Movie prime

ରବିବାର ରାଶିଫଳ, ଏହି ରାଶି ରେ ଅଛି ଘାତବାର ଯୋଗ ଘରୁ ବାହାରିଲା ବେଳେ ଶନି ଙ୍କୁ ନମସ୍କାର କରି ବାହାରନ୍ତୁ

 
Jjj
ଆଜି ହେଉଛି ୮ ଜାନୁଆରୀ।ରବିବାର।୨୦୨୩।ଆପଣମାନେ ବୃହତି ବା ପାଣି ବୈତାଳୁକୁ କୁ ଖାଦ୍ୟ ହିସାବରେ ଗ୍ରହଣ କରନ୍ତୁ ନାହିଁ।ଦିନଟି କିପରି ବିତିବ ମେଷ ଠାରୁ ମୀନ ପର୍ଯ୍ୟନ୍ତ ୧୨ ଗୋଟି ରାଶିର ଫଳ ସମ୍ପର୍କ ରେ ଜାଣନ୍ତୁ।
ମେଷ:-
ସୁଖପ୍ରଦ ରହିବ।ନୂତନ ଭୂମି,ଯାନବାହାନ,ଗୃହ,ଘରକରଣା ଦ୍ରବ୍ୟ ଗୃହକୁ କ୍ରୟ କରି ଆଣିବେ।ପାରିବାରିକ ଜୀବନରେ କୌଣସି ସମସ୍ୟା ରହିଥିଲେ ତାହା ଦୂରୀଭୂତ ହେବ।ସନ୍ତାନ ମାନଙ୍କ କାର୍ଯ୍ୟ କଳାପ କୁ ଦେଖି ଚିନ୍ତିତ ରହିବେ। ଦୂର ଯାତ୍ରା କରିବା ପାଇଁ ସୁଯୋଗ ରହିବ।
ବୃଷ:-
ଉତ୍ସାହିତ ରହିବେ।ପାରିବାରିକ ଜୀବନରେ କୌଣସି ସମସ୍ୟା ରହିଥିଲେ ତାହା ଦୂରୀଭୂତ ହେବ।କର୍ମ କ୍ଷେତ୍ରକୁ ନେଇ ଦୂର ଯାତ୍ରା କରି ପାରନ୍ତି।ମାନସିକ ଚିନ୍ତା ଦେଖା ଦେଇପାରେ।ଦୂର ଯାତ୍ରା କରିବା ପୂର୍ବରୁ ପକେଟ୍ ରେ ଏକ ଧଳା ରୁମାଲ୍ ଟେ ରଖି ଦୂର ଯାତ୍ରା କରନ୍ତୁ।ଯାତ୍ରାରେ ଶୁଭ ଫଳ ପ୍ରାପ୍ତି କରିବେ।
ମିଥୁନ:-
ସ୍ଵାସ୍ଥ୍ୟଗତ ସମସ୍ୟା କୁ ନେଇ ସାମାନ୍ୟ ଚିନ୍ତାରେ ରହିବେ।ଅର୍ଥ ପ୍ରାପ୍ତି କରିବେ।ବ୍ୟବସାୟୀ ମାନେ ବ୍ୟବସାୟ ରେ ଅନୁକୂଳ ରହିବ। ଉଚ୍ଚ ପ୍ରଶଂସିତ ହେବେ।ପରିବାର ଲୋକଙ୍କ ମନ ନେଇ ଚକିବେ।ସନ୍ତାନ ମାନେ ଶୁଭ ସମ୍ବାଦ ପାଇବେ।କୌଣସି ଦ୍ରବ୍ୟ ହଜି ଯାଇପାରେ।
 କର୍କଟ:-
ଦେହ, ମନ ସମ୍ପୂର୍ଣ୍ଣ ରୂପରେ ଭଲ ରହିବ।ପାରିବାରିକ ଜୀବନ ରେ କୌଣସି ବାଧା ବିଘ୍ନ ଥିଲେ
