Movie prime

ଆଜି ର ରାଶିଫଳ, 15/01/2023 ଜାଣନ୍ତୁ କେଉଁ ରାଶି ର ଅଛି ଘାତ ବାର ଆଉ କେଉଁ ରାଶି ଉପରେ ଅଛି ଶନି ଙ୍କ ଦୃଷ୍ଟି

 
Special report
ବନ୍ଧୁଗଣ ଆଜି ହେଉଛି ୧୫ ଜାନୁଆରୀ ରବିବାର ୨୦୨୩ ମସିହା। ମାଘ ମାସ ଶୁକ୍ଳପକ୍ଷ ମକର ୨ ଦିନ। ଆଜିର ତିଥି ନକ୍ଷତ୍ର ଅଷ୍ଟମ ତିଥି ରାତ୍ର ଘ.୭/୪୬ ମି ପର୍ଯ୍ୟନ୍ତ ରହୁଛି।
ଆଜିର ନକ୍ଷତ୍ର ଚିତ୍ରା ନକ୍ଷତ୍ର ସଂଧ୍ୟା ଘ.୭/୫୦ ମି ପର୍ଯ୍ୟନ୍ତ ରହୁଛି। କନ୍ୟା ଚନ୍ଦ୍ର ସକାଳ ଘ.୭/୨୫ ମି ପର୍ଯ୍ୟନ୍ତ ରହୁଛି। ନିଷିଦ୍ଧ ଖାଦ୍ୟ ନଡ଼ିଆ ଏବଂ ରାତ୍ର ଘ.୭/୪୬ ମି ପରେ ଲାଉକୁ ଖାଦ୍ୟ ହିସାବରେ ଗ୍ରହଣ କରନ୍ତୁ ନାହିଁ। ଏବେ ଆସନ୍ତୁ ଜାଣିବା ୧୨ ଗୋଟି ରାଶି ବିଷୟରେ। 
୧:-ମେଷ ରାଶି 
ମେଷ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ସୁଖପ୍ରଦ ରହିବ। ନୂତନ ଭୂମି, ଗୃହ, ଯାନବାହନ ଘର କାରଣା ଜିନିଷ ଘରକୁ ଆଣିବେ। ପାରିବାରିକ ଜୀବନରେ ଯାହା ବାଧାବିଘ୍ନ ଥିବା ତାହା ଦୂରୀଭୂତ ହେବ।
ସନ୍ତାନଙ୍କ କାର୍ଯ୍ୟକଳାପକୁ ନେଇ ଆତ୍ମସନ୍ତୋଷ ପ୍ରକାଶ କରିବେ। ଆଜି ଦିନରେ କୌଣସି ଦୂର ସ୍ଥାନ ଯାତ୍ରା କରିବାକୁ ସୁଯୋଗ ମିଳିବ। କୌଣସି ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିବେ। ଶୁଭରଙ୍ଗ- ମେରୁନ ରଙ୍ଗ ବ୍ୟବହାର କରନ୍ତୁ ଶୁଭଫଳ ପ୍ରାପ୍ତ କରିବେ।
୨:- ବୃଷ ରାଶି
ବୃଷ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଆଜିର ଦିନଟିରେ ଉତ୍ସାହ ବଢିଯିବ। ପାରିବାରିକ ଜୀବନରେ ଯାହା ବାଧାବିଘ୍ନ ଥିବା ତାହା ଦୂରୀଭୂତ ହେବ। କର୍ମକ୍ଷେତ୍ରକୁ ନେଇ ଦୂର ସ୍ଥାନ ଯାତ୍ରା କରିବେ। ମାନସିକ ଚିନ୍ତା ଦେଖାଯାଇପାରେ।
ଦୂର ସ୍ଥାନ ଯାତ୍ରା କରିବା ସମୟରେ ଆପଣଙ୍କ ପକେଟରେ ଏକ ଧଳା ରୁମାଲ ରଖି ଯାତ୍ରା କରନ୍ତୁ ଦେଖିବେ ଶୁଭଫଳ ପ୍ରାପ୍ତି କରିବେ। ବ୍ୟବସାୟ ମାନଙ୍କ ପାଇଁ ଦିନଟି ଅନୁକୂଳ ରହିଛି। ଗୃହିଣୀ ମାନେ ଆଜିର ଦିନରେ ଉଚ୍ଚ ପ୍ରଶଂସିତ ହେବେ।
