Movie prime

ଆଜି ର ରାଶିଫଳ : 13/01/2023 ଜାଣନ୍ତୁ କେଉଁ ରାଶି ରେ କଣ ଅଛି

 
Rashiphala
ଆଜି ହେଉଛି ୧୩ ଜାନୁଆରୀ ୨୦୨୩।ଶୁକ୍ରବାର।ଆଜି ହେଉଛି ଷଷ୍ଠୀ ତିଥି ସନ୍ଧ୍ୟା ୬ ଘଣ୍ଟା ୩୦ ମିନିଟ୍ ଯାଏଁ ରହୁଛି।ସନ୍ଧ୍ୟା ୬ ଘଣ୍ଟା ୩୦ ମିନିଟ୍ ପରେ ସପ୍ତମୀ ତିଥି ର ପ୍ରବେଶ ହେଉଛି।ଆପଣମାନେ ତାଳ କୁ ଖାଦ୍ୟ ହିସାବରେ ଗ୍ରହଣ କରନ୍ତୁ ନାହିଁ।ଦିନଟି କିପରି ବିତିବ ମେଷ ଠାରୁ ମୀନ ପର୍ଯ୍ୟନ୍ତ ୧୨ ଗୋଟି ରାଶିର ଫଳ ସମ୍ପର୍କ ରେ ଜାଣନ୍ତୁ।
ମେଷ:- 
ପର ଉପକାର ଭାବନା ମନରେ ରଖି ଅନ୍ୟଙ୍କୁ ସାହାର୍ଯ୍ୟ କରି ଅସୁବିଧା ରେ ପଡି ପାରନ୍ତି। ଚିଡିଚି ଡା ସ୍ୱଭାବର ରହିବେ।ପାରିବାରିକ ଜୀବନ ରେ ଛୋଟ ଛୋଟ ସମସ୍ୟା ଦେଖା ଦେଇପାରେ।ପୂର୍ବରୁ ଦେଇଥିବା ଅର୍ଥ ପାଇବାରେ ସମସ୍ୟା ଦେଖା ଦେଇପାରେ।
ବୃଷ:-
ପାରିବାରିକ ଜୀବନ ସୁଖମୟ ରହିବ। ଆୟ ଅପେକ୍ଷା ଖର୍ଚ୍ଚ ଅଧିକ କରିବେ।କର୍ମ କ୍ଷେତ୍ରରେ କୌଣସି ବିବାଦ ଲାଗି ରହିଥିଲେ ତାହା ଦୂରୀଭୂତ ହେବ।ସନ୍ତାନ ମାନଙ୍କ ପାଇଁ ଭଲ ରହିଛି।ଶୁଭ ଫଳ ପାଇବେ।
ମିଥୁନ:-
କାର୍ଯ୍ୟରେ ସତର୍କତା ଅବଲମ୍ବନ କରିବା ଉଚିତ।ସ୍ଵାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ। ପେଟ ଜନିତ ସମସ୍ୟା, ପାଦର ସମସ୍ୟା କିମ୍ବା ଜ୍ଵର ଥଣ୍ଡା ଆଦି ସମସ୍ୟା ଦେଖା ଦେଇପାରେ।ଅଧିକ ଶୁଭ ଫଳ ପାଇବା ପାଇଁ ସବୁଜ କିମ୍ବା ନୀଳ ରଙ୍ଗକୁ ବ୍ୟବହାର କରନ୍ତୁ 
କର୍କଟ:-
ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହେବ।ମାନସିକ ଦୁଶ୍ଚିନ୍ତା ଦେଖା ଦେଇପାରେ।ତଥାପି ଦୂର ଯାତ୍ରା କରିବେ।ବନ୍ଧୁଙ୍କ ସହିତ ସାକ୍ଷାତ କରିବେ।ପୁରୁଣା ମିତ୍ର ବା ସାଙ୍ଗଙ୍କ ସହିତ ହଠାତ୍ ଦେଖା ହୋଇଯିବେ।ପାରିବାରିକ ଜୀବନ ରେ କିଛି ସମସ୍ୟା ଥିଲେ ତାହା ଦୂର ହୋଇଯିବ।
ସିଂହ:-
ଦେହ ମନ ସମ୍ପୂର୍ଣ୍ଣ ରୂପରେ ସୁସ୍ଥ ରହିବ।ପୂର୍ବରୁ କୌଣସି ସମ୍ବାଦ ଶୁଣିବାକୁ ଆଗ୍ରହୀ ଥିଲେ ବା ଏକ ଶୁଭ ସମ୍ବାଦ ର ଅପେକ୍ଷା ରେ ଥିଲେ ତାହା ପାଇ ପାରିବେ।ପୂର୍ବରୁ ପାଖ ପଡୋଶୀ ଙ୍କ ସହିତ ବିବାଦ ଥିଲେ ତାହା ଦୂରୀଭୂତ ହେବ।ନେତୃତ୍ଵ ମନା ହୋଇ ସବୁ କାମ କରିବେ।
