Movie prime

ଓଡିଶା ଆସିଲେ ରାମାୟଣ ର ରାମ ଦେଖନ୍ତୁ ଆଜିବି କେମିତି ଲୋକଙ୍କ ମନରେ ରହିଛି ରାମାୟଣ ସିରିଏଲ ପ୍ରତି ଭଲ ପାଇବା

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ନିଶ୍ଚିତ ଭାବରେ ଅରୁଣ ଗୋଭିଲ ଙ୍କୁ ଜାଣିଥିବେ। ସେ ହେଉଛନ୍ତି ଏକ ଆଗ ଧାଡ଼ି ର ଅଭିନେତା। ସେ ଶ୍ରୀରାମ ଚନ୍ଦ୍ର ଙ୍କ ଭୂମିକା କୁ ଏଭଳି ଭାବରେ ଲିଭାଇ ଥିଲେ କି ଆଜି ମଧ୍ୟ ତାଙ୍କୁ ଲୋକ ମାନେ ଶ୍ରୀ ରାମଚନ୍ଦ୍ର ବୋଲି ଭାବୁ ଛନ୍ତି।
ତାଙ୍କୁ ଦେଖିବା ମାତ୍ରେ ହିଁ ଲୋକ ମାନେ ତାଙ୍କୁ ପୂଜା କରିବା ସହ ତାଙ୍କ ପାଦ ସ୍ପର୍ଶ କରି ପ୍ରଣାମ ମଧ୍ୟ କରିଥାଆନ୍ତି। ଏହି ଦୃଶ୍ୟ ଦେଖିକି ଏଭଳି ଲାଗେ କି ଏହା ଏକ ସତରେ ଶ୍ରୀ ରାମଚନ୍ଦ୍ର ଧରା ପୃଷ୍ଟ ରେ ଅବତରଣ କରିଛନ୍ତି।
ଏବେ ଦେଖିବାକୁ ମିଳିଛି କି ଅରୁଣ ଗୋଭିଲ୍ ଆସି ଭୁବନେଶ୍ଵର ଏୟାର ପୋର୍ଟ ରେ ପହଞ୍ଚି ଥିଲେ। ଏହାପରେ ଲୋକ ମାନେ ତାଙ୍କୁ ପୂଜାର୍ଚ୍ଚନା କରିବା ସହ ତାଙ୍କ ପାଦ ସ୍ପର୍ଶ କରି ପ୍ରଣାମ କରିଥିଲେ।
ଏବଂ ତାଙ୍କୁ ଫୁଲ ମାଳ ଦେଇ ତାଙ୍କୁ ସମ୍ବର୍ଦ୍ଧନା ଜଣାଇ ଥିଲେ। ଏବେ ସୋସିଆଲ ମିଡ଼ିଆରେ ଏହି ଭିଡିଓ ଖୁବ ଭାଇରାଲ୍ ହେବାରେ ଲାଗିଛି। ଏହି ସମ୍ପର୍କ ରେ ଅରୁଣ ଗୋଭିଲ କହିବାକୁ ଯାଇ କହିଛନ୍ତି କି ଲୋକ ମାନେ ତାଙ୍କୁ ନୁହେଁ ,
ବରଂ ଭଗବାନ ଶ୍ରୀ ରାମ ଙ୍କ ପ୍ରତି ଥିବା ଆସ୍ଥା ପାଇଁ ତାଙ୍କୁ ପୂଜା କରୁଛନ୍ତି। ସେ କିଛି ନୁହେଁ ସେ ହେଉଛନ୍ତି ଜଣେ ମଣିଷ ହେଲେ ଲୋକ ମାନେ ତାଙ୍କୁ ତାଙ୍କର ରାମ ଭୂମିକାରେ ଅଭିନୟ ପର ଠାରୁ ତାଙ୍କୁ ଭଗବାନ୍ ଶ୍ରୀ ରାମଚନ୍ଦ୍ର ବୋଲି ସ୍ବୀକାର କରି ନେଇଛନ୍ତି।
ତାଙ୍କର ଏକ ପ୍ରୋଗ୍ରାମ ଆସିବାକୁ ଯାଉଛି ଯାହାର ନାମ ହେଉଛି ଶୁନୋ ଶ୍ରୀ ରାମ କାହାଣୀ। ଏହି କାହାଣୀ ଟି ସମ୍ପୁର୍ଣ୍ଣ ଭାବରେ ରାମାୟଣ ଉପରେ ପର୍ଯ୍ୟବେସିତ ଅଟେ।
ଏହା ଏକ ମ୍ୟୁଜିକାଲ ପାର୍ଟ ହୋଇଥିବା ବେଳେ ଏଥିରେ ଅନେକ ଅରୁଣ ଗୋଭିଲ ଙ୍କ ମଧ୍ଯ ଏକ ମୂଖ୍ୟ ଭୂମିକା ଅଛି। ଏଭଳି ମିଡିଆ ସାମ୍ନାରେ ଅନେକ ମତ ରଖିଥିଲେ ଅରୁଣ ଗୋଭିଲ।
ଏହାପରେ ତାଙ୍କୁ ସେଠାରୁ ବାଜା ସହ ପାଛୋଟି ନେଇଥିଲେ ଲୋକ ମାନେ। ଏବଂ ତାଙ୍କୁ ବେଶ ସମ୍ମାନର ସହ ନେଇଥିଲେ। ସେ ମଧ୍ଯ ଶ୍ରୀ ଜଗନ୍ନାଥ ଙ୍କୁ ଦର୍ଶନ କରିବେ ବୋଲି ମଧ୍ୟ କହିଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.