୩:- ମିଥୁନ ରାଶି
ସ୍ବାସ୍ଥ୍ୟଗତ ସମସ୍ୟାକୁ ନେଇ ସାମାନ୍ୟ ଚିନ୍ତିତ ରହିପାରନ୍ତି। ତେବେ ଆଜିର ଦିନରେ ଆପଣ ଅର୍ଥ ପ୍ରାପ୍ତି କରିବେ। ବ୍ୟବସାୟୀ ମାନେ ବ୍ୟବସାୟରେ ଅନୁକୂଳ ପ୍ରାପ୍ତି କରିବେ।
କୌଣସି ଦ୍ରବ୍ୟ ହଜି ଯାଇପାରେ ବା ନଷ୍ଟ ହେଇଯାଇପାରେ ଆପଣ ଜଗି ରଖି ଚଳନ୍ତୁ। ଆଜି ଦିନରେ ଶୁଭଫଳ ପ୍ରାପ୍ତି ପାଇଁ ସବୁଜ ନୀଳ କିମ୍ୱା ଗୋଲାପୀ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ।
୪:- କର୍କଟ ରାଶି 
ଦେହ ମନ ସଂପୂର୍ଣ୍ଣ ରୂପେ ଭଲ ରହିବ। ପାରିବାରିକ ଜୀବନରେ କୌଣସି ବାଧାବିଘ୍ନ ଥିଲେ ତାହା ଦୂରୀଭୂତ ହେବ। ମା'ଙ୍କ ଠାରୁ କୌଣସି ଉପହାର ପ୍ରାପ୍ତି କରିବେ।
ପୂର୍ବରୁ ପୈତୃକ ସମ୍ପତ୍ତିକୁ ନେଇ ବିବାଦ ଥିଲେ ତାହା ମଧ୍ୟ ଦୂରୀଭୂତ ହେବ। ଦିନଟି ଶୁଭ ରହିଛି। ଶୁଭରଙ୍ଗ- ଧଳା,ନୀଳ ଏହି ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ଦିନଟି ଶୁଭପ୍ରଦ ହେବ।
୫:-ସିଂହ ରାଶି
ପାରିବାରିକ ଜୀବନରେ କୌଣସି ମତଭେଦ ଥିଲେ ଆଜି ଦୂରୀଭୂତ ହେବ। ସାମୁହିକ କାର୍ଯ୍ୟରେ ଯୋଗଦାନ ଦେଇ ଆଶ୍ୱସ୍ତି ମନେ କରିବେ। କର୍ମରେ ଉଚ୍ଚ ପଦାଧିକାରୀଙ୍କ ସହିତ ମତଭେଦ ଦେଖା ଦେଇପାରେ। ଦୂର ଯାତ୍ରାର ଯୋଗ ଥିବାରୁ ପୂର୍ବାନୁ ସମୟରେ ଦୂର ଯାତ୍ରା କରିପାରନ୍ତି।
ସନ୍ତାନଙ୍କ କର୍ଯ୍ୟକଳାପକୁ ନେଇ ଅସନ୍ତୋଷ ପ୍ରକାଶ କରିପାରନ୍ତି। ଆଜିଦିନରେ ସିଂହ ରାତିରେ ପୁରୁଷ ଏବଂ ମହିଲାଙ୍କର ଜୀବନ ସାଥୀଙ୍କ ସହିତ ତର୍କ ବିତର୍କ କଳହ ବଢିଯାଇ ପାରେ। ଆଜି ଦିନରେ ଭଗବାନ ସୂର୍ଯ୍ୟଙ୍କୁ ଗାଧେଇ ସାରି ଜଳାଘିଅ ପ୍ରଦାନ କରନ୍ତୁ ଦିନଟି ଭଲ ଯିବ। 
୬:- କନ୍ୟା ରାଶି