କନ୍ୟା:-
ଦେହ ମନ ସମ୍ପୂର୍ଣ୍ଣ ରୂପରେ ସୁସ୍ଥ ରହିବ।କର୍ମ ପାଇଁ ଆଗ୍ରହୀ ହେବେ।ପରିଶ୍ରମ କରିବେ।ପୂର୍ବରୁ କୌଣସି କର୍ମ ଚାପ ଥିଲେ ତାହା ଦୂରୀଭୂତ ହେବ।ବ୍ୟବସାୟୀ ମାନେ ବ୍ୟବସାୟ ରେ ଲାଭ ବାନ୍ ହେବେ।
ତୁଳା:-
ପୁରୁଷ ଓ ମହିଳା ଙ୍କ ପାଇଁ ଶୁଭ ପ୍ରଦ ରହିଛି।ବିଦ୍ୟାର୍ଥୀ ମାନଙ୍କ ପାଇଁ ଶୁଭ ପ୍ରଦ ରହିଥିବାରୁ ଦୂର ଯାତ୍ରା କରିପାରିବେ।ଏବଂ ସଫଳତା ଅର୍ଜନ କରିବେ।ପାରିବାରିକ ଜୀବନ ସୁଖମୟ ରହିବ।ନୂତନ କାର୍ଯ୍ୟ କରିବା ପାଇଁ ଚେଷ୍ଟା କରିଥିଲେ ନବ ନିଯୁକ୍ତି ପାଇବେ।
ବିଛା:-
ଦେହ ମନ ସମ୍ପୂର୍ଣ୍ଣ ରୂପରେ ସୁସ୍ଥ ରହିବ।ଅନ୍ୟ ଠାରୁ କିଛି ଆଶା କରୁଥିଲେ ସେହି ଆଶା କରିଥିବା ଦ୍ରବ୍ୟ ପ୍ରାପ୍ତ କରିବେ।ପାରିବାରିକ ଜୀବନ ସୁଖମୟ ହେବ। ବନ୍ଧୁ ଙ୍କ ସହିତ ସମୟ ଅତିବାହିତ କରିବେ।ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡ଼ା ହୋଇପାରେ।
ଧନୁ:-ଅନୁକୂଳ ରହିବ।କୌଣସି ନୂତନ କର୍ମ କୁ ଗ୍ରହଣ କରିଥିଲେ ସଫଳତା ହାସଲ କରିବେ।ପରିବାର ଲୋକଙ୍କ ସହିତ କିଛି ସୁ ସ୍ଵାଦ ଖାଦ୍ୟ ଖାଇବେ।ପାରିବାରିକ ଜୀବନ ରେ ଯାହାବି ଅସୁବିଧା ରହିଛି ତାହା ଦୂର ହେବ।
ମକର:-
ମିତ୍ର ମାନଙ୍କ ଠାରୁ ସାହାର୍ଯ୍ୟ ପ୍ରାପ୍ତ କରିବେ।ଉଚ୍ଚ ଆଶାବାଦୀ ହୋଇ ପ୍ରତି କାର୍ଯ୍ୟ କରିବେ। ଦୂର ଯାତ୍ରା କରିବେ।କର୍ମ କ୍ଷେତ୍ରକୁ ନେଇ ସନ୍ତାନ ମାନଙ୍କ କାର୍ଯ୍ୟ କୁ ନେଇ,ପରିବାର ଲୋକଙ୍କୁ ନେଇ ଦୂର ଯାତ୍ରା କରିବାକୁ ପଡିବ।
କୁମ୍ଭ:-
ଆୟର ମାର୍ଗ ପ୍ରଶସ୍ତ ରହିବ।ପାରିବାରିକ ଜୀବନ ସୁଖମୟ ହେବ।ମାତ୍ର ମାନସିକ ସ୍ତରରେ କୌଣସି ବିଷୟ କୁ ଭାବି ଚିନ୍ତାରେ ରହିବେ।ଅଯଥା ଅନ୍ୟକୁ ସାହାଯ୍ୟ କରି ଅସୁବିଧାରେ ପଡ଼ିବେ। କର୍ମ କ୍ଷେତ୍ରରେ କର୍ମ ଚାପ ପଡିବ।
ମୀନ:-
ନୂତନ ବସ୍ତ୍ର,କୌଣସି ଦ୍ରବ୍ୟ ପ୍ରାପ୍ତ କରିବେ।ପାରିବାରିକ ଜୀବନ ସୁଖମୟ ହେବ।ବ୍ୟବସାୟୀ ମାନେ ବ୍ୟବସାୟ ରେ ଲାଭ ପାଇବେ।ହନୁମାନ ଚାଳିଶା ପାଠ କରି ଦୂର ଯାତ୍ରା କରନ୍ତୁ।ସ୍ଵାସ୍ଥ୍ୟଗତ ସମସ୍ୟା କୁ ନେଇ ସାମାନ୍ୟ ଚିନ୍ତିତ ରହିବେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.