Movie prime

ହିନ୍ଦୁ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କେଉଁ ରାଶି ସହ କେଉଁ ରାଶି ହୁଏ ରାଜ ଯୋଟକ ଜାଣନ୍ତୁ ଏହାର ସଠିକ୍ ତଥ୍ୟ

 
Vv
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମ୍ଭେମାନେ ସାଧାରଣତଃ ପୁଅ ଓ ଝିଅଙ୍କ ବିବାହ ପୂର୍ବରୁ ଜାତକମେଳକ କରି ବିବାହକାର୍ଯ୍ୟ ସମ୍ପର୍ଣ୍ଣ କରିଥାଉଁ I ଏହି ପରମ୍ପରା ଆମ ସମାଜରେ ବହୁଳଭାବେ ପ୍ରଚଳିତ।
ପ୍ରାୟ ସମ ସ୍ତେ ପୁଅ ଓ ଝିଅଙ୍କ ରାଶି ଓ ନକ୍ଷତ୍ର କୁ ଧରି ମେଳକ କରିଥାନ୍ତି। ଅଳ୍ପ କେତକ ଲୋକ ଜାତକ ମେଳକ ନକରି ସର୍ବମଙ୍ଗଳ ଜଗନ୍ନାଥ ଭାବରେ ବିବାହ କାର୍ଯ୍ୟ କରାଇଥାନ୍ତି। ରାଶି ମାନଙ୍କ ଭିତରେ କେଉଁ ରାଶି ସହିତ କେଉଁ ରାଶିର ସମ୍ବନ୍ଧ ରହିଲେ ବିବାହ ହେଇପାରେ।
Dd
ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ। ମେଷ ରାଶି ପାଇଁ ଅତ୍ୟନ୍ତ ସୁଖମୟ ମେଳକ ହେଉଛି ସିଂହ ରାଶି, ଧନୁ ରାଶି, ତୁଳା ରାଶି। ଏବଂ ଶାନ୍ତିପ୍ରଦ ମେଳକ ହେଉଛି ମିଥୁନ ରାଶି ଆଉ କୁମ୍ଭ ରାଶି।
ତେଣୁକରି ଆପଣ ଯେତେବେଳେ ମେଷ ରାଶି ସହିତ ମେଳକ ଯୋଡିବାକୁ ଚାହିଁବେ ତାହାଲେ ସିଂହ, ଧନୁ, ତୁଳା ଏବଂ ତାହାସହିତ ମିଥୁନ ଆଉ କୁମ୍ଭ ରାଶିକୁ ଯୋଡି ବିବାହ ବନ୍ଧନରେ ବାନ୍ଧି ପାରିବେ। ବୃଷ ରାଶି ସହିତ ସିଂହ, ବିଛା, କନ୍ୟା, ମକର ଏବଂ କର୍କଟ ଆଉ ମୀନ ରାଶି ବୃଷ ରାଶି ସହିତ ମ୍ୟାଚିଂ ରହିବେ।
Vv
ମିଥୁନ ରାଶି ସହିତ ତୁଳା, କୁମ୍ଭ, ଧନୁ, ସିଂହ, ମେଷ ରାଶି ଏହି ପାଞ୍ଚଟି ରାଶି ମିଥୁନ ରାଶି ପାଇଁ ରାଜଯୋଟକ ରହିବ। କର୍କଟ ରାଶି ସହିତ ବିଛା, ମୀନ, ମକର, ବୃଷ ଆଉ କନ୍ୟା ଏହି ପାଞ୍ଚଟି ରାଶି ମଧ୍ୟରେ ରାଜଯୋଟକ ରହିବ। ତେବେ ସିଂହ ରାଶି ପାଇଁ ମେଷ, କୁମ୍ଭ, ଧନୁ, ତୁଳା, ମିଥୁନ ଏହି ପାଞ୍ଚଟି ରାଶି ରାଜଯୋଟକ ରହିବ।
କନ୍ୟା ରାଶି ପାଇଁ ମକର, ବୃଷ, କର୍କଟ, ବିଛା ଏହି ଚାରୋଟି ରାଶି କନ୍ୟା ରାଶି ସହିତ ରାଜଯୋଟକ ରହିବ। ତୁଳା ରାଶି ପାଇଁ ମିଥୁନ, ମେଷ, କୁମ୍ଭ, ଧନୁ, ସିଂହ ଏହି ପାଞ୍ଚଟି ରାଶି ତୁଳା ରାଶି ସହିତ ରାଜଯୋଟକ ରହିବ।
ବିଛା ରାଶି ପାଇଁ ମୀନ, ବୃଷ, କର୍କଟ, ଧନୁ, କନ୍ୟା, ମକର ଏହି ଛଅଟି ରାଶି ସହିତ ରାଜଯୋଟକ ରହିବ। ଧନୁ ରାଶି ପାଇଁ ମେଷ, ସିଂହ, କୁମ୍ଭ, ତୁଳା ଏହି ଚାରୋଟି ରାଶି ମଧ୍ୟରେ ରାଜଯୋଟକ ରହି ପାରିବ।
ମକର ରାଶି ପାଇଁ କର୍କଟ, ବୃଷ, କନ୍ୟା, ମୀନ, ବିଛା ଏହି ପାଞ୍ଚଟି ରାଶି ମଧ୍ୟରେ ରାଜଯୋଟକ ରହି ପାରିବ। କୁମ୍ଭ ରାଶି ପାଇଁ ମିଥୁନ, ସିଂହ, ତୁଳା, ମେଷ ଆଉ ଧନୁ ଏହି ପାଞ୍ଚଟି ରାଶି ସହିତ ରାଜଯୋଟକ ରହିବ। ମୀନ ରାଶି ପାଇଁ କର୍କଟ, ବିଛା, ମକର, ବୃଷ ଏହି ଚାରି ରାଶି ସହିତ ରାଜଯୋଟକ ରହି ପାରିବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.