Movie prime

ଅନେକ ଲୋକ ଜାଣି ନାହାନ୍ତି ଏହି କଥା ବ୍ରହ୍ମଙ୍କୁ ଖୋଜିଲେ ମିଳିବେ ପୂଜିଲେ ନୁହେଁ ! ଦେଖନ୍ତୁ ସତ କଣ

 
Viral news
ଆଧ୍ୟାତ୍ମିକତା ର ସର୍ବୋଚ୍ଚ ପ୍ରାପ୍ତି ହେଲା ମୁକ୍ତି।ମୁକ୍ତି ପ୍ରାପ୍ତ କରିବା ବି ଅନୁଚିତ ହେବ।ମୁକ୍ତି କୁ ଆପଣମାନେ ପାଇବେ ନାହିଁ,ମୁକ୍ତି କୁ ବୁଝିବେ।ମିଥ୍ୟା ବନ୍ଧନ ରୁ ନିଜକୁ ମୁକ୍ତ କରିବା ହିଁ ମୁକ୍ତି ହୋଇଥାଏ।
ଅସତ୍ରୁ ସତ୍ୟ କୁ ଚିହ୍ନିବା ହିଁ ମୁକ୍ତି।ବିଦ୍ୟାରୁ ଅଜ୍ଞାନ ରୁ ସତ ତତ୍ତ୍ଵ କୁ ବୁଝିବା ହିଁ ମୁକ୍ତି।ଯେଉଁ ମୁହୂର୍ତ୍ତରେ ଆପଣ ଆତ୍ମା କୁ ଚିହ୍ନି ଦେଲେ,ନିଜ ସ୍ୱରୂପ କୁ ଜାଣି ଦେଲେ ଆପଣ ମୁକ୍ତ ହୋଇଯିବେ।
ଆତ୍ମା ଏକ ଥିଲେ,ଆତ୍ମା ଏକ ଅଛନ୍ତି ଆଉ ଆତ୍ମା ଏକ ହିଁ ରହିବେ।ସେ ଏକ ଶକ୍ତି ବିଭିନ୍ନ ଶରୀରକୁ,ବିଭିନ୍ନ ଆକାର ଆକୃତି କୁ ଧାରଣ କରି ଏ ସଂସାର ରେ ପରିଚାଳନା ହେଉଛନ୍ତି।ଆପଣମାନେ ଦେଖିଥିବେ ସମୁଦ୍ର ରେ ଅନେକ ଲହଡ଼ି ଅଛନ୍ତି।
କେଉଁ ଲହଡ଼ି ଛୋଟ ଆଉ କେଉଁ ଲହଡ଼ି ବଡ଼, କେଉଁ ଲହଡ଼ି ର ଆକାର କିପରି କିନ୍ତୁ ଏସବୁ ହେଉଛି ପାଣି।ପାଣି ହିଁ ବିଭିନ୍ନ ଲହଡ଼ି ରୂପରେ ଯେମିତି ସମୁଦ୍ର ଭିତରେ ପାଣିର ଲୀଳା ରଚାଇ ଥାଏ ଠିକ୍ ସେହିପରି ଆତ୍ମା ଏକ ହିଁ ଅଛନ୍ତି।
ଏ ସମ୍ପୂର୍ଣ୍ଣ ସଂସାର କୁ ଯଦି ଦୁଇ ଭାଗରେ ବିଭକ୍ତ କରିବେ ତାହେଲେ ଗୋଟିଏ ହେଲା ଆତ୍ମା ଆଉ ଗୋଟିଏ ହେଉଛି ଅନାତ୍ମା।ଆତ୍ମା ମାନେ ସତ୍ୟ।ଆଉ ଅନତ୍ମା ହେଲା ମିଥ୍ୟା।ଆତ୍ମା ମାନେ ନିତ୍ୟ,ଆଉ ଅନାତ୍ମା ହେଲେ ଅନିତ୍ୟ।
ଆତ୍ମା କୁ ଯଦି ବୁଝିବାକୁ ଚେଷ୍ଟା କରିବା ତାହେଲେ ସତ୍, ଚିତ୍ ଆନନ୍ଦ ସ୍ୱରୂପ।ଯିଏ ଦେଶ,କାଳ ,ବସ୍ତୁ ର ଉର୍ଦ୍ଧରେ ଅଛନ୍ତି।ଯିଏ ସତ୍ୟ,ଯିଏ ନିତ୍ୟ,ଯିଏ ସନାତନ ସିଏ ହେଲେ ଆତ୍ମା।
ଅନାତ୍ମା ହେଉଛନ୍ତି ସିଏ ଯେଉଁମାନେ ପରିବର୍ତ୍ତନ ହେଉଛନ୍ତି।ବ୍ରହ୍ମା ଙ୍କୁ ଖୋଜିଲେ ମିଳିବେ ପୂଜିଲେ ନୁହେଁ।ଯିଏ ପରିବର୍ତନ ହେଉଛନ୍ତି ସେ ହେଉଛନ୍ତି ଅନାତ୍ମା।ସିଏ ମାୟା।ଯିଏ ପରିବର୍ତନ ହେଉ ନାହାନ୍ତି ସେ ନେଇଛନ୍ତି ଆତ୍ମା।ଶରୀର ପ୍ରତି ମୁହୂର୍ତ୍ତ ରେ ପରିବର୍ତନ ହୋଇଥାଏ।
ଛୋଟ ବେଳ ଠାରୁ ଆଜି ଯାଏଁ ଅନେକ ଆକାର ଆକୃତି ନେଇଛି।ଭବିଷ୍ୟତ ରେ ଆଉ କେତେ ଆକାର ଆକୃତି ନେବ।ଯେହେତୁ ଶରୀର ପରିବର୍ତନ ହେଉଛି ତାହା ଆତ୍ମା ନୁହେଁ,ଶରୀର ଅନାତ୍ମା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.