Movie prime

ଅଭିଶପ୍ତ ମନ୍ଦିର ରାତି ହେଲେ ଘୁରି ବୁଲନ୍ତି ଭୂତ ପ୍ରେତ ଜାଣନ୍ତୁ କେଉଁଠି ଅଛି ଏ ମନ୍ଦିର ଏବଂ କାହିଁକି ଏଠାକୁ ଆସନ୍ତି

 
Viral news
ରାଜସ୍ଥାନ ର ପାର୍ବେର ଠାରୁ ପ୍ରାୟ ୩୫ କିଲୋମଟର ଦୂରରେ ରହିଛି ଖୁବ୍ ଗୋଟେ ଛୋଟ ସହର। ଯାହାର ନାଁ କିରାଡୁ ସହର ଟି ଛୋଟ ହେଲେ ବି ଏହାର ନାମ ଶୁଣି ଆଖ ପାଖ ର ଲୋକ ଭୟ ରେ ଥରି ଉଠନ୍ତି। ଏଠାରେ ରହିଛି ଏକ ମନ୍ଦିର ଯାହା ହେଉଛି ଅଭିଶାପ ଗ୍ରସ୍ତ। କିରାଡୁ ମନ୍ଦିର ର ଇତିହାସ ପ୍ରାୟ ୧୧୦୦ ବର୍ଷ ପୁରୁଣା।
ଇତିହାସ କୁହେ ଏକାଦଶ ଶତାବ୍ଦୀରେ ପାର୍ମର ବଂଶ ର ରାଜା ଦୁସନ୍ କିରାଡୂ ଠାରେ ପ୍ରାୟ ୧୦୮ ଟି ମନ୍ଦିର ନିର୍ମାଣ କରିଥିଲେ। ତେବେ ସମୟ ସ୍ରୋତ ରେ ଏଥି ମଧ୍ଯ ରୁ ପ୍ରାୟ ୧୦୩ ଟି ମନ୍ଦିର ମାଟିରେ ମିଶି ଯାଇଛି। ବାକି ରହୁଥିବା ୫ଟି ମନ୍ଦିର ମଧ୍ଯ ରୁ ଗୋଟିଏ ହେଉଛି ଏଠାରେ ଥିବା ଅଭିଶାପ ଗ୍ରସ୍ତ ମନ୍ଦିର।
ସ୍ଥାନୀୟ ଲୋକ ଙ୍କ କହିବା ଅନୁଯାୟୀ ଅର୍ଦ୍ଧରାତ୍ରି ରେ ଯେତେ ବେଳେ ଚାରିଆଡ଼େ ଶୁନଶାନ୍ ହୋଇଯାଏ ସେତେବେଳେ ମନ୍ଦିର ଚାରିପାଖରେ ବିଭିନ୍ନ ଆକୃତି ର ଛାଇ ମାନ ଦେଖିବାକୁ ମିଳେ।
ଖାଲି ସେତିକି ନୁହେଁ ମଦିର ରୁ ବିଭିନ୍ନ ପ୍ରକାରର ଶଦ୍ଦ ମଧ୍ଯ ଶୁଣିବାକୁ ମିଳିଥାଏ। କିଛି ଲୋକ ମଧ୍ଯ କୁହନ୍ତି ରାତିରେ ଏହି ବାଟ ଦେଇ ଯିବା କଥା ନୁହେଁ କାରଣ ଏହି ବାଟ ଦେଇ ଗଲେ ପ୍ରେତାତ୍ମା ମାନଙ୍କ ନଜର ପଡ଼ିଥାଏ।
୧୨୦୦ ଶତାବ୍ଦୀରେ ଏଠାକାର ତତ୍କାଳୀନ ମହାରାଜ ସୁମେଶ୍ୱର ଜଣେ ମହାଋଷି ଙ୍କୁ ନିମନ୍ତ୍ରଣ କରିଥଲେ। ମହାରାଜ ଚାହୁଁ ଥିଲେ ଋଷି ଜଣକ ପୂଜା ପାଠ କରି ରାଜ୍ୟ ରେ ଶାନ୍ତି ନେଇ ଆସନ୍ତୁ। କାରଣ ବାରମ୍ବାର ଯୁଦ୍ଧ ହେଉଥିବା ହେତୁ ପ୍ରଜା ମାନଙ୍କ ରାଜା ଙ୍କ ଠାରୁ ଭରଷା ଲୋପ ପାଉଥିଲା।
ମହା ଋଷି ପୂଜାର୍ଚ୍ଚନା କରି ଚାଲି ଗଲେ ଓ ନିତ୍ୟ ପୂଜାର୍ଚ୍ଚନା କରିବାକୁ ତାଙ୍କର ଜଣେ ଶିଷ୍ୟ କୁ ଛାଡ଼ି ଦେଇଗଲେ । ତାଙ୍କ ନିତ୍ୟ ପୂଜାର୍ଚ୍ଚନା ଦ୍ଵାରା ରାଜ୍ୟ କୁ ଶାନ୍ତି ଫେରି ଆସିଲା। ତାପରେ ରାଜା ସେ ଶିଷ୍ୟ ଟି କଥା ଭୁଲି ଗଲେ ଯାହା ଫଳ ରେ ସେହି ମନ୍ଦିର ରେ ତାଙ୍କ ମୃ-ତ୍ୟୁ ଘଟିଲା।
ପରେ ମହାଋଷି ଜଣକ ଏକଥା ଜାଣି ଅଭିଶାପ ପ୍ରଦାନ କରିଥଲେ ଯେ ଯିଏ ଏଇ ମନ୍ଦିର କୁ ଆସିବ ସେ ପଥର ପାଲଟି ଯିବ। ସେହଦିନଠାରୁ ଆଜି ପର୍ଯ୍ୟନ୍ତ ଏହି ସ୍ଥାନ କୁ ଆସିବାକୁ ଲୋକେ ଡରିଥାନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.