Movie prime

ଅଗାଧୁଆ ଫୁଲ ତୋଳୁଛନ୍ତି କି ସାବଧାନ ! ଭୁଲ ରେ ମଧ୍ୟ କରନ୍ତୁ ନାହିଁ ଏହି ଭୁଲ ନହେଲେ ହେବ ଘୋର ପାପ

 
Special Report
ଭଗବାନ ଙ୍କୁ ପ୍ରସନ୍ନ କରି ତାଙ୍କର କୃପା ପାଇବା ପାଇଁ ଲୋକମାନେ ପ୍ରତିଦିନ ଫୁଲ,ତୁଳସୀଏବଂ ବେଲପତ୍ର ଇତ୍ୟାଦି ତୋଳିଭଗବାନ ଙ୍କୁ ଅର୍ପଣ କରିଥାଉ।ଏହାକୁ ଯଦି ନୀତି ନିୟମ ଅନୁସାରେ ନ କରିବେ ତାହେଲେ ସେସବୁ ଭଗବାନ ଗ୍ରହଣ କରନ୍ତି ନାହିଁ।
ପ୍ରସନ୍ନ ହେବା ବଦଳରେ କୋପ କରିଥାନ୍ତି।ଫୁଲ,ତୁଳସୀଏବଂ ବେଲପତ୍ର ତୋଳିବାର କିଛି ନିୟମ ରହିଛି ଯାହାକୁ ଜାଣିବା ନିହାତି ଆବଶ୍ୟକ।
ସହସ୍ର ମୁନି ଙ୍କ ର ସହସ୍ର ମତ।ଅନେକ ମୁନି ଋଷି ମାନେ କହି ଯାଇଛନ୍ତି କି ଫୁଲ କୁ ଅଗାଧୁଆ ରେ ତୋଳିବା ଭଲ ହୋଇଥାଏ। ଆହୁରି ଅନେକ ମୁନି ଋଷି ମାନେ କହି ଯାଇଛନ୍ତି କି ଫୁଲ କୁ ଗାଧୋଇ ସାରି ତୋଳିବା ଭଲ ହୋଇଥାଏ।
Special
ଅନେକ ଲୋକଙ୍କ ଘରେ ଫୁଲ ଗଛ ନଥାଏ।ଏଣୁ ସେମାନେ ଅନ୍ୟର ଗଛ ରୁ ଫୁଲ ତୋଳିଥାନ୍ତି।ଫୁଲର ଅଭାବ କାରଣରୁ ସକାଳେ ଫୁଲ ନ ତୋଳି ଏଥିପାଇଁ ଅନେକ ଲୋକ ରାତିରେ ଅଗାଧୁଆ ରେ ଫୁଲ ତୋଳି ଥାନ୍ତି।
ଶାସ୍ତ୍ର ଅନୁସାରେ ଫୁଲ କୁ କେବେ ଚୋରି କରି ଆଣିବା ଉଚିତ ନୁହେଁ।ଗଛ ମାଲିକଙ୍କ ଠାରୁ ଅନୁମତି ନେବେ।ଫୁଲ ତୋଳିବା ସମୟରେ ଚପଲ ପିନ୍ଧି ତୋଳିବା କିମ୍ବା ଶରୀରରେ ତେଲ ଲଗାଇ ଫୁଲ ତୋଳିବା ବାରଣ ରହିଛି।
ଅଗାଧୁଆ ରେ ଫୁଲ ତୋଳି ପାରିବେ କିନ୍ତୁ ହାତ, ପାଦ ଆଉ ମୁହଁ ଭଲରେ ଧୋଇ ଦେବେ।ରାତ୍ରି ସମୟରେ ପିନ୍ଧି ସୋଇଥିବା ବସ୍ତ୍ର କୁ ବଦଳାଇ ଧୁଆ ହୋଇଥିବା ବସ୍ତ୍ର ପିନ୍ଧି ଫୁଲ ତୋଳିବେ ବୋଲି ଶାସ୍ତ୍ରରେ ବର୍ଣିତ ହୋଇଅଛି।
ଏହାଛଡା ସୂର୍ଯ୍ୟ ପରାଗ,ଚନ୍ଦ୍ର ଗ୍ରହଣ ଏବଂ ଶୁଦ୍ଧି କ୍ରିୟା ଦିନ ଅଗାଧୁଆ ରେ ଫୁଲ ତୋଳିବେ ନାହିଁ।ତୁଳସୀ ପତ୍ର କୁ ଅଗାଧୁଆ ରେ ସନ୍ଧ୍ୟା ପରେ ରବିବାର ଏବଂ ସଂକ୍ରାନ୍ତି ଦିନ ତୋଳିବା ପାଇଁ ବାରଣ କରାଯାଇଛି।
ବେଲପତ୍ର କୁ ମଧ୍ୟ ଅଗାଧୁଆ ତୋଳିବା ପାଇଁ ବାରଣ କରାଯାଇଛି।ବେଲପତ୍ର କୁ ଗାଧୋଇ ସାରି ଶୁଦ୍ଧ ବସ୍ତ୍ର ପିନ୍ଧି ତୋଳିବା ଉଚିତ ହୋଇଥାଏ।ନଖ ଦ୍ଵାରା ବେଲପତ୍ର ତୋଳିବା ଉଚିତ ନୁହେଁ।ଚପଲ ପିନ୍ଧି ବେଲପତ୍ର ଧୋଇବା ଉଚିତ ନୁହେଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.