Movie prime

ଆପଣ ଅଗାଧୁଆ ତୋଳୁଛନ୍ତି କି ଫୁଲ ଦେଖନ୍ତୁ ଆଉ ଜାଣନ୍ତୁ କେଉଁଠି କରୁଛନ୍ତି ଭୁଲ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଏବେ ଏକ ଭିଡିଓ ଭାଇରାଲ ହେଉଛି ଯାହା ଦେଖିଲେ ଆପଣ ଅନେକ କଥା ଜାଣିପାରିବେ ।
ଭଗବାନଙ୍କୁ ପୂଜା କରିବା ପାଇଁ ବା ନିଜର ମନ ଇଚ୍ଛା କହିବା ପାଇଁ ଲୋକମାନେ ଭଗବାନଙ୍କ ଆଗରେ ଫୁଲ, ବେଲ ପତ୍ର ଏବଂ ଚନ୍ଦନ ଓ ସିନ୍ଦୂର ଅର୍ପଣ କରିଥାଉ । ଆମେ ଯଦି ଏହିସବୁ ଠିକ୍ ନିୟମରେ ନ କରିବା ତାହେଲେ ଭଗବାନ କୋପ କରିଥାନ୍ତି ।
ଏହି ଭିଡିଓ ମାଧ୍ୟମରେ ଆମେ ଏହିସବୁର ଠିକ୍ ନୀତି ନିୟମ ବିଷୟରେ ଜାଣିପାରିବା । ଫୁଲ, ତୁଳସୀ, ବେଲ ପତ୍ର ତୋଳିବାର କିଛି ନିୟମ ବିଷୟରେ ଆପଣ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।
କିଛି ମୁନି ଋଷି କୁହନ୍ତି ଫୁଲ ଅଗାଧୁଆରେ ତୋଳିବା ଉଚିତ୍ । ଆଉ କିଛି ମୁନି ଋଷି ଏହାକୁ ବାରଣ କରିଛନ୍ତି । ଅର୍ଥାତ୍ କିଛି ମୁନି ଋଷି କହିଥାନ୍ତି ଗାଧୋଇ ସାରିବା ପରେ ଫୁଲ ତୋଳିବା ଉଚିତ୍ । ଅଗାଧୁଆରେ ହେଉ ବା ଗାଧୋଇ କରି କିଛି ନିୟମ ପାଳନ କରି ଫୁଲ ତୋଳିଲେ ଶୁଭ ହୋଇଥାଏ ।
ଏହାକୁ ଭଗବାନ ଶ୍ରଦ୍ଧାର ସହକାରେ ଗ୍ରହଣ କରିଥାନ୍ତି । ସାଧାରଣତଃ କିଛି ଲୋକଙ୍କ ଘରେ ଫୁଲ ଗଛ ନଥାଏ । ସେଥିପାଇଁ ଲୋକମାନେ ଆଉ କାହା ଗଛରୁ ଫୁଲ ତୋଳି ଥାନ୍ତି । କାହା ଗଛରୁ ଫୁଲ ଚୋରି କରିବା ଉଚିତ୍ ନୁହେଁ ।
ଫୁଲଗଛର ମାଲିକ କିମ୍ବା ଗଛକୁ ମୁଣ୍ଡିଆ ମାରି ଅନୁରୋଧ କରି ଫୁଲ ତୋଳିବା ଉଚିତ୍ । ଅଗାଧୁଆରେ ଫୁଲ ତୋଳିବା ପୂର୍ବରୁ ରାତିରେ ପିନ୍ଧିଥିବା ପୋଷାକ ବଦଳିବା ଉଚିତ୍ । ମୁହଁ, ଗୋଡହାତ ଧୋଇ ଫୁଲ ତୋଳିବା ଉଚିତ୍ । ଆଉ ଏହାସହ କେବେ ଚପଲ ପିନ୍ଧି ଫୁଲ ତୋଳିବା ଉଚିତ୍ ନୁହେଁ ।
ସୂର୍ଯ୍ୟପରାଗ, ଚନ୍ଦ୍ରଗ୍ରହଣ ଦିନ ଅଗାଧୁଆରେ ଫୁଲ ତୋଳିବା ଉଚିତ୍ ନୁହେଁ । ଫୁଲ କଢ଼କୁ ଗୋଟେ ଦିନ ପୂର୍ବରୁ ଆଣି ରଖାଯାଇ ପୂଜା କରାଯାଏ ନାହିଁ । କେବଳ ପଦ୍ମ ଫୁଲ ଏବଂ ସ୍ଵର୍ଣ୍ଣ ଚମ୍ପା ଫୁଲ ବାସି ହୋଇନଥାଏ । ଫୁଲକୁ ପାଣି ଛିଞ୍ଚି ପୂଜା କରିପାରିବେ ।
ନିଜ ଘରେ ଫୁଲ ଗଛ ଥିଲେ ଗାଧୋଇ ସାରି ତିନୋଟି ମନ୍ତ୍ର ଗାଇ ତୋଳିବା ଉଚିତ୍ । ମନ୍ତ୍ର ହେଉଛି, ଓମ୍ ବାରୁଣାୟ ନମଃ, ଓଁ ବୋମାୟ ନମଃ, ଓଁ ପୃଥିବୀ ନମଃ । ତୁଳସୀ ପତ୍ର ଗାଧୋଇ ସାରି ତୋଳିବା ଉଚିତ୍ । ଏଭଳି ଅନେକ ନିୟମ ରହିଅଛି ସବୁ ପୂଜା ଜିନିଷର । ଏହି ଭିଡିଓ ମାଧ୍ୟମରେ ଆପଣ ଜାଣିପାରିବେ ।