Movie prime

ବିଷ୍ଣୁ ଙ୍କୁ ଏମିତି ପୂଜା କଲେ ପ୍ରସନ୍ନ ହୁଅନ୍ତି ମା ଲକ୍ଷ୍ମୀ ଦେଖନ୍ତୁ କେମିତି ଭଗବାନ ବିଷ୍ଣୁ ଙ୍କୁ ପୂଜା କରି ମା ଲକ୍ଷ୍ମୀ ଙ୍କୁ କରିପାରିବେ ପ୍ରସନ୍ନ

 
Devotional
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଘଟଣା ବିଷୟରେ ସୂଚନା ପାଉଥିବେ । ଆଉ ଆପଣମାନେ ତ ସମସ୍ତେ ଭଗବାନଙ୍କୁ ବିଶ୍ବାସ କରୁଥିବେ ।
ଆଉ ପୂଜାର୍ଚ୍ଚନା ମଧ୍ୟ କରୁଥିବେ । ଭଗବାନଙ୍କ ପୂଜା କରିଲେ ଲୋକମାନଙ୍କୁ ଏକ ପ୍ରକାରର ଖୁସି ଏବଂ ମନରେ ଭଲ ଭାବନା ଆସିଥାଏ । ଭଗବାନଙ୍କ ପୂଜା କରିବା ଦ୍ୱାରା ଭକ୍ତି ଭାବ ଜାଗ୍ରତ ହୋଇଥାଏ ।
ଲୋକମାନେ ବିଭିନ୍ନ ଦେବଦେବୀଙ୍କୁ ପୂଜା କରିଥାନ୍ତି । ସବୁ ବାରରେ ଅଲଗା ଅଲଗା ଦେବତାଙ୍କୁ ପୂଜାପାଠ କରାଯାଏ ।
ଆଉ ଲୋକମାନେ ସବୁ ବାରରେ ମଧ୍ୟ ଅଲଗା ଅଲଗା ଦେବଦେବୀଙ୍କ ମନ୍ଦିରକୁ ପୂଜା କରିବା ପାଇଁ ମଧ୍ୟ ଯାଆନ୍ତି । ଆଉ ଲୋକମାନେ ଅନେକ ପ୍ରକାରର ପୂଜା ପର୍ବ ପାଳନ କରିଥାନ୍ତି । ସପ୍ତାହର ପ୍ରତ୍ୟେକ ଦିନ କିଛି ଦେବତାଙ୍କୁ ଉତ୍ସଗ କରାଯାଇଥାଏ ।
ପ୍ରତ୍ୟେକ ଦିନ ଅଲଗା ଅଲଗା ଦେବଦେବୀଙ୍କୁ ପୂଜା କରିବାର ମଧ୍ୟ କିଛି ବିଶେଷ କାରଣ ରହିଥାଏ । ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କୁ ସମର୍ପିତ କରାଯାଉଛି ।
ଏହି ଦିନ ବିଷ୍ଣୁ ଭଗବାନଙ୍କ ପାଇଁ ଉତ୍ସର୍ଗୀକୃତ ଅଟେ । କୁହାଯାଏ କି ଏହି ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କୁ ପୂଜା କରିଲେ ଭକ୍ତର ସବୁ ଅସୁବିଧା ଦୂର ହୋଇଥାଏ । ସେଥିପାଇଁ ଭଗବାନ ବିଷ୍ଣୁଙ୍କୁ ଶ୍ରୀ ହରି କୁହାଯାଏ । 
ଯେଉଁ ଭକ୍ତ ଭଗବାନ ଶ୍ରୀ ହରିଙ୍କୁ ପୂଜା କରନ୍ତି ତାଙ୍କର ସବୁ ଅସୁବିଧା ଦୂର ହୋଇଥାଏ । ଆଉ ଭକ୍ତ ଉପରେ ଭଗବାନ ବିଷ୍ଣୁ ପ୍ରଶ୍ନନ୍ନ ହୋଇ ତାଙ୍କୁ ଆର୍ଶୀବାଦ ଦେଇଥାନ୍ତି । ଗରୁଡ଼ ହେଉଛି ଭଗବାନ ବିଷ୍ଣୁଙ୍କ ବାହନ ଅଟେ ।
ଭଗବାନ ବିଷ୍ଣୁଙ୍କୁ ଭକ୍ତିର ସହ ଭକ୍ତ ମାନେ ପୂଜା କରିଲେ ତାଙ୍କର ସବୁ ମନୋସ୍କାମନା ପୂରଣ ହୋଇଥାଏ । ଭଗବାନ ବିଷ୍ଣୁଙ୍କୁ ପୂଜା କରିଲେ ମାତା ଲକ୍ଷ୍ମୀ ପ୍ରଶନ୍ନ ହୋଇଥାନ୍ତି । ଆଉ ଭକ୍ତମାନଙ୍କୁ ଭଲ ଫଳ ମିଳିଥାଏ ।