।
(୫)ସନ୍ଧ୍ୟା ସମୟରେ ଏକ ପାତ୍ର ରେ ଗୋବର ଉପରେ ଝୁଣା ରଖି ଜଳାନ୍ତୁ।ଝୁଣା ଧୂପ କୁ ଘର ସାରା ବୁଲାଇ ଦିଅନ୍ତୁ।ଘରେ ସୁଖ ଶାନ୍ତି ସହିତ ଧନ ଲାଭ ମଧ୍ୟ ହେବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.