Movie prime

କିଏ ଦେଇଥିଲେ ଭଗବାନ ବିଷ୍ଣୁଙ୍କୁ ସୁଦର୍ଶନ ଚକ୍ର ଦେଖନ୍ତୁ ସତ୍ୟ ଘଟଣା

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆମ ଜଗତର ପାଳନହର୍ତା ହେଉଛନ୍ତି ଭଗବାନ ଶ୍ରୀକୃଷ୍ଣ। ଏବଂ ଆପଣ ମାନେ ଜାଣିଥିବେ କି ଶ୍ରୀକୃଷ୍ଣ ଙ୍କ ହସ୍ତରେ ଭଗବାନ ବିଷ୍ଣୁ ଙ୍କ ସେହି ସୁଦର୍ଶନ ଚକ୍ର ଶୋଭା ପାଇଥାଏ। ହେଲେ ଆପଣ ମାନେ ଜାଣିଛନ୍ତି କି ଭଗବାନ ବିଷ୍ଣୁ କାହାଠାରୁ ସେହି ସୁଦର୍ଶନ ଚକ୍ର କୁ ହାସଲ କରିଛନ୍ତି। ଆପଣ ମାନେ ଜାଣିଥିବେ ଆମ ସମାଜରେ ଯେତେବେଳେ ଅନ୍ୟାୟ ଓ ଅତ୍ୟାଚାର ବଢିବାକୁ ଲାଗେ ସେତେବେଳେ ,
ଭଗବାନ ବିଷ୍ଣୁ ବିଭିନ୍ନ ରୂପ ଧାରଣ କରି ଆମ ଧରା ପୃଷ୍ଠରେ ମାନବ ଲୀଳା କରିଥାଆନ୍ତି। ଏବଂ କୌଣସି ନା କୌଣସି ରୂପରେ ସେ ଧରା ପୃଷ୍ଠକୁ ଓହ୍ଲାଇ ଆସି ଥାଆନ୍ତି। ଶାସ୍ତ୍ର ଅନୁସାରେ ଭଗବାନ ବିଷ୍ଣୁ ଙ୍କ ତିନୋଟି ଅବତାର ରହିଛି ଓ ସେହି ତିନୋଟି ଅବତାର ରେ ସେ ତିନିଜଣ ଗୁରୁ ଙ୍କ ଠାରୁ ଶିକ୍ଷା ମଧ୍ଯ ଗ୍ରହଣ କରିଥିଲେ। ଏବଂ ଭଗବାନ ବିଷ୍ଣୁ ଙ୍କୁ ସେହି ସୁଦର୍ଶନ ଚକ୍ର ମିଳିବା ପଛର କାହାଣୀ ହେଉଛି , ଥରେ ଦୈତ୍ୟ ଙ୍କ ଅତ୍ୟାଚାର ଖୁବ ବଢ଼ି ଯାଇଥିଲା।
ଏହାପରେ ସମସ୍ତ ଦେବତା ଭଗବାନ ବିଷ୍ଣୁ ଙ୍କ ନିକଟକୁ ଯାଇ ଦୈତ୍ୟ ଙ୍କ ବଦ୍ଧ ପାଇଁ ପ୍ରାର୍ଥନା କରିଥିଲେ। ଏହାପରେ ଭଗବାନ ବିଷ୍ଣୁ କୈଳାସ ପର୍ବତ ଯାଇ ଶିବ ଙ୍କ ଉପାସନା କଲେ ସେ ଭଗବାନ ଶିବ ଙ୍କ ୧୦୦୦ ନାମ ଜପ କରିଲେ । ଏବଂ ପ୍ରତ୍ୟେକ ଥର ଗୋଟେ ଗୋଟେ ପଦ୍ମ ଫୁଲ ଅର୍ପଣ କରୁଥିଲେ। ଶିବ ବିଷ୍ଣୁ ଙ୍କୁ ପରୀକ୍ଷା କରିବା ପାଇଁ ଗୋଟେ ପଦ୍ମ ଫୁଲ ଲୁଚାଇ ଦେଇଥିଲେ।
ଏହାପରେ ବିଷ୍ଣୁ ସେହି ଗୋଟେ ପଦ୍ମ ଫୁଲ କୁ ଖୋଜି ବାକୁ ଲାଗିଲେ ଏବଂ ତାହାକୁ ନପାଇ ବାରୁ ସେ ତାଙ୍କର ଏକ ନେତ୍ର ଦାନ କରି ଦେଇଥିଲେ। ମହାଦେବ ଭଗବାନ ବିଷ୍ଣୁ ଙ୍କ ଏଭଳି ଭକ୍ତି ଦେଖି ତାଙ୍କୁ ବର ମାଗିବାକୁ କହିଥିଲେ। ଏହାପରେ ଭଗବାନ ବିଷ୍ଣୁ ତାଙ୍କୁ ଦୈତ୍ୟ ମାନଙ୍କ ବିନାଶ ପାଇଁ ଏକ ଅସ୍ତ୍ର ମାଗିଥିଲେ ଏବଂ ଏହାପରେ ମହାଦେବ ତାଙ୍କୁ ସୁଦର୍ଶନ ଚକ୍ର ଦାନ କରିଥିଲେ। ଏହା ପରେ ସେ ସମସ୍ତ ଦୈତ୍ୟ ମାନଙ୍କୁ ଦମନ କରିଥିଲେ। ଏବଂ ସେହି ଦିନ ଠାରୁ ତାହା ଭଗବାନ ବିଷ୍ଣୁ ଙ୍କ ପ୍ରତ୍ୟେକ ରୂପ ସହ ସଂଯୁକ୍ତ ଅଟେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.