ଦୂରୀଭୂତ ହେବ।ଜଗି ରଖି ଚଳିବାକୁ ଚେଷ୍ଟା କରନ୍ତୁ।ଶୁଭ ଫଳ ପ୍ରାପ୍ତି ପାଇଁ ସବୁଜ,ନୀଳ କିମ୍ବା ଗୋଲାପ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ। ମା ଙ୍କ ପାଖରୁ କିଛି ଟଙ୍କା ଗ୍ରହଣ କରିବେ।
ସିଂହ:-
ବ୍ୟସ୍ତବହୁଳ ରହିବେ।ବ୍ୟସ୍ତତା ହେତୁ ପରିବାର ପାଇଁ ସମୟ ବାହାର କରିବାରେ ଅସମର୍ଥ ହେବେ ଯେଉଁଥିପାଇଁ ଟିକେ ଚିନ୍ତିତ ରହିବେ।କିନ୍ତୁ ଧାର୍ମିକ ବିଶ୍ୱାସ ବଢିବ।ଯେଉଁଥିପାଇଁ ଧାର୍ମିକ କାର୍ଯ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରିବେ।ଯେଉଁଥିରେ କିଛି ଟଙ୍କା ମଧ୍ୟ ଖର୍ଚ୍ଚ ହେବ। କିନ୍ତୁ ସ୍ୱାସ୍ଥ୍ୟ ପ୍ରତି ଆଦୌ ଅବହେଳା କରିବାକୁ ପଡିବ ନାହିଁ।
କନ୍ୟା:-
ପାରିବାରିକ ଜୀବନରେ କୌଣସି ମତଭେଦ ଥିଲେ ଦୂରୀଭୂତ ହେବ। ସାମୁହିକ କାର୍ଯ୍ୟରେ ଯୋଗଦାନ କରି ଆଶ୍ୱସ୍ତି ମନେ କରିବେ। କର୍ମ କ୍ଷେତ୍ରରେ ଉଚ୍ଚ ପଦାଧିକାରୀ ଙ୍କ ସହିତ ମତଭେଦ ଦେଖା ଦେଇପାରେ।ସହକର୍ମୀ ଙ୍କ ସହିତ କିଛି କଥାକୁ ନେଇ ମତାନ୍ତର ଉପୁଜି ପାରେ।
ତୁଳା:-
ପିଲାଙ୍କ ଶିକ୍ଷା ସହିତ ଜଡିତ କିଛି ସୂଚନା ପାଇବେ। ଯେଉଁଥିପାଇଁ ଦୁଃଖି ହେବେ।କିନ୍ତୁ ସନ୍ଧ୍ୟା ସମୟରେ କିଛି ଟେନସନ ହୋଇପାରେ, କାରଣ ପରିବାରର କୌଣସି ସଦସ୍ୟଙ୍କଠାରୁ କିଛି ଅସୁବିଧାଜନକ ଖବର ଶୁଣିବାକୁ ମିଳିପାରେ।ମନ ଟିକିଏ ଦୁଃଖ ଦାୟକ ରହିବ।ଜୀବନ ସାଥି ଙ୍କ ସହିତ ତର୍କ ବିତର୍କ ହୋଇପାରେ।
ବିଛା:-
ଅତ୍ୟନ୍ତ ଶୁଭ ପ୍ରଦ ଅଟେ।ପୂର୍ବରୁ କୌଣସି ପ୍ରତିକ୍ଷିତ ସମ୍ବାଦ ଶୁଣିବେ।ପାରିବାରିକ ଜୀବନ ସୁଖ ପ୍ରଦ ହେବ।ସନ୍ତାନ ମାନଙ୍କ କାର୍ଯ୍ୟ କଳାପ କୁ ଦେଖି ସାମାନ୍ୟ ଚିନ୍ତିତ ରହିବେ।ଭାଇ ଙ୍କ ର କଥାବାର୍ତ୍ତା କୁ ନେଇ ଚିନ୍ତିତ ରହି ପାରନ୍ତି।ଦାମ୍ପତ୍ୟ ଜୀବନ ସୁଖମୟ ରହିବ।ବ୍ୟବସାୟୀ ମାନେ ବ୍ୟବସାୟ ରେ ଲାଭ କରିବେ।
