Movie prime

ଆପଣଙ୍କ ପେଟ ଚର୍ବି ବଢ଼ି ଯାଉଛି କି ? ତେବେ ଆଜି ହିଁ ଜାଣନ୍ତୁ ଏହାକୁ କମାଇବାର ସଠିକ୍ ପ୍ରୋସେସ

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଜୀବନଶୈଳିରେ ପରିବର୍ତ୍ତନ ଏବଂ ଖାଦ୍ୟପେୟରେ ଅନିମିତତା ଯୋଗୁଁ ମଣିଷ ଶରୀରରେ ବିଭିନ୍ନ ସମସ୍ୟା ଦେଖାଦେଇଥାଏ। ବର୍ତ୍ତମାନ ମୋଟାପଣ ଏକ ବଡ଼ ସମସ୍ୟା ପାଲଟିଛି।
ଖାସ କରି ପେଟରେ ଚର୍ବି ଜମିବାକୁ ନେଇ ଚିନ୍ତା ମଧ୍ୟ ବଢ଼ିଛି। ଅଧିକ କ୍ୟାଲୋରିଯୁକ୍ତ ଖାଦ୍ୟ, ଫାଷ୍ଟଫୁଡ୍, ଅଧିକ ମିଠା ଖାଇବା ଯୋଗୁଁ ମୋଟାପଣ ସମସ୍ୟା ଦେଖା ଦେଇଛି। ତେବେ ମୋଟା ହେବାର କାରଣ କ’ଣ? କେମିତି କମିବ ପେଟର ଚର୍ବି? 
ଏନେଇ ବିଶିଷ୍ଟ ପୁଷ୍ଟିକର ବିଶେଷଜ୍ଞ ଡାକ୍ତର ମୌସୁମୀ ମିଶ୍ର କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। ପ୍ରଥମ କାରଣ ହେଉଛି ଆଜି କାଲି ର ପିଲାମାନେ କେବଳ ଘରେ ବସି ରହୁଛନ୍ତି କୌଣସି ଶାରୀରିକ ପରିଶ୍ରମ କିମ୍ବା ଖେଳ କୁଦ ଆଦି କରୁ ନାହାନ୍ତି।
Special Report
ତେଣୁ ଘରେ ବସି ରହିବା ଏବଂ କୌଣସି କାର୍ଯ୍ୟ ନ କରିବା ଯୋଗୁଁ ମଧ୍ୟ ଚର୍ବି ବଢି ଯାଉଛି ଏବଂ ପେଟ ମଧ୍ୟ ବାହାରି ପଡୁଛି। ଦ୍ଵିତୀୟ ରେ ହେଉଛି ଅବେଳା ଏବଂ ଅଖାଦ୍ୟ ର ସେବନ। 
ଆଜିକାଲି ଅଧିକାଂଶ ଲୋକ କେବଳ ବାହାର ଜିନିଷ ତେଲ ମସଲା ଆଦି ଖାଦ୍ୟ ଖାଇବା କୁ ପସନ୍ଦ କରୁଛନ୍ତି ଏବଂ ଘର ଖାଦ୍ୟ ପସନ୍ଦ କରୁ ନାହାନ୍ତି ଏବଂ ଅବେଳା ରେ ଖାଦ୍ୟ ଖାଉଛନ୍ତି ଯାହା ଯୋଗୁଁ ସେମାନଙ୍କ ସ୍ୱାସ୍ଥ୍ୟ ଖରାପ ରହୁଛି ଏବଂ ମୋଟାପା ବଢୁଛି।
ତେବେ ଆସନ୍ତୁ ଜାଣିନେବା କିପରି କମିବ ପେଟର ଚର୍ବି। ଆପଣ ଖାଦ୍ୟ ଖାଇ ସାରି କିଛି ସମୟ ଚଲାବୁଲା କରନ୍ତୁ ସଙ୍ଗେ ସଙ୍ଗେ ଶୁଅନ୍ତୁ ନାହିଁ। ତାଛଡା ଖାଦ୍ୟ କୁ ଠିକ ସମୟରେ ଖାଆନ୍ତୁ ଏବଂ ବାହାର ଖାଦ୍ୟକୁ ଟିକେ କମ କରନ୍ତୁ। 
ଘର ଖାଦ୍ୟ କୁ ଅଧିକ ଗ୍ରହଣ କରନ୍ତୁ। ତାଛଡା ଆପଣ ପ୍ରଚୁର ପରିମାଣରେ ପାଣି ପିଅନ୍ତୁ ଏବଂ ଯୋଗ ବ୍ୟାୟାମ ସହ ସକାଳେ ଏକ୍ସସାଇଜ ମଧ୍ୟ କରନ୍ତୁ।
ଖାଇ କି ଶୋଇବା କିମ୍ବା ଘରେ ବସି ରହିବା ଏପରି ନ କରି କୌଣସି ଶାରୀରିକ ପରିଶ୍ରମ କରିବା ଆବଶ୍ୟକ। ଏହା ଦ୍ୱାରା ମଧ୍ୟ ଆପଣଙ୍କ ଫ୍ୟାଟ କମିଥାଏ। ତେବେ ଏହା ଦ୍ୱାରା ଆପଣ ନିଜର ମୋଟାପା କୁ କମାଇ ପାରିବେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.