Movie prime

ଶକୁନି ର ମୃ-ତ୍ୟୁ ପରେ ତାଙ୍କ ସେ ପଶାକାଠି ଏବେ କୋଉଠି

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ କୌରବ ଏବଂ ପାଣ୍ଡବ ମାନଙ୍କ ମଧ୍ୟରେ ହୋଇଥିବା ମହାଭାରତ ଯୁଦ୍ଧ ପାଇଁ ଶ୍ରୀକୃଷ୍ଣ ଙ୍କ ଚରିତ୍ର ସମେତ ଅନ୍ୟ କେତେକ ଚରିତ୍ର କୁ ମଧ୍ଯ ଦାୟୀ କରାଯାଇ ଥିଲା।
ଅନେକ କ୍ଷେତ୍ରରେ ମାମୁଁ ସଙ୍କୁନି ଙ୍କ ପାଇଁ ମହାଭାରତ ଯୁଦ୍ଧ ହୋଇଥିଲା ବୋଲି କୁହାଯାଇ ଥାଏ। ମାମୁଁ ସଙ୍କୁନି ଥିଲେ ଏକ ବହୁତ ବଡ଼ ଷଡ଼ଯନ୍ତ୍ରକାରୀ। ସେ ଧୃତ କୁଟିଳ ବୁଦ୍ଧି ଓ ଜୁଆ ଖେଳରେ ମାହିର ମଧ୍ଯ ଥିଲେ।
ସଙ୍କୁନି ବ୍ୟବହାର କରୁଥିବା ସେହି ଜୁଆ କାଠି ପଛରେ ମଧ୍ଯ ରହସ୍ୟ ଅଛି। ଗାନ୍ଧାରୀ ଏକ ଉଆଁଶି କନ୍ୟା ହୋଇଥିବାରୁ ପ୍ରଥମେ ଟଙ୍କା ବିବାହ ଏକ ଛେଳି ସହ କରଯାଇଥିଲା। ଏବଂ ଛେଳି ଟିର ମୃ-ତ୍ୟୁ ହେବା ପରେ ଗାନ୍ଧାରୀ ଧୃତରାଷ୍ଟ୍ର ଙ୍କୁ ବିବାହ କରିଥିଲେ।
ମାତ୍ର ଯେତେବେଳେ ଧୃତରାଷ୍ଟ୍ର ଜାଣିଲେ ଗାନ୍ଧାରୀ ହେଉଛନ୍ତି ଏକ ବିଧବା ବୋଲି ଏହାପରେ ସେ କ୍ରୋଧିତ ହୋଇ ଗାନ୍ଧାରୀ ଙ୍କ ପିତା ରାଜା ସୁବଳ ଓ ସଙ୍କୁନି ଙ୍କୁ କାରାଗାର ରେ ବନ୍ଦୀ କରି ରଖିଦେଲେ।
କାରାଗାରରେ ତାଙ୍କୁ କେବଳ ଗୋଟିଏ ପାତ୍ରରେ ଭାତ ଦିଆ ଯାଉଥିଲା। ରାଜା ଜଣକ ଖାଦ୍ୟ ନିଜେ ନଖାଇ ସଙ୍କୁନି ଙ୍କୁ ଖାଇବା ପାଇଁ ଦେଇ ଦଉଥିଲେ।
ଏବଂ ଗାନ୍ଧାର ରାଜା ସଙ୍କୁନି ଙ୍କୁ କହିଥିଲେ କି ସେ ମରିଯିବା ପରେ ତାଙ୍କ ଅସ୍ଥି ହାଡ଼ରେ ଏକ ଯୁଆ କାଠି ନିର୍ମାଣ କରିବା ପାଇଁ। ସେଥିରେ ସେ ଜୁଆ ଖେଳିଲେ ସେ କେବେ ହାରିବେ ନାହିଁ ଓ ସର୍ବଦା ସଙ୍କୁନି ଙ୍କ ଆଦେଶ ମାନିବ ବୋଲି ମଧ୍ୟ କହିଥିଲେ।
ଏହାପରେ ସଙ୍କୁନି ସେଭଳି ହିଁ କରିଥିଲେ। ରାଜା ଙ୍କ ଶେଷ ଇଚ୍ଛା ପୁରଣ ପାଇଁ ତାଙ୍କୁ କାରାଗାର ରୁ ମଧ୍ଯ ବାହାର କରିଦିଆ ଯାଇଥିଲା।
ଏହାପରେ ସେ ନିଜ କୁଟ ବୁଦ୍ଧି ବଳରେ ଭାଈ ଭାଈ ମଧ୍ୟରେ ବିଶ୍ବ ଯୁଦ୍ଧ କରାଇ ଦେଲେ। ଏବଂ ସେ ଜୁଆ କାଠି କେବଳ ସଙ୍କୁନି ଙ୍କ କଥା ହିଁ ଶୁଣୁ ଥିଲା। ସେଥିପାଇଁ ସେ ପାଣ୍ଡବ ମାନଙ୍କୁ ଜୁଆ ଖେଳରେ ବେଶ ସହଜରେ ହରାଇ ଦେଇଥିଲେ।
ଏହାପରେ ଆରମ୍ଭ ହୋଇଥିଲା ଯୁଦ୍ଧ। ଏହାର ପରିଣାମ ସ୍ବରୂପ କୌରବ ବଂଶ ଲୋପ ପାଇଲା ଓ ସଙ୍କୁନି ତାଙ୍କ ପ୍ରତିଶୋଧ ମଧ୍ଯ ପୁରା କରିଦେଲେ।ସଙ୍କୁନି ମଧ୍ୟ ସେହି ଯୁଦ୍ଧ ଦ୍ବାରା ନିଜ ପ୍ରାଣ ହରାଇ ବସିଲେ।