Movie prime

ଶରୀରର ଏହି ସ୍ଥାନ ମାନଙ୍କରେ ଝିଟିପିଟି ପଡ଼ିଲେ କଣ ହୁଏ ଶୁଭ ନା ଅଶୁଭ ଜାଣନ୍ତୁ

 
Viral News

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ସୋସିଆଲ ମିଡିଆରେ ଆପଣମାନେ ସବୁ ଦେଶ, ବିଦେଶ, ରାଜ୍ୟ, ଜିଲ୍ଲା ଏବଂ ସବୁ ଅଞ୍ଚଳର ଖବର ସହ ଅନେକ ପ୍ରକାରର ଜ୍ୟୋତିଷ ଶାସ୍ତ୍ରକୁ ନେଇ ଆସୁଥିବା ଖବର ବିଷୟରେ ସୂଚନା ପାଇବେ ।

ଆଉ ଏମିତି କିଛି ଜ୍ୟୋତିଷ ଶାସ୍ତ୍ର କଥାକୁ ନେଇ ଏହି ଭିଡିଓ ପ୍ରସ୍ତୁତ କରାଯାଇଛି । ଜ୍ୟୋତିଷ ଶାସ୍ତ୍ରରେ ଅନେକ ଏଭଳି କଥା ଅଛି ଯାହା ଆପଣମାନେ ଜାଣିପାରିବେ ନାହିଁ । ଆଉ ଏହି ସୋସିଆଲ ମିଡ଼ିଆ ହିଁ ତାହା ଆମ ପାଖରେ ପହଞ୍ଚାଇଥାଏ ।

ଆପଣମାନେ ଜାଣିଛନ୍ତି କି ଯଦି ଆପଣଙ୍କ ଦେହରେ ଝିଟିପିଟି ପଡେ ତାହେଲେ ଆପଣଙ୍କର ଶୁଭ ହୋଇପାରେ । ଆଉ ଏବେ ଏହି ଘଟଣାକୁ ନେଇ ଆମେ ଅନେକ ଖବର ଜାଣିପାରିବା ।
ଏହି ଭିଡିଓରେ ଦେଖିବାକୁ ମିଳୁଛି କି ଝିଟିପିଟି ଅଙ୍ଗର କେଉଁ କେଉଁ ସ୍ଥାନରେ ପଡ଼ିଲେ ତାହା ଶୁଭ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମହିଳାମାନଙ୍କର ବାମ ଅଙ୍ଗରେ ଝିଟିପିଟି ପଡ଼ିଲେ ଶୁଭ ହୋଇଥାଏ ଆଉ ଡାହାଣ ଅଙ୍ଗରେ ପଡିଲେ ଅଶୁଭ ହୋଇଥାଏ ।
ଠିକ୍ ଏହାର ବିପରୀତ ପୁରୁଷଙ୍କର ହୋଇଥାଏ ।ଅର୍ଥାତ୍ ପୁରୁଷମାନଙ୍କର ବାମ ଅଙ୍ଗରେ ଝିଟିପିଟି ପଡ଼ିଲେ ଅଶୁଭ ଏବଂ ଡାହାଣ ଅଙ୍ଗରେ ଝିଟିପିଟି ପଡ଼ିଲେ ଶୁଭ ହୋଇଥାଏ ।
ଯଦି ଝିଟିପିଟି କୌଣସି ବ୍ୟକ୍ତିଙ୍କ ମଥାର ଡାହାଣ ପାଖରେ ପଡେ ତାହେଲେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ ।ଆଉ ଶୀଘ୍ର ଧନ ସମ୍ପତ୍ତି ମିଳିଥାଏ ।
ବାମ କାନରେ ପଡ଼ିଲେ ଆୟୁଷ ବଢ଼ିଥାଏ । ଡାହାଣ କାନରେ ପଡ଼ିଲେ ଶୁଭ ଏବଂ ଅଳଙ୍କାର ମିଳିଥାଏ ।ଯଦି କୌଣସି ବ୍ୟକ୍ତିଙ୍କର ଡାହାଣ ପାଦରେ ଝିଟିପିଟି ପଡ଼ିଥାଏ ତାହେଲେ ଧନସମ୍ପତ୍ତି ପ୍ରାପ୍ତ ହୋଇଥାଏ ।
ବାମ ପାଦରେ ପଡିଲେ କ୍ଷତି ହୋଇଥାଏ । ଯଦି ମହିଳା ବା ପୁରୁଷଙ୍କ ନାଭୀରେ ଝିଟିପିଟି ପଡେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । ଅଣ୍ଟା ପାଖରେ ପଡିଲେ ମଧ୍ୟ ଶୁଭ ହୋଇଥାଏ ।
ଯଦି କୌଣସି ବ୍ୟକ୍ତିର ନାକରେ ଝିଟିପିଟି ପଡେ ତାହେଲେ ଭାଗ୍ୟ ଜାଗ୍ରତ ହେବ ବୋଲି ଜଣାପଡିଥାଏ । ବେକରେ ଝିଟିପିଟି ପଡ଼ିଲେ ଏହା ଯଶ କୀର୍ତ୍ତି ପାଇବାରେ ସାହାଯ୍ୟ କରେ । ଡାହାଣ ଗାଲରେ ଝିଟିପିଟି ପଡ଼ିଲେ ଆୟୁଷ ବଢ଼ିଥାଏ । ଡାହାଣ ଛାତିରେ ଝିଟିପିଟି ପଡ଼ିବା ଶୁଭ ବୋଲି ମନା ଯାଇଥାଏ ।