ଧନୁ:-
କର୍ମ କ୍ଷେତ୍ର କୁ ନେଇ ଦୂର ଯାତ୍ରା କରିବେ।ପାରିବାରିକ ଜୀବନ ସୁଖ ପ୍ରଦ ହେବ।ଦେହ, ମନ ସମ୍ପୂର୍ଣ୍ଣ ରୂପରେ ସୁସ୍ଥ ରହିବ।ପରିଶ୍ରମୀ ହେବେ।ଦୃଢ଼ ଚିନ୍ତା ଦ୍ଵାରା ବା ଦୃଢ଼ କାର୍ଯ୍ୟ ଦ୍ଵାରା ଅସାଧ୍ୟ କାର୍ଯ୍ୟ କୁ ସାଧ୍ୟ କରିବେ।ବ୍ୟବସାୟୀ ମାନେ ବ୍ୟବସାୟ କ୍ଷେତ୍ରରେ ଲାଭ ପାଇବେ ନାହିଁ।
ମକର:-
ଦେହ, ମନ ସମ୍ପୂର୍ଣ୍ଣ ରୂପରେ ସୁସ୍ଥ ରହିବ। ଦୂର ଯାତ୍ରା କରିବା ପାଇଁ ସୁଯୋଗ ପାଇବେ।ସନ୍ତାନ ମାନଙ୍କ କାର୍ଯ୍ୟ କଳାପ କୁ ଦେଖି ଆନନ୍ଦିତ ହେବେ।ବିଦେଶ ଯାତ୍ରା କରିବାର ଯୋଗ ରହିଛି।ଅର୍ଥ ଖର୍ଚ୍ଚ କରିବାକୁ ପଡିପାରେ।ବାହାରେ ଦେଶରେ ରହୁଛନ୍ତି ଯଦି ଫେରି ପାରନ୍ତି। ବହୁତ ଚାଲିବେ।
କୁମ୍ଭ:-
ଅତ୍ୟନ୍ତ ଶୁଭ ପ୍ରଦ ରହିବ।ପୂର୍ବରୁ କୌଣସି ସମସ୍ୟା ଥିଲେ ତାହାର ସୁବିଧା ପାଇବେ।ପାରିବାରିକ ଜୀବନ ସୁଖପ୍ରଦ ହେବ।ଯାତ୍ରା ପାଇଁ କୌଣସି ସମସ୍ୟା ଥିଲେ ଦୂରୀଭୂତ ହେବ।ପେଟ ଜନିତ ସମସ୍ୟା ଦେଖା ଦେଇପାରେ।ଦାମ୍ପତ୍ୟ ଜୀବନରେ ସମସ୍ୟା ଦେଖା ଦେଇପାରେ।ନୀଳ,ସବୁଜ ଆଉ କଳା ତାଙ୍କର ବସ୍ତ୍ର ପରିଧାନ କରନ୍ତୁ।
ମୀନ:-
ପୁରୁଷ ଆଉ ମହିଳାଙ୍କ ପାଇଁ ଶୁଭ ପ୍ରଦ ରହିଛି। କର୍ମ ଜୀବନ ଅନୁକୂଳ ରହିବ। ବନ୍ଧୁ ଗ୍ରହକୁ ଆଗମନ କରିବେ। ଦୂର ଯାତ୍ରା କରିବା ପାଇଁ ସୁଯୋଗ ରହିଛି।ସଭା ସମିତି ଆନୁଷ୍ଠାନିକ କାର୍ଯ୍ୟରେ ଯୋଗଦାନ କରିବେ।ପୂର୍ବରୁ ମା ଙ୍କ ସହିତ ବା ବାପାଙ୍କ ସହିତ ଯଦି କିଛି ତିକ୍ତତା ରହିଛି ତାହା ଦୂରୀଭୂତ ହେବ।