Movie prime

ଅକ୍ଷୟ ତୃତୀୟା ଦିନ ଘରକୁ ଆଣନ୍ତୁ କେବଳ ଏହି ଗୋଟିଏ ଜିନିସ ଆଉ ଦେଖନ୍ତୁ ଚମତ୍କାର

 
Special report
ଅକ୍ଷୟ ତୃତୀୟା ଦିନ ଏଭଳି ଏକ ଜିନିଷ ଘରକୁ ଆଣନ୍ତୁ ଯାହାଦ୍ଵାରା ଆପଣମାନେ କୋଟି ପତି ହେବେ।ହିନ୍ଦୁ ଶାସ୍ତ୍ର ଅନୁଯାୟୀ ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥି କୁ ଅକ୍ଷୟ ତୃତୀୟା ବୋଲି କହିଥାନ୍ତି।
ଏହି ତିଥି ଅତ୍ୟନ୍ତ ଶୁଭ ହୋଇଥାଏ।ଏହି ଦିନ ଦାନ କର୍ମ କୁ ବହୁତ ପୂଣ୍ୟ କର୍ମ ବୋଲି କୁହାଯାଇଥାଏ। ଏହି ଦିନ କୌଣସି କାର୍ଯ୍ୟ ର ଆରମ୍ଭ ଅନୁକୂଳ ପାଇଁ ଶ୍ରେଷ୍ଠ ହୋଇଥାଏ।ଅନନ୍ତ ଫଳଦାୟକ ହୋଇଥାଏ।
ତୃତୀୟା ଅର୍ଥାତ୍ ମାସର ତୃତୀୟ ତିଥି ଅଟେ।ଏଣୁ ଏହାର ନାମ ଅକ୍ଷୟ ତୃତୀୟା ରହିଅଛି।ଏହି ଦିନ ନୂଆ ଗାଡି କିଣିବା,ଗୃହ ପ୍ରବେଶ କରିବା, ଘର ଅନୁକୂଳ କରିବା,ସୁନା ଗହଣା କିଣିବା,
ବିବାହ,ଶ୍ରାଦ୍ଧ କାର୍ଯ୍ୟ କରିବା,ସ୍ନାନ ବା ବୁଡ଼ ପକାଇବା ଅତ୍ୟନ୍ତ ଶୁଭ ହୋଇଥାଏ।ଏହାଛଡା ଏହି ଦିନ ଯଦି କିଛି ଜିନିଷ ଘରକୁ ଆଣିବେ ତାହେଲେ ମାତା ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତୁ।
(୧)ପ୍ରଥମେ ମା ଲକ୍ଷ୍ମୀ ଙ୍କ ଚରଣ ପାଦୁକା ଆଣିବେ।ଅକ୍ଷୟ ତୃତୀୟା ଦିନ ସୁନା ର କିମ୍ବା ରୂପା ର ମା ଙ୍କ ର ପାଦୁକା ଘରକୁ ଆଣିବାର ନିୟମ ରହିଛି।ଏଣୁ ଏହି ଦିନ ସୁନା କିମ୍ବା ରୂପା ମାତା ଲକ୍ଷ୍ମୀ ଙ୍କ ପାଦୁକା ଅବଶ୍ୟ ଆଣିବା ଉଚିତ।
(୨) କଉଡ଼ି :- ମାତା ଲକ୍ଷ୍ମୀ ଙ୍କୁ କଉଡ଼ି ଅତ୍ୟନ୍ତ ପ୍ରିୟ ହୋଇଥାଏ।ଏଣୁ ଏହି ଦିନ ଘରକୁ କିଛି କଉଡ଼ି ଆଣି ହଳଦୀ କିମ୍ବା କେଶର ଗୋଳାଇ ପୂଜା ସ୍ଥାନରେ ରଖି ଏହା ନିୟମିତ ଭାବରେ ପୂଜା କରନ୍ତୁ।
(୩) ନଡ଼ିଆ :- ଏକ ଆଖିଆ ନଡ଼ିଆ ମାତା ଲକ୍ଷ୍ମୀ ଙ୍କ କୃପା ପାଇବା ପାଇଁ ଏହା ଅତ୍ୟନ୍ତ ସହାୟକ ହୋଇଥାଏ।
(୪)ମାତା ଲକ୍ଷ୍ମୀ ଙ୍କ ଫଟୋ :- ଏହି ଦିନ ମାତା ଲକ୍ଷ୍ମୀ ଙ୍କ ଫଟୋ ଘରକୁ ଆଣି ବିଧି ବିଧାନ ସହକାରେ ନିୟମିତ ଭାବରେ ପୂଜାର୍ଚ୍ଚନା କରନ୍ତୁ।
(୫) ଧାତୁ ନିର୍ମିତ କଇଁଛ:- ମାତା ଲକ୍ଷ୍ମୀ ଙ୍କ ର ବିଭିନ୍ନ ବାହନ ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି କଇଁଛ।ଧନ ର ଦେବି ମହାଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରିବା ପାଇଁ ଏହି ଦିନ ଘରକୁ ଧାତୁ ରେ ନିର୍ମିତ କଇଁଛ ଆଣନ୍ତୁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.