Movie prime

ମାଆ ତାରିଣୀ କେମିତି ଆସିଲେ ଆଉ କେମିତି ତାଙ୍କ ନାଁ ମା ତାରିଣୀ ହେଲା

 
Special report
ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଘଟଗାଁ ମା ତାରିଣୀ ଙ୍କ ପୀଠ କେନ୍ଦୁଝର ଜିଲ୍ଲାରେ ରହିଛି।ଏଠାରେ ମା ସାଳ ବଣ ଭିତରେ ପୂଜା ପାଆନ୍ତି। ମା ଙ୍କ ଉପରେ ଭକ୍ତ ମାନଙ୍କ ର ବହୁତ ବିଶ୍ୱାସ ରହିଛି।
ମା ଙ୍କୁ କେବଳ ନଡ଼ିଆ ଟିଏ ମାନସିକ କରିଲେ ମଧ୍ୟ ମା ସମସ୍ତଙ୍କ ମନସ୍କାମନା ପୂର୍ଣ୍ଣ କରିଥାନ୍ତି।କାହିଁ କେତେ ଦୂର ରୁ ଭକ୍ତ ମାନେ ମାନସିକ କରି ଗାଡ଼ିରେ ନଡିଆ ପଠାଇଥାନ୍ତି।
ବିଦ୍ୟାର୍ଥୀ ପରୀକ୍ଷାରେ ଭଲ ନମ୍ବର ପାଇଁ, କାହାର ଦେହ ଖରାପ ହେଲେ କିମ୍ବା ଘରେ କିଛି ଅସୁବିଧା ହେଲେ ମା ଙ୍କୁ ମାନସିକ କରି ନଡ଼ିଆ ଦେଇଥାନ୍ତି।
ଯଦି ବି ମନ୍ଦିର କୁ ଆସି ପାରୁ ନାହାଁନ୍ତି ତାହେଲେ ଯେ କୌଣସି ଗାଡ଼ିରେ ନାଲି କପଡାରେ ନଡ଼ିଆ ଙ୍କୁ ଭାଙ୍ଗି ମା ଙ୍କ ପାଖକୁ ପଠାନ୍ତୁ। ଆପଣମାନଙ୍କ ର ମନସ୍କାମନା ନିଶ୍ଚୟ ପୂରଣ ହେବ।
ମା ତାରିଣୀ ପ୍ରକୃତ ରେ ମା ଦୁର୍ଗା ଙ୍କ ରୂପ ଅଟନ୍ତି।ଯିଏ ସଙ୍କଟ ହାରିଣୀ ମା ତାରିଣୀ ଙ୍କ ରୂପରେ ଘଟଗାଁ ରେ ପୂଜା ପାଉଛନ୍ତି।
ପ୍ରଭୁ ଶ୍ରୀ ରାମ ଯେତେବେଳେ ମାତା ସୀତା ଙ୍କୁ ରାବଣ ଙ୍କ ପାଖରୁ ଆଣିବାକୁ ଯାଇ ଯୁଦ୍ଧ କରିବା ପୂର୍ବରୁ ପ୍ରଭୁ ଶ୍ରୀ ରାମ ମା ଦୁର୍ଗା ଙ୍କୁ ଆରାଧନା କରିଥିଲେ।
ପୂଜାରେ ସନ୍ତୁଷ୍ଟ ହୋଇ ମା ଦୁର୍ଗା କହିଲେ ସଙ୍କଟ ହାରିଣୀ ମା ତାରିଣୀ ଙ୍କ ରୂପରେ ଆବିର୍ଭାବ ହେବେ।ପ୍ରଭୁ ଶ୍ରୀ ରାମ ଯଦି ଦେଖିବାକୁ ଚାହିଁବେ ତାହେଲେ ସେ ପାଷାଣ ରେ ପରିବର୍ତନ ହୋଇଯିବେ।
ଏହାପରେ ରାମଚନ୍ଦ୍ର ନମସ୍କାର କରୁଥିବା ବେଳେ ତାଙ୍କ ଆଖି ଖୋଲିଗଲା ଓ ସେ ମା ଦୁର୍ଗା ଙ୍କୁ ଦେଖିଦେଲେ।ଏହାପରେ ମା ଦୁର୍ଗା ପାଷାଣ ରେ ପରିବର୍ତ୍ତନ ହୋଇଗଲେ।
ସେବେଠାରୁ ମା ଦୁର୍ଗା ମା ତାରିଣୀ ଙ୍କ ରୂପରେ ପୂଜା ପାଉଛନ୍ତି। ପୂର୍ବ କାଳରେ ତ୍ରିଲୋଚନ ଭଞ୍ଜ କେନ୍ଦୁଝର ର ରାଜା ଥିଲେ।ତାଙ୍କ ପୁଅ ଥିଲେ ଗୋବିନ୍ଦ ଭଞ୍ଜ।ସେ ମା ତାରିଣୀ ଙ୍କ ବହୁତ ବଡ଼ ଭକ୍ତ ଥିଲେ।
ତାଙ୍କ ପିତାଙ୍କ ର ଦେହାନ୍ତ ପରେ ସେ କେନ୍ଦୁଝର ର ରାଜା ହୋଇଥିଲେ।ତାଙ୍କର ବହୁତ ଇଛା ଥିଲା ମା ତାରିଣୀ ଙ୍କୁ ପୁରୀ ରୁ କେନ୍ଦୁଝର ଆଣିବା ପାଇଁ।
ଥରେ ପୁରୀର ରାଜା ପୁରୁଷୋତ୍ତମ ଭଞ୍ଜ ଗୋବିନ୍ଦ ଭଞ୍ଜ ଙ୍କୁ ପୁରୀ ଡକାଇଲେ।ସେଇଠି ମା ତାରିଣୀ ଙ୍କୁ କେନ୍ଦୁଝର ନେବାପାଇଁ ଇଛା କରିଥିଲେ।
ମା ତାରିଣୀ ପାତାଳୀ ଥିଲେ।ଏହାପରେ ଗୋବିନ୍ଦ ଭଞ୍ଜ ମା ଙ୍କ ପାଖକୁ ଯାଇ ନିଜ ମନା କଥା କହିଲେ।ସେହିଦିନ ରାତିରେ ମା ତାରିଣୀ ଗଜପତି ଙ୍କ ସ୍ବପ୍ନ ରେ ଆସି କେନ୍ଦୁଝର ଯିବେ ବୋଲି କହିଲେ।
ଏହାପରେ ଗଜପତି ମା ତାରିଣୀ ଙ୍କୁ କେନ୍ଦୁଝର ନେବାପାଇଁ ଗୋବିନ୍ଦ ଙ୍କୁ ଅନୁମତି ଦେଇଥିଲେ।ଏହାପରେ କେନ୍ଦୁଝର ରେ ମା ଙ୍କ ମନ୍ଦିର ନିର୍ମାଣ କରାଯାଇଥିଲା।