Movie prime

ଆପଣ ଜୀବନରେ ଥରେ ଜାଣିବା ଦରକାର ଦୁଦୁରା ଚେରର ଚମତ୍କାର ଅନେକ ଲୋକ ଜାଣି ନାହାନ୍ତି ଏହି ଗୁପ୍ତ ରହସ୍ୟ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ କିଛି ଅନୁଚିନ୍ତା ବିଷୟରେ ଜାଣିପାରିବେ । ଯାହା ଆପଣଙ୍କ କାମରେ ଆସିବ ।
ଯଦି ଆପଣଙ୍କ ଉପରେ ଦାରିଦ୍ର୍ୟ, ଦୁଃଖ କଷ୍ଟ ଆସୁଥାଏ ଆଉ ଧନ ଆସୁ ନାହିଁ ଏବଂ ଧନ ଆସିବାର ସମସ୍ତ ମାର୍ଗ ବନ୍ଦ ହୋଇଯାଇଛି । ଆପଣଙ୍କ ଉପରେ କରଜର ଭାର ରହିଛି । ଆପଣଙ୍କ ଶତ୍ରୁ ଆପଣଙ୍କର କ୍ଷତି କରୁଛି ।
ଏହି ସବୁ ସମସ୍ୟା ଆପଣଙ୍କ ଜୀବନରେ ଦେଖା ଯାଉଥିଲେ ଆପଣ କଳା ଦୁଦୁରା ଗଛ ଦେଖି ଦିଅନ୍ତୁ । ବାସ୍ତୁଶାସ୍ତ୍ର ଅନୁସାରେ ଏହି କଳା ଦୁଦୁରା ଫୁଲକୁ ମାତା ଲକ୍ଷ୍ମୀଙ୍କୁ ଅର୍ପଣ କରି ତାଙ୍କ ବୀଜ ମନ୍ତ୍ର ଗାଇଲେ ଧନର ଆଗମନ ହୋଇଥାଏ ଏବଂ ମାତା ଲକ୍ଷ୍ମୀଙ୍କ କୃପା ମିଳିଥାଏ ।
ଏହି ଗଛର ପତ୍ର ଯଦି ଭଗବାନ ଶିବଙ୍କୁ ଅର୍ପଣ କରାଯାଏ ତାହେଲେ ଜୀବନର କଷ୍ଟ ଦୂର ହୋଇଥାଏ । ଯଦି କୌଣସି ବ୍ୟକ୍ତିର ନବ ଗ୍ରହ ସ୍ଥିତି ଠିକ୍ ନଥାଏ ତାହେଲେ ଏହି ଗଛର ଫୁଲ ଭଗବାନ ଶନିଦେବଙ୍କୁ ଅର୍ପଣ କରି ବୀଜ ମନ୍ତ୍ର ଗାଇଲେ ଗ୍ରହ ଶାନ୍ତି ହୋଇଥାନ୍ତି । 
ଭଗବାନ ଶିବ ସୃଷ୍ଟିକୁ ବଞ୍ଚାଇବା ପାଇଁ ଯେତେବେଳେ ବିଷ ପାନ କରିଥିଲେ ସେତେବେଳେ ସେହି ବିଷରୁ ଦୁଇ ବୁନ୍ଦା ପଡ଼ି ଏହି ଗଛର ଉତ୍ପତ୍ତି ହୋଇଥିଲା । ଏହି ଗଛ ଭଗବାନ ଶିବଙ୍କର ପ୍ରିୟ ହୋଇଥାଏ । ଆଗକୁ ଓଡ଼ିଆ ନବବର୍ଷ ଆସୁଅଛି ।
ଆଉ ମାସରେ ଚାରିଟି ଶୁକ୍ରବାର ଦିନ ଧଳା ଦୁଦୁରା ଫୁଲ ଆଣି ସକାଳ ୭ ରୁ ୯ ଟା ସମୟରେ ମାତା ଲକ୍ଷ୍ମୀଙ୍କୁ ପୂଜା କରି ଏହି ଧଳା ଦୁଦୁରା ଅର୍ପଣ କରନ୍ତୁ ଆଉ ଦୀପ ଲଗାନ୍ତୁ ଆଉ ଶ୍ରୀ ହିଂ ଜପ କରନ୍ତୁ । ଏହାଦ୍ବାରା ଆପଣଙ୍କ ପାଖରେ ଧନର ଅଭାବ କେବେ ହେବ ନାହିଁ । 
ଯଦି ଆପଣ କଷ୍ଟ, ରୋଗରେ ଅଛନ୍ତି ତାହେଲେ ନୀଳ ରଙ୍ଗର ଦୁଦୁରା ଫୁଲ ଆଣି ତିନୋଟି ସୋମବାର ଦିନ ସକାଳୁ ସ୍ନାନ ସାରି ଶିବ ମନ୍ଦିର ଯାଆନ୍ତୁ । ଆଉ ତମ୍ବା ପାତ୍ର ଅର୍ଥାତ୍ ଲୋଟାରେ ପାଣି ନେଇ ନୀଳ ଦୁଦୁରା ଫୁଲ
ଗୋଟିଏ ଆଉ ପତ୍ର ଗୋଟିଏ ନେଇ ଭଗବାନ ଶିବଙ୍କୁ ଅର୍ପଣ କରନ୍ତୁ । ଆଉ ଏହାସହ ଓମ୍ ନମଃ ଶିବାୟ ମନ୍ତ୍ର ୫୦୩ ଥର ଜପ କରନ୍ତୁ । ଏହା କରିଲେ ଆପଣଙ୍କ ଜୀବନର ସବୁ ସମସ୍ୟା ଦୂର ହୋଇଯିବ ଏବଂ ରୋଗ ଭଲ ହୋଇଯିବ । 
ଆପଣଙ୍କ ଦୁର୍ଭାଗ୍ୟ ସୌଭାଗ୍ୟରେ ବଦଳାଇବାକୁ ଚାହୁଁଥିଲେ ଚାରିଟି ଶନିବାର ଦିନ କଳା ଦୁଦୁରା ଫୁଲକୁ ସନ୍ଧ୍ୟା ସମୟରେ ସ୍ନାନ କରି ଏକ ଲୋଟା ପାଣି ଏବଂ କଳା ଦୁଦୁରା ଫୁଲ ଏବଂ ଘିଅର ଦୀପ ନିଅନ୍ତୁ । ପାଣିକୁ ଓସ୍ତ ଗଛ ମୂଳରେ ଅର୍ପଣ କରନ୍ତୁ ।
ଏହାପରେ ଶନିଦେବଙ୍କୁ ଫୁଲ ଚଢ଼ାନ୍ତୁ ଆଉ ଦୀପ ଲଗାନ୍ତୁ । ଏହା କରିଲେ ଆପଣଙ୍କ ସବୁ ସମସ୍ୟା ଦୂର ହୋଇଯିବ । ଏଭଳି ଅନେକ ଉପାୟ ଏହି ଭିଡିଓ ମାଧ୍ୟମରେ ଆପଣ ଜାଣିପାରିବେ ।