Movie prime

କାହିଁକି ଏହି ମନ୍ଦିରକୁ ତିଆରି କରି ନିଜେ ଗୋଇଠା ମାରିଲେ ଭୀମ ଜାଣନ୍ତୁ ସତ

 
Tt
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଅନେକ ଅଞ୍ଚଳର ଆଉ ଅନେକ ପୌରାଣିକ କଥା ମଧ୍ୟ ଆପଣମାନେ ଜାଣି ପାରୁଛନ୍ତି ।
ଏବେ କିଛି ଖବର ଆସିଛି ଯାହା ଶୁଣିଲେ ଆପଣ ଅନେକ କିଛି ଜାଣିପାରିବେ । ଓଡ଼ିଶା ଆନ୍ଧ୍ର ସୀମାନ୍ତରେ ସବୁଜ ଜିମା ଭରା ମହେନ୍ଦ୍ର ପର୍ବତମାଳାରେ ରହିଛି ଦକ୍ଷିଣ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ସ୍ଥାନ ରହିଛି । 
Hh
ଆଉ ଏହି ପ୍ରସିଦ୍ଧ ସ୍ଥାନର ନାମ ହେଉଛି ମହେନ୍ଦ୍ରଗିରି ଶୈବ ପୀଠ । ଅନ୍ୟ ଶୈବ ପୀଠ ଠାରୁ ଏହି ସ୍ଥାନ ଭିନ୍ନ ଅଟେ । ରାଜ୍ୟର ଦର୍ଶକଙ୍କୁ ଏହି ସ୍ଥାନ ଆକର୍ଷଣ କରିଥାଏ । ଏଠାକୁ ଅନେକ ଭକ୍ତ ଆସିଥାନ୍ତି ।
ସମୁଦ୍ରପତ୍ତନ ଠାରୁ ୧୫୦୦ ମିଟର ଉଚ୍ଚରେ ରାୟଗଡ଼ା ବ୍ଲକରେ ରହିଛି ଏହି ମହେନ୍ଦ୍ରଗିରି ଶୈବ ପୀଠ । ପ୍ରତିବର୍ଷ ଅନେକ ଶ୍ରଦ୍ଧାଳୁ ଏହି ସ୍ଥାନକୁ ଆସିଥାନ୍ତି । ଶିବରାତ୍ରୀ ଦିନ ଅନେକ ଶ୍ରଦ୍ଧାଳୁ ଏଠାକୁ ଆସିଥାନ୍ତି ।
Bh
ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶିବରାତ୍ରୀ ଧୁମଧାମରେ ପାଳିତ ହୋଇଛି । ଶିବରାତ୍ରୀ ପୂର୍ବ ଦିନ ଠାରୁ ଜିଲ୍ଲା ତଥା ଜିଲ୍ଲା ବାହାରର ଶ୍ରଦ୍ଧାଳୁମାନେ ମହେନ୍ଦ୍ର ଶିଖର ଯିବାକୁ ଯାତ୍ରା ଆରମ୍ଭ କରି ଦେଇଥାନ୍ତି । ଲକ୍ଷାଧିକ ଭକ୍ତଙ୍କ ଭିଡ଼କୁ ଦେଖି ତିନିଦିନ ପାଇଁ ଏହି ମନ୍ଦିରରେ ଭକ୍ତଙ୍କ ସୁ ବନ୍ଦୋବସ୍ତ କରାଯାଇଛି ।
ଏହାର ବ୍ୟବସ୍ଥା ଠିକ୍ ଅଛି ନା ନାହିଁ ଜିଲ୍ଲାପାଳ ତଦାରଖ କରୁଛନ୍ତି । ମହା ଶିବରାତ୍ରୀରେ ପ୍ରଭୁଙ୍କ ଦର୍ଶନ ସହ ସୂର୍ଯ୍ୟୋଦୟ ଦେଖିବାକୁ ଏଠାକୁ ଭକ୍ତମାନେ ଆସିଥିଲେ ।ଚଳିତ ବର୍ଷ ଲକ୍ଷାଧିକ ଭକ୍ତଙ୍କ ଭିଡ ଜମିଥିଲା । ଲୋକକଥା ଅନୁସାରେ ସତ୍ୟଯୁଗରେ ଭଗବାନ ମହାଦେବ ଗୋ ହତ୍ୟା ଦୋଷ ରୁ ମୁକ୍ତି ପାଇବା ପାଇଁ ଏହି ପର୍ବତରେ ତପସ୍ୟା କରି ମନ୍ଦିର ପ୍ରତିଷ୍ଠା କରିଥିଲେ ।
ଦ୍ୱାପରରେ ପଞ୍ଚୁ ପାଣ୍ଡବ ଏଠାରେ ତପସ୍ୟା କରିଥିଲେ । ତ୍ରେତୟା ଯୁଗରେ ପ୍ରଭୁ ପର୍ଶୁରାମଙ୍କ ଏହା ଥିଲା ତପ ସ୍ଥଳୀ । ଏଠାରେ ଅନେକ ଶିବ ଲିଙ୍ଗ ରହିଛି ଆଉ ଏହା ପାଣ୍ଡବଙ୍କ ନାଁରେ ନାମିତ । ରାଗରେ ଭୀମ ଏହି ସ୍ଥାନରେ ଗୋଇଠା ମାରିବାରୁ ଏଠାରେ ଏକ ଫାଟ ହୋଇଥିଲା । ଏଭଳି ଅନେକ କଥା ଏହି ମନ୍ଦିରକୁ ନେଇ ଆସିଛି ।