Movie prime

ଘରକୁ ମା ଲକ୍ଷ୍ମୀ ଆସିଲେ ମିଳେ ଏହି ସବୁ ସଂକେତ ଦେଖନ୍ତୁ ଆପଣ ପାଉଛନ୍ତି କି ଏହି ସବୁ ସଂକେତ

 
Devotional news
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଆପଣ ଅନେକ ଆଧ୍ୟାତ୍ମିକ, ଦେଶ ବିଦେଶ ବିଷୟରେ ଏବଂ ପୌରାଣିକ କଥା ଜାଣିପାରିବେ ।
ଆଉ ଏହାସହ ସୋସିଆଲ ମିଡିଆରେ ଆପଣ ଅନେକ ଜ୍ୟୋତିଷ ଶାସ୍ତ୍ର ବିଷୟରେ ମଧ୍ୟ ଜାଣିପାରିବେ । ଏମିତି ଅନେକ ଖବର ଏବେ ଦେଖିବାକୁ ମିଳୁଛି । ସୋସିଆଲ ମିଡିଆରେ ଲୋକମାନେ ଅନେକ ଖବର ବିଷୟରେ ଜାଣିପାରିବେ । ଏହି ଭିଡିଓରେ ଆପଣ ମାତା ଲକ୍ଷ୍ମୀଙ୍କୁ ନେଇ କିଛି କଥା ଜାଣିପାରିବେ ।
ବର୍ତ୍ତମାନ କଳିଯୁଗ ସମୟରେ ଧନକୁ ଅନେକ ଗୁରୁତ୍ଵ ଦିଆଯାଇଛି । ଧନ ପାଇଁ ଲୋକମାନେ ପରିଶ୍ରମ କରିଥାନ୍ତି । ଆଉ ଏହି ଧନ ଥିବାରୁ ଅନେକ ଜିନିଷ ସାମ୍ନାକୁ ଆସିଥାଏ । ଧନ ଥିଲେ ଲୋକମାନେ ସବୁ ଜିନିଷ କିଣି ପାରିଥାନ୍ତି ।
ସମସ୍ତ ଲୋକଙ୍କୁ ଏକା ପ୍ରକାରର ଧନ ମିଳିନଥାଏ । ଯାହା ଭାଗ୍ୟରେ ଯାହା ଅଛି, ଯିଏ ଯେତିକି ପାଇବାର କଥା ଆଉ ଯାହା ପାଖରେ ଯେତିକି ଜିନିଷ ଅଛି ସେ ତାହା ପାଇବ । ଭାଗ୍ୟ ଅନୁସାରେ ଧନ ମିଳିଥାଏ । ଏହି ଭିଡିଓରେ ଆପଣମାନେ ଜାଣିପାରିବେ କି ଧନ ଆସିବାର ୫ ସଂକେତ ବିଷୟରେ ।
୧) ଝିଟିପିଟି ଘରେ ଦେଖିବା ବହୁତ ସ୍ଵାଭାବିକ କଥା । କିଛି ଲୋକ ଘରେ ଝିଟିପିଟି ଦେଖିଲେ ଖୁସି ହୁଅନ୍ତି ।ଆଉ କିଛି ଲୋକ ତାକୁ ମାରି ଦିଅନ୍ତି । ତୁଳସୀ ଗଛ ପାଖରେ ଝିଟିପିଟି ବୁଲିବା ଶୁଭ ହୋଇଥାଏ । ଆଉ ସେ ତୁଳସୀ ଗଛ ଚାରିପଟେ ବୁଲୁଥିଲେ ଆପଣଙ୍କର ଧନ ଲାଭ ହେବ ।
୨) ଯଦି ଆପଣ ଆପଣଙ୍କ ସ୍ୱପ୍ନରେ ପେଚା, ଝାଡୁ, ଶଙ୍ଖ, ଗୋଲାପ, ହାତୀ ଆଦି ଦେଖିଥାନ୍ତି । ଏହା ମାତା ଲକ୍ଷ୍ମୀଙ୍କ ଆଗମନର ସଙ୍କେତ ଅଟେ ।
୩) ଯଦି ଆପଣଙ୍କ ଛାତ କଡ଼ରେ ବା ଘର ବାରଣ୍ଡାରେ ଚଢ଼େଇ ବସା କରିଥାଏ ତାହେଲେ ତାହା ବହୁତ ଶୁଭ ହୋଇଥାଏ । ଆଉ ଏହା ମାତା ଲକ୍ଷ୍ମୀଙ୍କ ଆଗମନର ସଙ୍କେତ ଦେଇଥାଏ ।
୪) ଝାଡୁକୁ କେବେ ପାଦରେ ମାରିବା ଉଚିତ୍ ନୁହେଁ । ଯଦି ଆପଣ ଯିବା ବାଟରେ ଝାଡୁ କରୁଥିବାର ଦେଖିବେ ତାହେଲେ ତାହା ମାତା ଲକ୍ଷ୍ମୀଙ୍କ ଆଗମନର ସଙ୍କେତ ଅଟେ ।
୫) ଯଦି ଆପଣ ରାସ୍ତାରେ ପଇସା ପାଆନ୍ତି ତାହେଲେ ଏହା ମଧ୍ୟ ଲକ୍ଷ୍ମୀଙ୍କ ଆଗମନର ସଙ୍କେତ । ଯଦି କଏନ ମିଳେ ତାହେଲେ ତାକୁ ବାକ୍ସରେ ରଖିବା ଉଚିତ୍ । ଆଉ ଅଧିକ ଟଙ୍କା ମିଳିଲେ ଏହାକୁ ତାର ମାଲିକକୁ ଦେଇଦେବା ଉଚିତ୍ । ନହେଲେ ଭଗବାନଙ୍କୁ ଚଢାଇବା ଉଚିତ୍ । ଏହି ସଂକେତ ମିଳିଲେ ଆପଣ ଜାଣିବେ କି ମାତା ଲକ୍ଷ୍ମୀଙ୍କ ଆଗମନ ହେବ ।