Movie prime

ପିଲାମାନେ ଆପଣଙ୍କ କଥା ନ ମାନିଲେ କରନ୍ତୁ ଏହି ଗୋଟିଏ କାମ ସାଙ୍ଗେ ସାଙ୍ଗେ ମନିବେ କଥା

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଅନେକ ଜ୍ୟୋତିଷ, ରାଶିଫଳ, ଆଦି ବିଷୟରେ ମଧ୍ୟ ଅନେକ ଖବର ଆସିଥାଏ । ଆଉ ଏହି ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଆପଣମାନେ ଦେଖିପାରିବେ କି ବା ଜାଣିପାରିବେ କି ସନ୍ତାନମାନେ ଯଦି ବାପା ମାଙ୍କର କଥା ମାନୁ ନାହାଁନ୍ତି ତାହେଲେ ଏହାର ପ୍ରତିକାର କେମିତି କରିବେ ।
ଆଉ ଏହି ପ୍ରତିକାର ବିଷୟରେ ଅନେକ କଥା ଏବେ ସାମ୍ନାକୁ ଆସିଛି । ଏହି ଭାଗ୍ୟ ଦର୍ଶନ ରିଆଲିଟି ସୋରେ ପ୍ରଜ୍ଞା ତ୍ରିପାଠୀ ଏହି ପ୍ରତିକାର ବିଷୟରେ କହିଛନ୍ତି । ଆପଣଙ୍କ ଜାତକରେ ପଞ୍ଚମରେ ଥିବା ବୃହସ୍ପତି ଯଦି ୬, କି ୧୨ ଘରେ ରହିଗଲେ ତାହେଲେ ସନ୍ତାନ କଷ୍ଟ ମିଳିଥାଏ । ଆଉ ପିତା ମାତା ଆଉ ସନ୍ତାନ ଗୋଟେ ସହରରେ ରହିଥିବେ କିନ୍ତୁ ସନ୍ତାନ ବାପା ମାଙ୍କୁ ପଚାରୁ ନଥିବ । ଆଉ ସନ୍ତାନ ମାନେ ଏଭଳି ଅନେକ ଅସୁବିଧା କରିଥାନ୍ତି ।
ଆଉ ବାପା ମାଆଙ୍କ କଥା ସନ୍ତାନ ମାନନ୍ତି ନାହିଁ । ଆଉ ଏହାର କିଛି ପ୍ରତିକାର ଏବେ ଜଣାପଡୁଛି । ଆଉ ଏହି ବିଷୟରେ ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି । ସେ କହିଛନ୍ତି, ଅନେକ ପିଲା ବାପା ମାଙ୍କ ଛଡ଼ା ସାଙ୍ଗମାନଙ୍କ କଥାକୁ ଅନେକ ଗୁରୁତ୍ଵ ଦେଇଥାନ୍ତି । ପୋଷ୍ୟା ନକ୍ଷତ୍ର ଗୁରୁବାର ଦିନ ପତ୍ର ଲାଗିଥିବା ଲବଙ୍ଗ ଆଉ କର୍ପୁର ଆଣି ଏକ ପାତ୍ରରେ ରଖି ଜାଳି ଦେବେ । ଆପଣ ୩,୯,୨୭ ଟି ଲବଙ୍ଗ ନେଇପାରିବେ । 
ପ୍ରତ୍ୟେକ ଦିନ ଆପଣ ସନ୍ତାନ ସହ ଅମନାସମ୍ନା ହେଲେ ଏହି ପାଉଁଶକୁ ଗୋଲାପ ଜଳରେ ମିଶାଇ ରିଙ୍ଗ ଫିଙ୍ଗରରେ ନେଇ ମଥାରେ ଆଉ ନାଭିରେ ଲଗାନ୍ତୁ । ଆଉ ସେହି ସମୟରେ ଆପଣ ପିଲା ସହ ଭଲ ସମ୍ପର୍କ ଥିବା ମୁହୂର୍ତ୍ତକୁ ମନେ ପକାଇବେ । ଏହାପରେ ଆପଣ ଏହି ଉପାୟ କରି ପିଲାକୁ ବୁଝାଇବେ ଆଉ ଏହାଦ୍ବାରା ପିଲା ଧୀରେ ଧୀରେ ବଦଳି ଯିବ । ଆଉ ପିଲାକୁ ଆକଟ ନକରି ଭଲରେ ବୁଝାଇ ଦିଅନ୍ତୁ ସେ ବୁଝିଯିବ । ଏହି ଉପାୟ ଅବଲମ୍ବନ କରନ୍ତୁ ଭଲ ଫଳ ମିଳିବ ।