Movie prime

ଆଜି ର ରାଶିଫଳ ୯ ତାରିଖ ସୋମବାର, ଦେଖନ୍ତୁ କାହା ଭାଗ୍ୟ ରେ ଆଜି ହାତୀ ଢାଳିବ ସୁନା କଳସ

 
Rashiphala
ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ। ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୮ ଜାନୁୟାରୀ ୨୦୨୩ ର ଦୈନିକ ରାଶିଫଳ। ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ। କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ। ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ।
୧-ମେଷ:-
ଦୂର ବାଟ ଯାତ୍ରା କରିବେ। ଖୁସି ରହିବେ। ମା'ଙ୍କ ସହିତ ସାକ୍ଷାତ ହେଇପାରେ। ପୁରୁଣା ବନ୍ଧୁ ମାନଙ୍କର ସାହଯ୍ୟ ସହଯୋଗ ରହିବ। ବିଦ୍ୟା କ୍ଷେତ୍ରରେ ମଧ୍ୟ ଭଲ ରହିଛି। କର୍ମ କ୍ଷେତ୍ରରେ ଆପଣଙ୍କର ସିନିୟର ମଧ୍ୟ ସହଯୋଗ କରିବେ। ପରିବାର ଲୋକଙ୍କ ସହିତ ଏକାଠି ବସିକି ସମୟ ବିତାଇବେ। ଶୁଭରଙ୍ଗ-ଲାଲ, ଶୁଭ ସଂଖ୍ୟା-୧। ଗୁଡ ଜଳ ଭଗବାନ ସୂର୍ଯ୍ୟଙ୍କୁ ଅର୍ପଣ କରନ୍ତୁ ଆଜିଦିନଟି ଭଲ ରହିବ। 
୨-ବୃଷ:-
ମିଠା ମିଠା କଥାରେ ଆପଣ ମାନେ ଆଜି ଅନେକଙ୍କ ହୃଦୟ ଜିତି ପାରିବେ। କିଛି ନୂଆ ଜିନିଷ ଆପଣ କିଣି ପାରନ୍ତି। ସାନ ଭାଇ ଭଉଣୀଙ୍କ ସହିତ ବହୁତ ସମୟ ବିତେଇ ପାରନ୍ତି। ବିଶେଷ କରି ଆଜି ବହୁତ ଯାତ୍ରା କରିବେ ଏବଂ ଯାତ୍ରା ମଧ୍ୟ ବହୁତ ଭଲ ରହିବ। ଆପଣଙ୍କର ମନ ପସନ୍ଦର ଖାଇବା ମିଳିଯିବ। ଶୁଭରଙ୍ଗ- ନୀଳ, ଶୁଭସଂଖ୍ୟା-୬। ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ଦିନଟି ବହୁତ ଭଲ ରହିବ ଆପଣଙ୍କ ପାଇଁ।
୩- ମିଥୁନ:-
ପରିବାର ଭିତରେ ଆଜି ବହୁତ ଗହଳି ଲାଗିରହିବ। ସାମାନ୍ୟ ଛୋଟ କଥାକୁ ନେଇ ଯଦି ମତାନ୍ତର ହେଉଛି ତାହାଲେ ସେଠି ଚୁପ୍ ରହିଯିବାଟା ଆପଣଙ୍କ ପାଇଁ ଭଲ ହେବ। ପରିବାର ଭିତରେ କୌଣସି ଗୋଟେ କଥାକୁ ଆପଣ ସହଜରେ ଗ୍ରହଣ କରିପାରିବେ ନାହିଁ ଦ୍ୱନ୍ଦ ଆସିବ ଭୟ ମଧ୍ୟ ଆସିବ ମନ ମତାନ୍ତର ହୋଇପାରେ। ଶୁଭରଙ୍ଗ - ସବୁଜ, ଶୁଭସଂଖ୍ୟା-୫। ପଶୁ ବା ପକ୍ଷୀ ମାନଙ୍କୁ କିଛି ଖାଦ୍ୟ ଦିଅନ୍ତୁ ଖାଇବାକୁ ଦିନଟି ବହୁତ ଭଲ ରହିବ।
