Movie prime

କାହିଁକି ଭଲ ଲୋକମାନଙ୍କ ଜୀବନରେ ଥାଏ ଏତେ କଷ୍ଟ ଆଉ ଦୁଃଖ ଆଉ ପାପୀ ମାନେ କାହିଁକି ପାଆନ୍ତି ଏତେ ସୁଖ ଜାଣନ୍ତୁ ଏହାର ପ୍ରକୃତ ରହସ୍ୟ

 
Sadhubani
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆମ ଧର୍ମ ଶାସ୍ତ୍ର ଗୁଡିକରେ ଭବିଷ୍ୟତକୁ ନେଇ ଅନେକ ବାର୍ତା ଦିଆଯାଇଛି। ତେବେ ମାଳିକାରେ ଭବିଷ୍ୟତ ଓ ଭବିଷ୍ୟତରେ ମଣିଷର ଅବସ୍ଥା କଣ ହେବ, ସେମାନେ କେଉଁ କେଉଁ ପରିସ୍ଥିତିର ସାମ୍ନା କରିବେ ସେ ବିଷୟରେ ସୂଚନା ଦିଆଯାଇଛି। କାଳକ୍ରମେ ଧୀରେଧିରେ ସେହି ଭବିଷ୍ୟତ ବାଣୀ ଗୁଡିକ ସତରେ ବି ପରିଣତ ହେଉଛି। 
ତେବେ ବନ୍ଧୁଗଣ ଯିଏ ସଂସାର ଭିତରେ ଭଲ କାମ କରୁଛି ସେହି ବ୍ୟକ୍ତି ସର୍ବଦା ଦୁଃଖରେ ରହୁଛି। ଆଉ ଯିଏ ଅନ୍ୟାୟ କରୁଛି ସେହି ବ୍ୟକ୍ତି ସୁଖରେ ରହୁଛି। ତେବେ ପ୍ରକୃତରେ ଏହାର ରହସ୍ୟ ବିଷୟରେ ବାବା ଦିବାକର ଦାସ କହିଛନ୍ତି।
ଦୁଃଖରେ ଥିବା ଲୋକ ବେଳେବେଳେ ଭାଙ୍ଗି ପଡନ୍ତି ଆଉ ଜୀବନ ହାରିଦିଅନ୍ତି। କିନ୍ତୁ ଜାଣି ପାରନ୍ତି ନାହିଁ ପ୍ରଭୁ ଯାହା ତାଙ୍କ ପାଇଁ କରିଛନ୍ତି ଏବେ ତାହା ତାଙ୍କ ପାଇଁ କଷ୍ଟ ଦାୟକ ହେଲେ ପରେ ଆନନ୍ଦ ଦାୟକ ହୋଇଥାଏ। 
କିନ୍ତୁ ଯେଉଁମାନେ ପାପକର୍ମ କରିଚାଲିଛନ୍ତି ସେହି ମାନେ ସୁଖରେ ଅଛନ୍ତି ହେଲେ ସମୟ ଆସିବ ସେମାନଙ୍କ ଆଖିରୁ ଲୁହ ପିଛିବା ପାଇଁ କପଡ଼ା ନଥିବ। କାହିଁକି ନା ପ୍ରଥମରୁ ମଣିଷ ସୁଖ ଭୋଗ କରେ।
ତେଣୁ ଯେଉଁମାନେ ଅନ୍ୟାୟ, ଅଧର୍ମ କରୁଛନ୍ତି ପ୍ରଥରୁ ହୁଏତ ସେମାନେ ସୁଖ ଭୋଗ କରିପାରନ୍ତି। କିନ୍ତୁ ଯେଉଁ ମାନେ ଭଲ କର୍ମ ଓ ଧର୍ମ କରି କଷ୍ଟ ଭୋଗୁଛନ୍ତି ସେହିମାନେ କେବେବି ଭାଙ୍ଗି ପଡନ୍ତୁ ନାହିଁ। 
ଭାବନ୍ତୁ ଯେ ଆପଣଙ୍କର ପାପ କ୍ଷୟ ହୋଇଯାଉଛି ଯାହାକି ଆଗକୁ କିଛି ଭଲ ଘଟିବ। ତେବେ ବନ୍ଧୁଗଣ କେବେ ହେଲେ ଦୁଃଖରେ ଭାଙ୍ଗି ପଡନ୍ତୁ ନାହିଁ ଭାବନ୍ତୁ ଯେ ଆଗକୁ ଭଲ ନିଶ୍ଚିନ୍ତ ହେବ।
ଏବଂ ଦୁଃଖକୁ ନେଇ କେବେ ମଧ୍ୟ ଜୀବନ ହାରନ୍ତୁ ନାହିଁ। ବରଂ ବଞ୍ଚିକି ଏମିତି କିଛି କାର୍ଯ୍ୟ କରନ୍ତୁ ଯିଏ ଆପଣଙ୍କୁ ଦୁଃଖ ଦେଉଛି, ସିଏ ଦେଖୁ ଆପଣ କେଉଁଠି ବି ପହଞ୍ଚି ପାରନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.