Movie prime

ମଣିଷ ଜୀବନରେ ସବୁଠାରୁ ମୂଲ୍ୟବାନ ଜିନିଷ କଣ ? କଣ କୁହନ୍ତି ଭଗବାନ ଶ୍ରୀକୃଷ୍ଣ ଜାଣନ୍ତୁ ଏହି ଅମୃତ କଥା

 
Devotional

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ତ ସମସ୍ତେ ଜାଣିଥିବେ ଏହି ଜୀବନ କେତେ ମୂଲ୍ୟବାନ । ଆଉ ଜୀବନ ରହିଲେ ସିନା ମଣିଷ କଣ କରିପାରିବ । ଜୀବନ ଏକ ମୂଲ୍ୟବାନ ସମ୍ପତ୍ତି ଅଟେ । ଏହାକୁ ଠିକସେ ଉପଯୋଗ କରିଲେ ଜୀବନ ଧନ୍ୟ ହୋଇଥାଏ ।

ଜୀବନରେ ଦୁଇଟି ସମ୍ପତ୍ତି ବହୁତ ମୂଲ୍ୟବାନ ଅଟେ । ଯାହାକୁ ଜାଣିବା ନିହାତି ଆବଶ୍ୟକ । ବୁଝିବା ହେଉଛି ମଣିଷର ସବୁଠାରୁ ବଡ ଜିନିଷ । ସବୁଠାରୁ ବଡ ଜ୍ଞାନ ହେଉଛି ବୁଝିବା । ବୁଝିବା ଆଉ ଶୁଣିବା ଜୀବନର ସବୁଠାରୁ ବଡ ଜିନିଷ । ଏହା ଜୀବନକୁ ପରିବର୍ତ୍ତନ କରେ । ଯଦି ହୋସ ନରୁହେ ତାହେଲେ ଅପରିଯ୍ୟାପ୍ତ ସମ୍ପତ୍ତି କଣ କାମ । 

ମଣିଷ ଜୀବନରେ ଦୁଇଟି ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ଅଛି । ଗୋଟିଏ ହେଉଛି ଶରୀର । ଶରୀର ବିନା ଜୀବନର କିଛି ଅସ୍ତିତ୍ଵ ଅସମ୍ଭବ । ଆଉ ଗୋଟିଏ ହେଉଛି ଆତ୍ମଶକ୍ତି । ଏହି ଦୁଇଟି ଯାକ ହେଉଛି ମଣିଷର ସବୁଠାରୁ ବିରାଟ ସମ୍ପତ୍ତି ।
ଏଥିରୁ ଗୋଟିଏ ସମ୍ପତ୍ତି ଯଦି ଆମ ପାଖରେ ନରୁହେ ତାହେଲେ ଆମର ବଞ୍ଚିବା ଅସମ୍ଭବ । ଏହି ଶରୀର ସେତେବେଳେ ବଞ୍ଚିବ ଯେତେବେଳେ ତାକୁ ଦୁଇଟି ଜିନିଷ ଆବଶ୍ୟକ । ଗୋଟେ ହେଲା ତାର ଚେତନା ଆଉ ଗୋଟିଏ ପୃଥିବୀ । ଶରୀର କେମିତି ବଞ୍ଚିବ ତାକୁ ଯଦି ବାୟୁ, ଜଳ, ଖାଦ୍ୟ ନମିଳେ । 
ଆମେ କେବେ ଏହି ପୃଥିବୀ କଥା ଚିନ୍ତା କରିନେ । ଖାଦ୍ୟ, ଖରା, ଜଳ, ବାୟୁ ବିନା ମଣିଷ ବଞ୍ଚିବା ଅସମ୍ଭବ । ସେଥିପାଇଁ ଆମେ ପୃଥିବୀକୁ ରକ୍ଷା କରିବା ଉଚିତ୍ । ମଣିଷର ଏକ ଅମୂଲ୍ୟ ସମ୍ପତ୍ତି ହେଉଛି ଏହି ବିଶ୍ଵ, ଏହି ପରିବେଶ । ସେଥିପାଇଁ ଜଳକୁ ବଞ୍ଚାନ୍ତୁ, ମୃତ୍ତିକାକୁ ବଞ୍ଚାନ୍ତୁ ଏହାସହ ପରିବେଶକୁ ବଞ୍ଚାନ୍ତୁ ।
ଯାହାର ଚେତନା ନାହିଁ ସେ କଣ କରିବ ସେ କିଛି କରିପାରିବ ନାହିଁ । ସେ ଅମୃତକୁ ବିଷ କରିଦେବ । ମଣିଷର ସବୁଠାରୁ ବଡ଼ ସମ୍ପତ୍ତି ଚେତନା ଅଟେ । ମଣିଷ ଭିତରେ ଚେତନା ଥିଲେ ସେ ସବୁକିଛି କରିପାରିବ । 
ତେଣୁ ମଣିଷର ସବୁଠାରୁ ବଡ଼ ସମ୍ପତ୍ତି ହେଉଛି ତାର ଆତ୍ମବୋଧ ବା ଚେତନା । ଯେଉଁ ମନୁଷ୍ୟର ଚେତନା ଥିବ ସେ ଭୁଲ କରିବ ନାହିଁ । ସେ ନିଜ ଉପରେ ସବୁବେଳେ ଆୟତ୍ତ ରଖିଥାଏ । ଶରୀର, ମନ, ମସ୍ତିସ୍କ ଉପରେ ସତ ପ୍ରତିଶତ ଏହି ଚେତନାର ଆୟତ୍ତ ଥାଏ । ସେ ଅନ୍ୟଜଣଙ୍କୁ ପରିବର୍ତ୍ତନ କରିଥାଏ ।
ଜୀବନ ବଞ୍ଚିବା ପାଇଁ ଏହି ପୃଥିବୀ ଆଉ ଚେତନା ଆବଶ୍ୟକ ଆଉ ଏହା ବହୁତ ମୂଲ୍ୟବାନ ଅଟେ । ଏହା ଜାଣିଲେ ଆମେ ଭଲରେ ବଞ୍ଚିପରିବା ଆଉ ସଂସାରକୁ ବଞ୍ଚାଇପାରିବା । ସେଥିପାଇଁ ଆମ ଦ୍ଵାରା ଯେତେ ସମ୍ଭବ ଆମେ ଏହି ପୃଥିବୀକୁ ବଞ୍ଚାଇବା ।