୪-କର୍କଟ:-
 ଆପଣ କୌଣସି ଅପରିଚିତ ଲୋକଙ୍କୁ ନିଜ ନମ୍ବର ଦିଅନ୍ତୁ ନାହିଁ। ନିଜ ଘରେ ରହିବା ପାଇଁ ପସନ୍ଦ କରିବେ। ନିଜର ଲାଇଫ ଷ୍ଟାଇଲକୁ ବଦଳାଇବାକୁ ଚେଷ୍ଟା କରିବେ। ନିଜର କାର୍ଯ୍ୟ କ୍ଷେତ୍ରରେ କେମିତି ଆଗକୁ ବଢ଼ିବେ ତା ଉପରେ ମଧ୍ୟ ଅଧିକ ଧ୍ୟାନ ଦେବେ। ନିଜର ମନର କଥା ଆଉ କରୁଥିବା କାର୍ଯ୍ୟ କାହାରି ଆଗରେ ପ୍ରକାଶ କରନ୍ତୁ ନାହିଁ। ଶୁଭରଙ୍ଗ- ଧଳା, ଶୁଭଅଙ୍କ-୨। କଞ୍ଚା କ୍ଷୀର ଜଳରେ ପକାଇ ସ୍ନାନ କରନ୍ତୁ ଦିନଟି ବହୁତ ଭଲ ରହିବ।
୫-ସିଂହ:-
ଜଳଠାରୁ ଯେତେ ଦୂରେଇ ରହିବେ ସେତିକି ଭଲ। କିଛି ଖର୍ଚ୍ଚ ମଧ୍ୟ ଆଜି ହେଇପାରେ। ଗୁପ୍ତ ଶତ୍ରୁ ବୃଦ୍ଧି ପାଇବେ। ବିଦ୍ୟା କ୍ଷେତ୍ରରେ ମନ ଲାଗିବ ନାହିଁ। ଶୁଭରଙ୍ଗ- ଗୋଲାପି, ଶୁଭସଂଖ୍ୟା-୧। ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ଦିନଟି ବହୁତ ଭଲ ରହିବ।
୬-କନ୍ୟା:-
ଆଜି ଏହି ରାଶିର ବ୍ୟକ୍ତି ମାନଙ୍କର ଅର୍ଥ ପ୍ରଚୁର ପରିମାଣରେ ଆସିବ। ମନର ଇଚ୍ଛା ପୂରଣ ହେବ। ବିଦ୍ୟା କ୍ଷେତ୍ରରେ ମଧ୍ୟ ବହୁତ ଭଲ ରହିବ। କାର୍ଯ୍ୟ କ୍ଷେତ୍ରରେ ବହୁତ ଉନ୍ନତି ଦେଖା ଦେବ। ବାଧା ବିଘ୍ନ ଦୂର ହେବ। ମନସ୍କାମନା ପୂର୍ଣ୍ଣ ହେବ। ଶୁଭରଙ୍ଗ- ଆକାଶୀନୀଳ, ଶୁଭସଂଖ୍ୟା-୬। ମିଠା ଦହି ଖାଆନ୍ତୁ ଦିନଟି ବହୁତ ଭଲରେ ଯିବ।
୭.ତୁଳା:-
ଅଫିସ ନ ଗଲେ ମଧ୍ୟ ଘରେ ବସି କାମ କରିବ। ଆଜି ଆପଣ କାହାର କଷ୍ଟ ଦେଖିପାରିବେନି। ଶୁଭ ରଙ୍ଗ - ଧଳା, ଶୁଭ ସଂଖ୍ୟା- ୬। ଫିଟିକିରି ଜଳ ରେ ସ୍ନାନ କରନ୍ତୁ।
୮.ବିଛା:-
ଆପଣଙ୍କ ଭାଗ୍ୟ ଆପଣଙ୍କ ସହିତ ରହିଛି। ମନର ଇଚ୍ଛା ପୁରାଣ ହେବ। ବହୁତ୍ ଦିନରୁ ହଜି ଯାଇଥିବା ଜିନିଷ ଆପଣ ଆଜି ପାଇବେ। ଆପଣଙ୍କ ପ୍ରତି ଯଦି କିଛି ଅନ୍ୟାୟ ହେଉଥିବ ତେବେ ଆଜି ଆପଣ ଙ୍କୁ ତାର ଫଳ ମିଳିବ। ଶୁଭ ରଙ୍ଗ- ଧଳା, ଶୁଭ ସଂଖ୍ୟା-୨। ମା ଦୁର୍ଗାଙ୍କୁ ଆରାଧନା କରନ୍ତୁ।
୯.ଧନୁ:-
