Movie prime

ଆରମ୍ଭ ହେଲା କଳ୍କୀ ଯୁଗ ! ଦେଖନ୍ତୁ ଇନ୍ଦୁ ପରେ ବିନ୍ଦୁ ର ଏହା ହେଉଛି ପ୍ରକୃତ ଅର୍ଥ

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଶୁକ୍ରବାର ସନ୍ଧ୍ୟା ଆକାଶରେ ଚନ୍ଦ୍ର ଏବଂ ତାରାର ଏକ ମହାମିଳନ ଦେଖିବାକୁ ମିଳିଛି। ଅର୍ଦ୍ଧଚନ୍ଦ୍ର ତଳେ ଏକ ତାରା ଦୃଶ୍ୟମାନ ହୋଇଛି। ଯାହା ଲୋକଙ୍କୁ ଖୁବ ଆଶ୍ଚର୍ଯ୍ୟ କରି ଦେଇଛି।
ଏହାକୁ ଲୋକମାନେ ମହାଜାଗତିକ ଦୃଶ୍ୟ ବୋଲି ମଧ୍ୟ କହିଛନ୍ତି। ତେବେ କିଛି ଲୋକ ଏହାକୁ ଶୁକ୍ର ଗ୍ରହ ବୋଲି କହୁଥିବା ବେଳେ କେହି କେହି ଏହାକୁ ତାରା ବୋଲି ମତ ରଖିଛନ୍ତି।
ତେବେ ପ୍ରକୃତରେ ଏହା କ’ଣ ସେ ନେଇ କିଛି ସ୍ପଷ୍ଟ ହୋଇ ପାରିନାହିଁ। କିନ୍ତୁ ସାରା ସୋସିଆଲ ମିଡିଆରେ ଏହାର ଫଟୋ ବର୍ତ୍ତମାନ ଭାଇରାଲ ହେଉଥିବା ବେଳେ ଏହାକୁ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି। 
ତେବେ ବନ୍ଧୁଗଣ ବର୍ତ୍ତମାନ ଦେଖା ଦେଇଥିବା ଏହି ବିରଳ ଦୃଶ୍ୟକୁ ନେଇ କହିଛନ୍ତି, ମାଳିକା ବିଶେଷଜ୍ଞ କାହ୍ନୁ ବାବା। କାହ୍ନୁ ବାବା କହିଛନ୍ତି ମହାପୁରୁଷ ଅଚ୍ୟୁତ କହିଛନ୍ତି ଯେ ଇନ୍ଦୁ ପରେ ବିନ୍ଦୁ ଦେଖା ଦେବା ହେଉଛି ପ୍ରଳୟର ସୂଚକ।
ଏହି ସମୟରେ ମ୍ଲେଛ ସଂଘାର ଲୀଳା ହେବ। ଯାହାକି ମହାପୁରୁଷ ଅଚ୍ୟୁତ କହିଛନ୍ତି। ଏବଂ ଯସମନ୍ତ ଦାସ ମଧ୍ୟ କହିଛନ୍ତି ଇନ୍ଦୁ ପରେ ବିନ୍ଦୁ ଦେଖା ଦେବା ସମୟ ଯେତେବେଳେ ଆସିବ ତାହା ହେଉଛି ପ୍ରଳୟର ସୂଚନା। 
ଯାହା କେବେ ହେଲେ ଭଲ ନୁହେଁ ବୋଲି ମହାପୁରୁଷ ଯସମନ୍ତ ମଧ୍ୟ ଏହି କଥା କହିଛନ୍ତି। ତେଣୁ ଏବେରୁ ଆମେ ସଜାଗ ହେଇ ସେହି ପାଞ୍ଚ ଶାଖାର ଆଶ୍ରୟ ନେବା କଥା ଯସମନ୍ତ ଦାସ କହିଛନ୍ତି। ଆଉ ଜଗନ୍ନାଥ ଦାସ ମଧ୍ୟ ତାଙ୍କ ଗ୍ରନ୍ଥ ଭକ୍ତି ଚନ୍ଦ୍ରିକାରେ କହିଛନ୍ତି ଇନ୍ଦୁ ପରେ ବିନ୍ଦୁ ଦେଖା ଦେବା ଭଲ ସମୟ ନୁହେଁ।
ଯାହାକି ପ୍ରଳୟର ସୂଚନା। ତେବେ ବନ୍ଧୁଗଣ ଏହି ପରି ଅନେକ କଥା ମହାପୁରୁଷ ମାନେ ଲେଖିଛନ୍ତି ବୋଲି କାହ୍ନୁ ବାବା କହିଛନ୍ତି। ତେବେ କାହ୍ନୁ ବାବା କହିଛନ୍ତି ଆଗରୁ ମଧ୍ୟ ଏହିଭଳି ଦୃଶ୍ୟ ଦେଖା ଦେଇଥିଲା। 
ହେଲେ ଯାହାକୁ ଏତେ ସ୍ପଷ୍ଟ ଭାବରେ ଦେଖା ଦେଇନଥିଲା। କିନ୍ତୁ ଏବେ ଆକାଶରେ ଦେଖା ଦେଇଥିବା ବିରଳ ଦୃଶ୍ୟ ହେଉଛି ପ୍ରଥମ। ଆଉ କାହ୍ନୁ ବାବା କହିଛନ୍ତି ଏବେ ଯେଉଁ ଆକାଶରେ ଇନ୍ଦୁ ପରେ ବିନ୍ଦୁ ଦେଖା ଦେବା ହେଉଛି ପ୍ରଳୟର ସଙ୍କେତ।
ଅନ୍ତରୀକ୍ଷ ଜ୍ଞାନ ଠାରୁ ଆରମ୍ଭ କରିକି ମହାପୁରୁଷ ମାନେ ସବୁ ବିଦ୍ୟା ଜାଣିଥିଲେ ବୋଲି କାହ୍ନୁ ବାବା କହିଛନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ କାହ୍ନୁ ବାବା କହିଥିବା କଥା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.