Movie prime

ଶୁକ୍ରଦେବ କଲେ ରାଶି ପରିବର୍ତ୍ତନ ଏହି ରାଶି ମାନେ ପାଇବେ ପ୍ରଚୁର ଧନ Astrology World

 
Astrology

ନମସ୍କାର ପାଠକ ବନ୍ଧୁ। ଆପଣ ମାନେ ତ ଜାଣିଥିବେ ଜ୍ୟୋତିଷ ଶାସ୍ତ୍ରରେ ଗୁରୁ ଏବଂ ଶୁକ୍ର ଗ୍ରହର ସ୍ବତନ୍ତ୍ର ସ୍ଥାନ ରହିଛି। ଶୁକ୍ର ଏକ ବୈଭବର ଗ୍ରହ ହୋଇଥିବା ବେଳେ ଗୁରୁ ଗ୍ରହ ଭାଗ୍ୟ ବୃଦ୍ଧିର ଗ୍ରହ ବୋଲି କୁହାଯାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶୁକ୍ର ଗ୍ରହ ଆଜିଠାରୁ ମୀନ ରାଶିରେ ପ୍ରବେଶ କରୁଛନ୍ତି। ଏଠାରେ ଶୁକ୍ର ଗୁରୁ ସହିତ ମିଶିବେ ।

ଏମାନେ ଦୁହେଁ ୨୩ ମଇ ପର୍ଯ୍ୟନ୍ତ ଏକାଠି ରହିବେ । ଏହାର ପ୍ରଭାବ ବୃଷ, ମିଥୁନ ଏବଂ କର୍କଟ ରାଶି ପାଇଁ ଅତ୍ୟନ୍ତ ଶୁଭ ରହିବ। ଏହିସବୁ ରାଶିର ଭାଗ୍ୟ ଉଦୟ ହେବ । ତେବେ କ'ଣ ସବୁ ଶୁଭଫଳ ମିଳିବ, ତାହା ଜାଣନ୍ତୁ,

ଶୁକ୍ର ଗୁରୁ ଏକାଠି ରହିବା ଯୋଗୁଁ ବୃଷ ରାଶିର ବ୍ୟକ୍ତିମାନଙ୍କ ପାଇଁ ଶୁଭଫଳ ମିଳିବ। ଏମାନଙ୍କର ଆୟ ବୃଦ୍ଧି ହେବ । ଏହି କାରଣ ଯୋଗୁଁ ଆର୍ଥିକ ସ୍ଥିତି ମଜବୁତ ହେବ। ସ୍ବାସ୍ଥ୍ୟ ଉତ୍ତମ ରହିବ। ଶରୀର ଫୁର୍ତ୍ତି ରହିବ । ପାରିବାରିକ ସୁଖ ମଧ୍ୟ ମିଳିବ ।
ମିଥୁନ ରାଶି ଜାତକ ପାଇଁ ଏହି ମିଳନ ବହୁତ ଶୁଭ। କ୍ୟାରିଅରରେ ଉନ୍ନତି ମିଳିବ। ନୂଆ ଚାକିରି ମିଳିପାରେ । ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ । ମନ ପ୍ରସନ୍ନ ରହିବ। ଛାତ୍ର ଏବଂ ପରୀକ୍ଷାର୍ଥୀ ପ୍ରତିଯୋଗିତାରେ ସଫଳତା ପାଇବେ।
କର୍କଟ ରାଶିର ବ୍ୟକ୍ତିତ୍ୱ ପାଇଁ ବିଦେଶ ଯାତ୍ରାର ସୁଯୋଗ ରହିଛି ବୁଦ୍ଧି ଓ ବିବେକରେ ପରିବର୍ତ୍ତନ ଆଣନ୍ତୁ, କାର୍ଯ୍ୟରେ ସଫଳତା ମିଳିବ। କାର୍ଯ୍ୟକ୍ଷେତ୍ରରେ ଆଶାନୁଯାୟୀ ସଫଳତା ମିଳିବ । ଯେଉଁ କାର୍ଯ୍ୟରେ ହାତ ମାରିବେ ସେଥ୍‌ରେ ସଫଳତା ମିଳିବ। ସହଯୋଗରେ ଭଲପାଇବା ମିଳିବ। ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ ସଂପନ୍ନ ହେବ।
Astrology
ସେହିପରି ବୁଧ ଗ୍ରହ ୨୫ ଏପ୍ରିଲରୁ ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ମେଷ ରାଶି, କର୍କଟ ରାଶି, ସିଂହ ରାଶିରେ ରହିବେ ଏହା ପରେ ମିଥୁନ ରାଶିରେ ପ୍ରବେଶ କରିବେ। ବୃଷ ରାଶିକୁ ଶୁକ୍ର ଦେବଙ୍କ ରାଶି ବୋଲି କୁହାଯାଏ । ଏମିତିରେ ବୁଧ ଯେଉଁ ରାଶିରେ ଗୋଚର ହେବେ ସେହି ରାଶି ଉପରେ ବେଶ୍ ସକାରାତ୍ମକତା ପଡିବ।