କନ୍ୟା ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭପ୍ରଦ ଅଟେ। ପାରିବାରିକ ଜୀବନ ସୁଖପ୍ରଦ ହେବ। ସନ୍ତାନ ସନ୍ତତିକୁ ନେଇ ସାମାନ୍ୟ ଚିନ୍ତିତ ରହିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ପୂର୍ବରୁ କୌଣସି ଅର୍ଥ ରାଶି ପାଇବାକୁ ଚାହୁଁଥିଲେ ଆଜିର ଦିନଟିରେ ମିଳିଯିବ। ଆଜିର ଦିନଟିରେ ବ୍ୟବସାୟ ମାନେ ବ୍ୟବସାୟରେ ଶୁଭଫଳ ପ୍ରାପ୍ତି କରିବେ। ଦିନଟି ମଧ୍ୟମ ଧରଣର ଥିବାରୁ ଦିନଟିକୁ ଶୁଭରେ ପରିଣତ କରିବା ପାଇଁ ଆପଣ ମା ଦୁର୍ଗାଙ୍କୁ ଦର୍ଶନ କରନ୍ତୁ। 
୭:- ତୁଳା ରାଶି
ତୁଳା ରାଶିର ବ୍ୟକ୍ତି ବିଶେଷ କର୍ମକ୍ଷେତ୍ରକୁ ନେଇ ଦୂର ଯାତ୍ରା କରିବେ। ପାରିବାରିକ ଜୀବନ ସୁଖପ୍ରଦ ହେବ। ଦେହ ମନ ସଂପୂର୍ଣ୍ଣ ରୂପେ ସୁସ୍ଥ ରହିବ। ପରିଶ୍ରମି ହେବେ।
ନିଜର ଦୃଢ଼ ଚିନ୍ତା ଦ୍ବାରା ଆଜି ଅସାଧ୍ୟ କାର୍ଯ୍ୟକୁ ସାଧ୍ୟ କରିବେ। ଆଜିର ଦିନରେ ଅର୍ଥ ଖର୍ଚ୍ଚର ଯୋଗ ଅପରାହ୍ନ ସମୟରେ ରହିଛି। ଶୁଭରଙ୍ଗ- ଧଳା, ନୀଳ ଏବଂ ଆକାଶିଆ ରଙ୍ଗର ବସ୍ତ୍ର ପରିଧାନ କଲେ ଦିନଟି ଶୁଭ ଯିବ।
୮:- ବିଛା ରାଶି
ବିଛା ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟିରେ ମିଶ୍ରିତ ଫଳ ପ୍ରଦାନ କରିବେ। ପାରିବାରିକ ଜୀବନରେ ପୂର୍ବରୁ କିଛି ତିକ୍ତତା ଥିଲେ ତାହା ଦୂରୀଭୂତ ହେବ। ସନ୍ତାନ ହେତୁକ ଶୁଭଫଳ ପ୍ରାପ୍ତ କରିବେ।
ଆଜି ଦିନରେ ଶାଶୁ ବୋହୂଙ୍କ ମଧ୍ୟରେ କିମ୍ବା ନଣନ୍ଦ ଭାଉଜଙ୍କ ମଧ୍ୟରେ ଛୋଟ ଛୋଟ କଥାକୁ ନେଇ ଯୁକ୍ତିତର୍କ ଦେଖାଦେଇପାରେ। ଆଜି ଦିନରେ ପାଖ ପଡୋଶୀଙ୍କ ସହିତ ସାମାନ୍ୟ କଳହ ଦେଖା ଦେଇପାରେ।
ଅନ୍ୟକୁ ବିଶ୍ବାସ ବା ସାହାଯ୍ୟ କରି ପଶ୍ଚ୍ୟାତାପ କରିପାରନ୍ତି। ଦିନଟି ଶୁଭଫଳ ପ୍ରାପ୍ତି ପାଇଁ ଆପଣ ହନୁମାନ ଚାଳିଶା ପାଠ କରନ୍ତୁ। ହନୁମାନଙ୍କ ସିନ୍ଦୁର ମୁଣ୍ଡରେ ଲଗାଇ ଦୂର ଯାତ୍ରା କରନ୍ତୁ।
୯:-ଧନୁ ରାଶି
ଆୟ ବ୍ୟୟ ମୋଟାମୋଟି ସମାନ ରହିବ। ପାରିବାରିକ ଜୀବନ ମିଶ୍ରିତ ଫଳ ପ୍ରଦାନ କରିବ। ସନ୍ତାନଙ୍କ କାର୍ଯ୍ୟକଳାପକୁ ନେଇ ସାମାନ୍ୟ ଚିନ୍ତିତ ରହିବେ। ଦାମ୍ପତ୍ୟ ଜୀବନରେ ପୂର୍ବରୁ କୌଣସି ମତଭେଦ ଥିଲେ ଦୂରୀଭୂତ ହେବ।
