Movie prime

ଉଦ୍ଧାର ହେଲା ବିରଳ କଥାକୁହା ସାରି ଦେଖନ୍ତୁ ଏହି ଭିଡିଓ ସବୁଆଡେ ହେଲାଣି ଚର୍ଚ୍ଚା

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଦୁନିଆରେ ଶ୍ରେଷ୍ଠ ଜୀବ ହେଉଛି ମଣିଷ। ଆଉ ମଣିଷ ଠାରେ ବୁଝିବାର ଶକ୍ତି ରହିଛି। ଯାହାଫଳରେ ମଣିଷ ପରକୁ ବି ଆପଣାର କରି ନେଇଥାଏ।
ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ଦେଖିବାକୁ ମିଳିଛି କେଉଁ ଭଳି ଶାରିଟି କଥା ହେଉଛି। ତେବେ ବନ୍ଧୁଗଣ ବର୍ତ୍ତମାନ ଦେଖିବାକୁ ମିଳୁଛି ବିରଳ ପ୍ରଜାତିର କଥାକୁହା ଶାରୀ ଉଦ୍ଧାର। 
କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଦୁଧିଆଣି ରେଞ୍ଜର ବାଟପଳସା ଗ୍ରାମର ଗୋବର୍ଦ୍ଧନ ମହାନ୍ତଙ୍କ ଘରୁ ଏକ ଶାରୀକୁ ଉଦ୍ଧାର କରିବା ସହିତ ଗୋବର୍ଦ୍ଧନ ମହାନ୍ତଙ୍କୁ ଗିରଫ କରିଛି ବନବିଭାଗ। ସୂଚନା ଅନୁଯାୟୀ ଗୋବର୍ଦ୍ଧନ ମହାନ୍ତ ଗତକିଛି ବର୍ଷ ହେବ,
Special Report
ଏକ ଶାରୀକୁ ଘରେ ରଖିବା ସହିତ ତାକୁ କଥା କହିବା ଶିଖେଇଥିଲେ। ଶାରୀଟି ଠିକ୍ ମଣିଷ ଭଳି କଥା ହେଉଥିବା ଦେଖିବାକୁ ମିଳିଛି। ଏହି ଶାରୀଟି କଥା କହୁଥିବାର କିଛି ଭିଡିଓ ସେୟାର କରିବାରୁ ବନବିଭାଗର ନଜରକୁ ଆସିଥିଲା। 
ତେବେ ଏହି ଘଟଣାଟିକୁ ଅତି ଗୁରୁତର ସହିତ ନେଇ ବନବିଭାଗର ଡିଏଫଓଙ୍କ ନିର୍ଦ୍ଦେଶରେ ଉକ୍ତ ବ୍ୟକ୍ତିଙ୍କ ଘରେ ଚଢ଼ାଉ କରିଛନ୍ତି। ଏବଂ କଥା କୁହା ଶାରୀ ସହିତ ମାଲିକ ଗୋବର୍ଦ୍ଧନ ମହାନ୍ତଙ୍କୁ ବନବିଭାଗ ଗିରଫ କରିବାରେ ସକ୍ଷମ ହୋଇଥିଲା।
ଗିରଫ ଗୋବର୍ଦ୍ଧନ ମହାନ୍ତଙ୍କୁ ବନ୍ୟଜନିତ ସଂରକ୍ଷଣ ଆଇନ ଦ୍ୱାରା କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି ଦୁଧିଆଣି ରେଞ୍ଜର ଅଧିକାରୀ। 
ତେବେ ଶାରୀଟିକୁ କେଉଁଠି ରଖାଯିବ ସେ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍ପତି ନିଆଯାଇ ନାହିଁ। ତେବେ ବନ୍ଧୁଗଣ ଶାରୀ ଶୁଆ ପୋଷିବା ବେଆଇନ। ମାତ୍ର ବନବିଭାଗ ବନ୍ୟା ଜନ୍ତୁ,
ବନ୍ୟା ପକ୍ଷୀ ନପୋଷିବା ପାଇଁ ଜନସାଧାରଣରେ କେତେ ସଚେତନ କରିଛନ୍ତି। ସଚେତନ କାର୍ଯ୍ୟକ୍ରମ ବହୁତ୍ କମ୍ ହେଉଥିବାରୁ ଲୋକେ ସଚେତନ ହେଇପାରୁନଥିବା ଜନସାଧାରଣରେ ଆଲୋଚନା ହେଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.