Movie prime

ଶ୍ରୀକୃଷ୍ଣ ଙ୍କୁ କାହିଁକି ଧରିବାକୁ ପଡ଼ିଥିଲା ଗଧ ପାଦ ଖୁବ୍ କମ ଲୋକେ ଜାଣିଛନ୍ତି ଏହି ରହସ୍ୟର କଥା ଜାଣନ୍ତୁ କଣ ହୋଇଥିଲା ସେତେବେଳେ

 
dfd

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏକ ଲୋକ କଥା ସମ୍ପର୍କିତ କାହାଣୀ ସମ୍ଵନ୍ଧରେ କହିବାକୁ ଯାଉଛୁ ଯାହାକି ହେଉଛି “ ଆମେ ଅବା କଣ ଭଗବାନ ଶ୍ରୀକୃଷ୍ଣ ଙ୍କୁ ମଧ୍ୟ ଦିନେ ଗଧ ପାଦ ଧରିବାକୁ ପଡିଥିଲା"। ଏହି ଲୋକ କଥାର ପ୍ରକୃତ ତାତ୍ପର୍ଯ୍ୟ କଣ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ।

ଏକଦା ରାଜା ଯୁଧିଷ୍ଠିର ରାଜସ୍ବ ଯଜ୍ଞ କରିବାକୁ ଯାଉଥିଲେ ଏଥି ପାଇଁ ତାଙ୍କୁ ଏକ ଲକ୍ଷ ରାଜା ଙ୍କ ସାମିଲ୍ ହେବା ନିହାତି ଜରୁରୀ ଥିଲା । ହେଲେ ଭଗବାନ ଙ୍କୁ ଜ୍ଞାତ ହେଲା ଯେ ଦୁଷ୍ଟ ଜରାସନ୍ଧ ଏକ ଲକ୍ଷ ରୁ ଦୁଇଜଣ କମ୍ ରାଜା ଙ୍କୁ ବନ୍ଧିକରି ରଖିଛି ଓ ସେ ଏକ ଯଜ୍ଞ ମଧ୍ୟ କରୁଛି ଯେଉଁ ଥିରେ କି ସେ ରାଜା ମାନଙ୍କୁ ବଳି ପକାଇବାକୁ ଯାଉଛି।

ଏହା ଜାଣି ଶ୍ରୀକୃଷ୍ଣ ରାଜା ମାନଙ୍କୁ ମୁକୁଳେଇବା ଓ ପାପୀ ଜରାସନ୍ଧ ର ବଦ୍ଧ କରିବା ନିମନ୍ତେ ଭୀମ ଓ ଅର୍ଜୁନ ସହ ସେଠାକୁ ଗଲେ । ଜରାସନ୍ଧ ରାଜ ମହଲର ୪ଟି ଦ୍ଵାରରେ ୪ ଜଣ ଙ୍କୁ ଜାଗା ଯାଇଥିଲା ପ୍ରଥମେ ଜରାସନ୍ଧ ପୁତ୍ର ସହଦେବ ତତ୍ପରେ ଏକ ଶିମିଳି ଗଛ ଏହାପରେ ତୃତୀୟ ଦ୍ଵାରରେ ଭେରି ଓ ଚତୁର୍ଥ ଦ୍ଵାରରେ ଭେରି।

ସହଦେବ ଅତ୍ୟନ୍ତ ବୁଦ୍ଧିମାନ ଥିଲା ତାକୁ ସେହି ଦ୍ୱାରରୁ ହଟାଇବା ପାଇଁ ଶ୍ରୀକୃଷ୍ଣ ବେଦ ପାଠ କଲେ ଯଦ୍ୱାରା ସେ ସେଠାରୁ ହଟିଗଲା। ଏହାପରେ ଶୀମିଲି ବୃକ୍ଷ ଯାହାକି ଶତ୍ରୁ ପାଖକୁ ଆସିଲେ ପୁଷ୍ପ ମଣ୍ଡିତ ହୋଇଯିବ ଏବଂ ତାହା ନିକଟକୁ ଯିବା ମାତ୍ରେ ସେପରି ହିଁ ହେଲା ହେଲେ ଅର୍ଜୁନ ପାବନାସ୍ତ୍ର ପ୍ରୟୋଗ କରି ସବୁ ପୁଷ୍ପ ଝଡାଇ ଦେଲେ।

ଏହାପରେ ଆସିଲା ଭେରି ଶତ୍ରୁ ନିକଟ ବର୍ତ୍ତି ହେଲେ ଏହି ଭେରି ବାଜିବାକୁ ଲାଗିବ ଏଥିପାଇଁ କୃଷ୍ଣ ତାଙ୍କ ପଞ୍ଚଜନି ଶଙ୍ଖ ଏହି ଭେରି ମୁଖରେ ଦେଇଦେଲେ ଯଦ୍ୱାରା ଏହାର ଧ୍ଵନୀ ଶଙ୍ଖ ପରି ଶୁଣା ଗଲା। ଏହାପରେ ଚତୁର୍ଥ ଦ୍ଵାରରେ ଥିଲା ଗଧ ଯିଏକି ଶତ୍ରୁ ର ନିକଟବର୍ତ୍ତି ହେଲା ମାତ୍ରେ ଦୁଇ ଗୋଡ଼କୁ ଉପରକୁ ଟେକି ଖୁବ ଜୋରେ ଡାକିବାକୁ ଲାଗିବ ।

ଏଥିପାଇଁ ଶ୍ରୀକୃଷ୍ଣ ତା ମୁଖ ରେ ପଞ୍ଚଜନି ଶଙ୍ଖ ଦେଇଦେଲେ ଓ ତା ଗୋଡ଼ ଦୁଇଟି କୁ ମଧ୍ୟ ଧରିଦେଲେ। ଓ ସେବେ ଠାରୁ ଏହି ଲୋକ କଥା ଅଛି କି ଭଗବାନ ମଧ୍ୟ ଗଧ ପାଦ ଧରିଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.