ଆଜିର ଦିନରେ ଆପଣ ଉଚ୍ଚ ଆଶାବାଦୀ ହେବା ସହିତ କିଛି ନୂଆ କର୍ଯ୍ୟ ଆରମ୍ଭ କରିପାରନ୍ତି। ଆଜିର ଦିନରେ ଧାର୍ମିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। ଆପଣଙ୍କ ପାଇଁ ଶୁଭରଙ୍ଗ- ହଳଦିଆ, ଗୋଲାପୀ ଏବଂ ସୁନେଲି ଏହି ରଙ୍ଗର ବସ୍ତ୍ର ଦିନଟିରେ ପରିଧାନ କରନ୍ତୁ।
୧୦:- ମକର ରାଶି
ଦେହ ମନ ସଂପୂର୍ଣ୍ଣ ରୂପେ ସୁସ୍ଥ ରହିବ। ଆଜି ଦିନରେ ଆପଣ ଦୂର ସ୍ଥାନ ଯାତ୍ରା କରିବା ପାଇଁ ସୁଯୋଗ ପାଇବେ। ସନ୍ତାନଙ୍କ କାର୍ଯ୍ୟକଳାପରେ ଆପଣ ଆଶ୍ୱସ୍ତି ଲାଭ କରିବେ।
ଦୁନଟିରେ ବିଦେଶ ଯାତ୍ରା କରିବାର ସୁଯୋଗ ମିଳିବ। ଆଜି ଦିନରେ ପେଟ ଜନିତ ସମସ୍ୟା ଦେଖା ଦେଇପାରେ। ଦିନଟି ଶୁଭପ୍ରଦ ପାଇଁ ସବୁଜ, ନୀଳ ଏବଂ ଆକାଶି ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ଦିନଟି ଶୁଭପ୍ରଦ ହେବ।
୧୧:- କୁମ୍ଭ ରାଶି
କୁମ୍ଭ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ ରହିଛି। ପୂର୍ବରୁ କିଛି ବାଧାବିଘ୍ନ ଥିଲେ ତା'ର ସମାଧାନ ପାଇବେ। ପାରିବାରିକ ଜୀବନ ସୁଖପ୍ରଦ ହେବ। ଆଜି ଦିନରେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ସାମାନ୍ୟ ଯୁକ୍ତିତର୍କ ଦେଖା ଦେଇପାରେ। ଶୁଭରଙ୍ଗ ହିସାବରେ ସବୁଜ, କମଳା, ନୀଳ ବସ୍ତ୍ରକୁ ପରିଧାନ କରନ୍ତୁ ଦିନଟି ଶୁଭପ୍ରଦ ହେବ।
୧୨:- ମୀନ ରାଶି
ମୀନ ରାଶିର ମହିଳା ପୁରୁଷଙ୍କ ପାଇଁ ଦିନଟି ଶୁଭପ୍ରଦ ରହିଛି। କର୍ମ ଜୀବନ ଆପଣଙ୍କ ପାଇଁ ଅନୁକୂଳ ରହିବ। ବନ୍ଧୁ ଗୃହକୁ ଆଗମନ କରିବେ। ଆଜିର ଦିନରେ ଦୂର ଯାତ୍ରା କରିବା ପାଇଁ ସୁଯୋଗ ପାଇବେ। ସଭା ସମିତି ଅନୁଷ୍ଠାନୁକ କାର୍ଯ୍ଯରେ ଯୋଗଦାନ ଦେଇ ଗର୍ବ ଅନୁଭବ କରିବେ। ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.