ଦାନ୍ତର ସମସ୍ୟା ଦେଖା ଯିବ। ମାନସିକ ଚାପ ଭିତରେ ରହିବେ। ଅର୍ଥ ଖର୍ଚ୍ଚ ହେବ। ଦ୍ଵନ୍ଦ, ଚିନ୍ତା, କଷ୍ଟ, କ୍ଳେଶ ଏହି ସମସ୍ତ ଜିନିଷ କୁ ଆପଣ ମାନେ କିଛି କିଛି ଅନୁଭବ କରିବେ। କୌଣସି ପାରିବାରିକ କଷ୍ଟ ପାଇଁ ଚିନ୍ତା ରେ ରହିବେ। ଶୁଭରଙ୍ଗ- ଲାଲ୍, ଶୁଭ ସଂଖ୍ୟା- ୧। ଭଗବାନ ନୃସିଂହ ଙ୍କୁ ଆରାଧନା କରନ୍ତୁ। 
୧୦.ମକର:- 
ବ୍ୟବସାୟ ବାଣିଜ୍ୟ ରେ ବହୁତ୍ ଉନ୍ନତି ରହିବ। ଆଜି ଆପଣଙ୍କ ପାଟନର ଙ୍କୁ କହିବେ ଗୋଟେ କଥା କିନ୍ତୁ ସିଏ କହିବେ ନାଇଁ। ବ୍ୟବସାୟରେ ଉନ୍ନତି ରହିବ। ପିଲାମାନଙ୍କର ଯଦି କୌଣସି ଖେଳରେ ଇଚ୍ଛା ଅଛି ବା ଖେଳାଳି ଅଛନ୍ତି ତେବେ ଆଜି ଦିନ ସେମାନଙ୍କ ପାଇଁ ଭଲ ଅଛି। କୌଣସି ଦମି ଜିନିଷ ଉପହାର ଆକାରରେ ଆପଣଙ୍କୁ ମିଳିପାରେ। ଏହାସହିତ ଜିଦ୍ଦି ମଧ୍ୟ ଆପଣଙ୍କର ବହୁତ୍ ବଢିବ। ପିଲାମାନଙ୍କର ପାଠ ପଢା ପ୍ରତି ମନରେ ଆଗ୍ରହ ରହିବ ନାହିଁ। ଶୁଭ ରଙ୍ଗ- ବାଦାମୀ, ଶୁଭ ସଂଖ୍ୟା - ୪। ତୁଳସୀ ପତ୍ର ପାଖରେ ରଖନ୍ତୁ। 
୧୧.କୁମ୍ଭ:- 
ଆଜି ଚିହ୍ନା ଜଣାରେ ଆପଣଙ୍କ ଶତ୍ରୁ ମିଳିବେ। ସ୍ବାସ୍ଥ୍ୟ ସମସ୍ୟା ରହିବ, ଥଣ୍ଡା ଜନିତ ସମସ୍ୟା ରହିବ। ମନରେ ବହୁତ୍ ଦ୍ଵନ୍ଦ ଉଙ୍କି ମାରିବ। ଗାଡି ଧୀରେ ଚଲେଇବେ, ନିଶାଦ୍ରବ୍ୟ ଠାରୁ ଦୂରରେ ରହିବେ। ମାନସିକ ଶାନ୍ତି କୁ ବଜାୟ ରଖିବେ। ମେଡ଼ିସିନ୍ କୁ ଠିକ୍ ସମୟରେ ଖାଇବେ। ଏବଂ ଝଗଡ଼ା କାହା ସହିତ କରିବେ ନାହିଁ। ଶୁଭ ରଙ୍ଗ- ସବୁଜ, ଶୁଭ ସାଂଖ୍ୟ - ୫। ମାଆ ବଗଳାମୁଖୀଙ୍କୁ ଆରାଧନା କରନ୍ତୁ।
୧୨.ମୀନ:- 
ଖୁସି ବହୁତ୍ ରହିବେ। ନୂତନ କାର୍ଯ୍ୟ କିଛି ଆରମ୍ଭ କରି ପାରନ୍ତି। କୌଣସି ବ୍ୟକ୍ତିଙ୍କର ସାହାଯ୍ୟ ଆପଣଙ୍କୁ ମିଳିବ। ଏକ ଦ୍ଵନ୍ଦ ଆପଣଙ୍କର ଦୂର ହୋଇଯିବ। ଲଭ ଲାଇଫ ମଧ୍ୟ ଭଲ ଅଛି। କାର୍ଯ୍ୟ କ୍ଷେତ୍ର ରେ ବହୁତ୍ ଆଗକୁ ଆଗେଇବେ।
ଏବଂ ସନ୍ତାନ ମାନଙ୍କ ସହିତ ଆପଣ ବହୁତ୍ ସୁନ୍ଦର ସମୟ କାଟିବେ। ଆଜି ଆପଣଙ୍କ ପ୍ରିୟ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହୋଇଯିବ। ଶୁଭ ରଙ୍ଗ - ଧଳା, ଶୁଭ ସଂଖ୍ୟା - ୨। କ୍ଷୀର ଏବଂ ହଳଦୀ ର ଟୀକା ମଥାରେ ଲଗାନ୍ତୁ।