Movie prime

ଆଜି ଠାରୁ ଆରମ୍ଭ ହେଲା ରଥ କାମ : ଅଣା ହେଲା କାଠ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆଜିର ଦିନ ହେଉଛି ପବିତ୍ର ଅକ୍ଷୟ ତୃତୀୟା। ଆଜିର ଦିନରେ କୌଣସି ପ୍ରକାରର କ୍ଷୟ ହୁଏ ନାହିଁ। ଆଜି ମହାଲକ୍ଷ୍ମୀ ଙ୍କୁ ଅକ୍ଷୟ ପେଡ଼ି ଦେଇଥିଲେ
ଯେଉଁଥିରୁ କି ଧନ କେବେ ହେଲେ ମଧ୍ୟ କ୍ଷୟ ହେବ ନାହିଁ। ଆଜିର ଦିନରେ ମଧ୍ୟ ପର୍ଶୁରାମ ଙ୍କ ଅବତାର ହୋଇଥିଲା। ଆଜିର ଦିନରେ ବ୍ରହ୍ମା ଙ୍କୁ ସ୍ଵୟଂ ଜଗନ୍ନାଥ ମହାପ୍ରଭୁ ଆଜିଠାରୁ ସେ ସୃଷ୍ଟିର ବିଜୟ ଦେଇଥିଲେ।
ଆଉ ଆମର ପାରମ୍ପାରିକ ଦୃଷ୍ଟି କୋଣରୁ ମହାପ୍ରଭୁ ଙ୍କ ଭବ୍ୟ ରଥ ନିର୍ମାଣ କାର୍ଯ୍ୟର ଆଜି ହେଉଛି ଦ୍ଵିତୀୟ ସୋପାନ। ଆଜି ମଧ୍ୟ ଏହି ରଥ ଅନୁକୂଳ କରା ଯାଇଥିଲା। ଏବଂ ଆଜିଠାରୁ ହିଁ ରଥ ତିଆରି ହେବା ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହେବ।
ମହାପ୍ରଭୁ ଙ୍କ ଦେଉଳ ନୀତି ସରିବା ପରେ , ଦ୍ୱିପ୍ରହର ଦ୍ଵୀପ ସାରିବା ପରେ ଦେଉଳରୁ ଆଜ୍ଞା ମାଳ ଆସିଥିଲା। ଏହା ପୂର୍ବରୁ ମଧ୍ୟ ନୃସିଂହ ମହାରାଜା ଙ୍କୁ ପୂଜାର୍ଚ୍ଚନା କରାଯାଇ ଥିଲା।
ଦକ୍ଷିଣ କାଳି ମନ୍ଦିରରେ ବନଯାଗ ପଦ୍ଧତିରେ ତିନୋଟି କୁରାଢି କୁ ରଖାଗଲା ଏବଂ ସେଠାରେ ହୋମ ମଧ୍ୟ କରାଯାଇ ଥିଲା। ପ୍ରଥମେ ବଳଭଦ୍ର ଙ୍କ ରଥ କାଠ ର ପୂଜାର୍ଚ୍ଚନା ହୋଇଥିଲା।
ଏହି ଭଳି ତିନୋଟି ଯାକ କାଠରେ ଦିଆ ସରିବା ପରେ ବିଶ୍ଵକର୍ମା ମାନଙ୍କ ମୁଣ୍ଡରେ ଶାଢୀ ବନ୍ଧା ଯାଇଥିଲା। ଏହା ପୂର୍ବରୁ ବିଶ୍ଵକର୍ମା ମାନଙ୍କୁ ବ୍ରାହ୍ମଣ ମାନେ ମଧ୍ୟ ବରଣ କରି ସାରିଥିଲେ। ଆଜି ମଧ୍ୟ ଏଭଳି ଭାବରେ ରଥ କାଠ ଅନୁକୂଳ କରା ଯାଇଛି।
ତେବେ ଆପଣ ମାନେ ଜାଣିଥିବେ କି ପ୍ରତ୍ୟେକ ଓଡିଆ ଙ୍କ ଘରେ ଏହି ଦିନର ଏକ ବିଶେଷ ମହତ୍ତ୍ଵ ରହିଛି। ପ୍ରତ୍ୟେକ ଓଡିଆ ମଧ୍ୟ ଏହି ଦିନକୁ ଏକ ପବିତ୍ର ଦିନ ବୋଲି ମାନି ଥାଆନ୍ତି।
ଆଉ ଏହି ଦିନ ଯେଉଁ ସବୁ କାର୍ଯ୍ୟ କରାଯାଏ ସେଥିରେ କୌଣସି ବିଘ୍ନ ଘଟେ ନାହିଁ ବୋଲି ମଧ୍ୟ ମାନ୍ୟତା ରହିଛି। ତେବେ ଅନେକ ଲୋକ ମଧ୍ୟ ସୁନା ଗହଣା କ୍ରୟ କରିଥାନ୍ତି। କାରଣ ତାଙ୍କର ବିଶ୍ଵାସ ଥାଏ ଏହି ଦିନ ସୁନା ଗହଣା କ୍ରୟ କଲେ ଧନ ବୃଦ୍ଧି ହୁଏ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.