Movie prime

୪୦୦ ବର୍ଷ ପରେ ଘଟିଲା ଅଲୌକିକ ଘଟଣା ଦେଖନ୍ତୁ କେମିତି ଉଦ୍ଧାର ପାଇଲେ ମା

 
Fftt
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଭଗବାନଙ୍କୁ ନେଇ କିଛି ଖବର ଆସିଛି ।
ରାତିରେ ସ୍ଵପ୍ନାଦେଶ ହୋଇଥିଲା । ଆଉ ସକାଳେ ମାଟି ଫଟେଇ ବାହାରିଲା ପ୍ରାଚୀନ ମୂର୍ତ୍ତି । ଗୁମ୍ଫା ଭିତରୁ ମିଳିଲା ଦୁଇଟି ସୁନା ଆଖି ଏବଂ ଅଣ୍ଟା ପଟି । ସମସ୍ତଙ୍କ ସାମ୍ନାରେ ସ୍ଵୟଂ ବିରାଜିତ ହେଲେ ମାଆ ଠାକୁରାଣୀ । 
44
ଦୀର୍ଘ ୪୦୦ ବର୍ଷ ଧରି ମାଆ ଠାକୁରାଣୀ ଉଦ୍ଧାର ହୋଇ ପାରୁନଥିଲେ । ମାଆ ଠାକୁରାଣୀ ଉଦ୍ଧାର ହେବା ପାଇଁ ବ୍ୟସ୍ତ ବିବ୍ରତ ହୋଇ ପଡ଼ିଥିଲେ । ଆଉ ସେ ଯେଉଁ ସ୍ଥାନରେ ବାହାରିଲେ ସେହି ସ୍ଥାନ ଥିଲା ସମସ୍ତଙ୍କ ପାଇଁ ରହସ୍ୟଜନକ ।
ସେହି ସ୍ଥାନ ଆଶ୍ଚର୍ଯ୍ୟ ଜନକ ଆଉ ରହସ୍ୟ ଜନକ ଥିଲା । ସେହି ସ୍ଥାନ ସବୁବେଳେ ସୁଗନ୍ଧିତ ହେଉଥିଲା । ଆଉ ସେହି ସ୍ଥାନକୁ କେହି ଯିବାକୁ ଭୟ କରୁଥିଲେ । ଏବେ ସେଠାରେ ମାଆ ଆବିର୍ଭାବ ହୋଇଛନ୍ତି । ଆଜି ସେହି ସ୍ଥାନ ମାଆ ଠାକୁରାଣୀଙ୍କ ସ୍ଥାନ ହୋଇଛି ।
ସେହି ସ୍ଥାନ ଆଜି ହୁଳହୁଳି ଆଉ ଘଣ୍ଟ ନାଦରେ ପ୍ରକମ୍ପିତ ହୋଇଛି । ପ୍ରଥମେ ବାବାଙ୍କୁ ସ୍ବପ୍ନ ହେଲା ଆଉ ଏହାପରେ ମାଟି ଖୋଳିବା ପରେ ମାଆ ଆବିର୍ଭାବ ହେଲେ । ଏବେ ସେଠାରେ ଭକ୍ତଙ୍କ ସୁଅ ଛୁଟିଛି ।
Gy
ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ୍ ରାଣୀପଡ଼ା ଗାଁରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ଏହି ଗାଁ ଲୋକମାନେ ମାଆ ଠାକୁରାଣୀଙ୍କ ମୂର୍ତ୍ତି ବାହାର କରି ତାଙ୍କୁ ଏବେ ପୂଜାପାଠ କରୁଛନ୍ତି । ପୂର୍ବରୁ କଥା ଅଛି କି ଏଠାରେ ମାଆ ଠାକୁରାଣୀ ଅନେକ ବର୍ଷ ହେଲା ପୂଜା ପାଉଥିଲେ ।
ଗତ କିଛିଦିନ ତଳେ ବୃନ୍ଦାବନରୁ ଆସିଥିବା ଜଣେ ବାବା ପ୍ରବଚନ ଦେଉଥିଲେ ଆଉ ତାଙ୍କୁ ସ୍ୱପ୍ନାଦେଶ ହୋଇଥିଲା । ଆଉ ଏହାପରେ ମାଆ ଷୋଳରାଣୀଙ୍କ ମୂର୍ତ୍ତି ବାହାର କରି ଗ୍ରାମବାସୀ ପୂଜାପାଠ କରିଛନ୍ତି । ଏହି ସ୍ଥାନକୁ ଯିବାକୁ ଲୋକମାନଙ୍କ ପାଇଁ ରାସ୍ତା ନାହିଁ ସେଥିପାଇଁ ଗାଁ ଲୋକମାନେ ଜଙ୍ଗଲ କାଟି ସେଠାକୁ ଯିବାକୁ ରାସ୍ତା ବନାଇଛନ୍ତି ।
ଏହି ପୀଠର ଉନ୍ନତି କରିବା ପାଇଁ ଏବେ ଲୋକମାନେ ଭାବିଛନ୍ତୀ । ଆଉ ସେଥିପାଇଁ ସେହି ଗାଁ ଲୋକମାନେ ପ୍ରଶାସନ ସାହାଯ୍ୟ ମାଗିଛନ୍ତି । ଏହା ଏକ ଭଲ ପର୍ଯ୍ୟଟନ ସ୍ଥଳୀ ହୋଇପାରିବ ବୋଲି ଆଶା କରାଯାଉଛି ।