Movie prime

ଏହି ସବୁ ଜିନିଷ ଏହି ବାର ଏହି ଦିନ ରେ ଦେଲେ ହୋଇ ଯିବେ ଭିକାରୀ ଏବେଠୁ ହୁଅନ୍ତୁ ସତର୍କ ଏବଂ ସାବଧାନ ଦେଖନ୍ତୁ

 
Adhyatmika
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଜିନିଷ ବିଷୟରେ ଜାଣି ପାରୁଥିବେ ।
କଣ କରିଲେ ଭଲ କଣ କରିଲେ ଖରାପ ଆଉ କଣ ଦାନ କରିବା ଉଚିତ୍ କଣ କରିବା ଅନୁଚିତ୍ ଏମିତି ଅନେକ ପ୍ରକାରର କଥା ମଧ୍ୟ ଆପଣ ସୋସିଆଲ ମିଡ଼ିଆ ସାହାଯ୍ୟରେ ପାଇପାରିବେ । ଆଉ ଅନେକ ପ୍ରକାରର ବାସ୍ତୁ ଶାସ୍ତ୍ର ବିଷୟରେ ମଧ୍ୟ ଆପଣମାନେ ଏହିସବୁ ଭିଡିଓ ମାଧ୍ୟମରେ ଜାଣିପାରିବେ । 
ଆଉ ଏହିଭଳି ଅନେକ ଘଟଣା ଆପଣଙ୍କୁ ଆଉ କଣ ଦାନ କରିବା ଉଚିତ୍ ଆଉ ଦାନ କରିଲେ ଦୁର୍ଭାଗ୍ୟ ଦୂର ହୋଇଥାଏ । ଏହିସବୁ କଥା ଆପଣ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଶିବ ପୁରାଣରେ ୬ଟି ଜିନିଷ ଦାନ କରିଲେ ଦୁର୍ଭାଗ୍ୟ ଦୂର ହୋଇଥାଏ ସେହି ବିଷୟରେ ଆମେ ଜାଣିବା । 
୧) ଶିବ ଲିଙ୍ଗରେ ଚାଉଳ ଚଢ଼ାଇବା ଦ୍ଵାରା ଭକ୍ତର ସବୁ ମନୋସ୍କାମନା ପୂରଣ ହୋଇଥାଏ । ଆଉ ପୂଜାରୁ ବଞ୍ଚିଥିବା ଚାଉଳକୁ କୌଣସି ଦରକାରୀ ଲୋକଙ୍କୁ ଦାନ କରନ୍ତୁ । ଦୁର୍ଭାଗ୍ୟ ଦୂର ହେବ ।
୨) ଲୁଣ - ସବୁ ସୋମବାର ଦିନରେ ଲୁଣ ଦାନ କରିଲେ ସବୁ ଦୁଃଖ ନଷ୍ଟ ହୋଇଥାଏ । ମନରୁ ଚିନ୍ତା ଦୂର ହୁଏ । ଲୁଣ କେବେ ହାତରେ ଦିଅନ୍ତୁ ନାହିଁ ।
୩) ଗୁଡ - ସବୁ ସୋମବାର ଦିନ ଗୁଡ ଦାନ କରିଲେ ଯଦି ଆପଣଙ୍କ ପରିବାରରେ କୌଣସି ସମସ୍ୟା କାରଣରୁ ଆପଣଙ୍କ ଭିତରେ ଭଲ ସମ୍ପର୍କ ରହିନାହିଁ ତାହେଲେ ସମ୍ପର୍କରେ ମଧୁରତା ଆଣିବାକୁ ଗୁଡ ଦାନ କରନ୍ତୁ ।
୪) ରାଶି - ସୋମବାର ଦିନ ରାଶି ଦାନ କରିଲେ ଆତ୍ମବିଶ୍ବାସ ବଢ଼ିଥାଏ । କଳା ରାଶି ଶନିବାର ଦିନ ଦାନ କରିଲେ ଭଲ ଫଳ ମିଳେ ।
୫) ଘିଅ - ଯଦି ଆପଣଙ୍କ ଘରେ ଅଧିକ ସମୟ କାହାର ଦେହ ଖରାପ ଅଛି ବା ବାରମ୍ବାର ଯଦି କିଏ ଦେହ ଖରାପରେ ପଡୁଛି ତାହେଲେ ତାର ହାତରେ ଘିଅ ଛୁଆଇଁ ସେହି ଘିଅକୁ ଦାନ କରନ୍ତୁ ।
୬) ବସ୍ତ୍ର - କୌଣସି ଦରକାରୀ ଲୋକଙ୍କୁ ବସ୍ତ୍ର ଦାନ କରିଲେ ଭଲ ଫଳ ମିଳିଥାଏ । କାହାର ଦେହ ଖରାପ ବହୁତ ଦିନରୁ ଥିଲେ ଭଲ ହୋଇଥାଏ । ଆଉ ଏହା ଶୁଭ ଫଳ ଦେଇଥାଏ।