Movie prime

ଦିଲ୍ଲୀ (Delhi) ସିଂହାସନ ରେ ରାଜୁତି କରିବେ ଜଣେ ଓଡ଼ିଆ ସାଧୁ ଦେଖନ୍ତୁ କଣ କହୁଛି Malika Bachana

 
Devotional report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆଉ ଏମିତି ଅନେକ ଭିଡିଓ ଯାହାକି ମାଳିକାକୁ ନେଇ ଆସିଛି ଆପଣମାନେ ଦେଖିଥିବେ । ମାଳିକାରେ ଯାହା ଲେଖା ହୋଇଥାଏ ତାହା ସତ ହୋଇଥାଏ । ଆଉ ମାଳିକା ବଚନ କେବେ ବି ମିଛ ହୋଇନଥାଏ । ଆଉ ମାଳିକାରେ ଯାହା ଲେଖା ହୋଇଥାଏ ତାହା କେବେ ନା କେବେ ସତ ହେବ ।
ଆଉ ଏହି ମାଳିକା ପଞ୍ଚସଖା ମଧ୍ୟରୁ ଜଣେ ସଖା ଶ୍ରୀ ଅଚ୍ୟୁତାନନ୍ଦ ଦାସ ଲେଖିଛନ୍ତି । ଆଉ ଏହି ମାଳିକାରେ ଭବିଷ୍ୟ ବାଣୀ ଲେଖାଯାଇଛି । ଆଗକୁ କଣ ହେବ ଆଉ ପୃଥିବୀ କେବେ ଧ୍ଵଂସ ହେବ ସେହି ବିଷୟରେ ଏହି ମାଳିକାରେ ଲେଖାଯାଇଛି । ଆଉ ଏବେ ଏହି ଭିଡିଓରେ ଆପଣମାନେ ଦେଖିପାରିବେ କି ଭାରତର ରାଜଧାନୀ ଦିଲ୍ଲୀ ବିଷୟରେ କୁହାଯାଉଛି । 
ଏହିଥିରେ ଜଣେ ସାଧୁ କହିଛନ୍ତି, ଦିଲ୍ଲୀରେ ରାସାୟନିକ ପଦାର୍ଥ ପଡ଼ିବ । ପଞ୍ଚ କଟକ ଭିତରୁ କଟକ ହେଉଛି ଅନ୍ୟତମ । ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ୬୫୦ ବର୍ଷ ତଳେ ଏହା କହିଥିଲେ । ରାସାୟନିକ ପଦାର୍ଥ ପଡ଼ିବ ଆଉ ଘରଦ୍ବାର ସବୁ ଜଳି ପୋଡ଼ି ଯିବେ । ସମସ୍ତେ ପ୍ରଭୁଙ୍କ ପାଖରେ ମନ ନିବେଶ କର ଆଉ ପ୍ରଭୁଙ୍କୁ ପୂଜା କର ଆଉ ଏହାଦ୍ବାରା ଆପଣଙ୍କୁ ପୁଣ୍ୟ ମିଳିବ । ଓଡିଶାର ଜଣେ ରହିବେ ଯିଏ ରାଜୁତି କରିବେ । 
ଅଷ୍ଟାଦଶ ପୁରାଣ ଭିତରେ ଦୁଇଟି କଥା କହିଛନ୍ତି । ପରର ଉପକାର କର ଆଉ ଭଗବାନଙ୍କୁ ପୂଜା କର । ଏହା ବ୍ୟାସ କହୁଥିଲେ । ଆଉ ଆମେ ବୁଝି ପାରିଲେ ନାହିଁ । ଆଉ ଆଜିକା ଯୁଗରେ ଏହି କଥା କେହି ମାନୁ ନାହାଁନ୍ତି । ସୁଦର୍ଶନ ଚକ୍ର ଚାଲିବ ଆଉ ବୈଜ୍ଞାନିକ ଚକ୍ର କାମ କରିବ ନାହିଁ । ପ୍ରଭୁଙ୍କୁ ସମସ୍ତେ ରକ୍ଷା କରିବାକୁ ରଖିଥାନ୍ତି । ଆମେ ଯେତେବେଳେ ଭଗବାନଙ୍କୁ ହାତ ଟେକି ଡାକିବା ସେ ଆମକୁ ରକ୍ଷା କରିବେ।