Movie prime

ଏହି ହେଉଛି ସେହି ଗୀତ ଯେଉଁଥିପାଇଁ ନମିତା ଅଗ୍ରୱାଲଙ୍କୁ ମୋଦୀ କଲେ ଏତେ ପ୍ରଶଂସା ଦେଖନ୍ତୁ ସୋସିଆଲ ମିଡିଆରେ VIRAl ହେଉଛି ଏହି ଭିଡିଓ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ହେବାକୁ ଥିବା ପ୍ରଭୁ ଶ୍ରୀରାମଙ୍କ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ନେଇ ସାରା ଦେଶ ଚଳଚଞ୍ଚଳ ହୋଇଉଠିଛି। ସହରର ବିକାଶ ପାଇଁ ସରକାର ହଜାର ହଜାର କୋଟି ଟଙ୍କାର ଉନ୍ନୟନମୂଳକ ପ୍ରକଳ୍ପ ଆରମ୍ଭ କରିଛନ୍ତି,
Special Report
ଯଦ୍ବାରା ଭବ୍ୟ ତଥା ନୂତନ ଅଯୋଧ୍ୟା ସ୍ୱପ୍ନ ସାକାର ହୋଇପାରିବ। ମନ୍ଦିରର ଉଦଘାଟନ ପରେ ଅଯୋଧ୍ୟା ବିଶ୍ୱର ସବୁଠୁ ବଡ଼ ପର୍ଯ୍ୟଟନ ସ୍ଥଳୀ ମଧ୍ୟରୁ ଅନ୍ୟତମ ଭାବେ ଉଭା ହେବ। ଏବଂ ଏହା ଏକ ବୃହତ ଆର୍ଥିକ କ୍ରୀୟାଶୀଳ କେନ୍ଦ୍ରରେ ପରିଣତ ହେବ ବୋଲି କୁହାଯାଉଛି। 
ପ୍ରତିଷ୍ଠା ଉତ୍ସବ ପୂର୍ବରୁ ସମସ୍ତ ନୀତିକାନ୍ତି ସହିତ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହା ମଧ୍ୟରେ ରାମଲଲାଙ୍କ ସାଙ୍କେତିକ ପ୍ରତିମୂର୍ତ୍ତି କ୍ରେନ ସାହାଯ୍ୟରେ ମନ୍ଦିର ପରିସରରେ ପହଞ୍ଚିଛି।
Special Report
ଆଜି ପ୍ରଭୁଙ୍କ ଦିବ୍ୟ ପ୍ରତିମୂର୍ତ୍ତିକୁ ମନ୍ଦିର ଗର୍ଭଗୃହରେ ସ୍ଥାପନ କରାଯିବ ବୋଲି ସୂଚନା ମିଳିଛି। ତେବେ ଏହା ମଧ୍ୟରେ ଓଡ଼ିଶାବାସୀଙ୍କ ପାଇଁ ଆସିଛି ଏକ ଖୁସି ଖବର। ରାଜ୍ୟର ଅନ୍ୟତମ ସ୍ୱନାମଧନ୍ୟା ଗାୟିକା ନମିତା ଅଗ୍ରୱାଲ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। 
ନମିତା ଗାଇଥିବା ଏକ ଓଡ଼ିଆ ଶ୍ରୀରାମ ଭଜନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ଶେୟାର କରିଛନ୍ତି । ଆଗକୁ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଥିବାବେଳେ ତା’ ପୂର୍ବରୁ ବିଭିନ୍ନ ଭାଷାରେ ଅନେକ ରାମ ଭଜନ ରିଲିଜ୍ ହେଉଥିବା ଦେଖାଯାଉଛି।
Special Report
ନମିତାଙ୍କ କଣ୍ଠରୁ ନିସୃତ ଏହି ରାମ ଭଜନ ଶୁଣିବାକୁ ବେଶ୍ ହୃଦୟସ୍ପର୍ଶୀ ହୋଇଛି। ସେଥିପାଇଁ ପ୍ରଧାନମନ୍ତ୍ରୀ ଏହାକୁ ତାଙ୍କର ଟ୍ୱିଟର ହ୍ୟାଲେଣ୍ଡରେ ଶେୟାର କରିଛନ୍ତି। 
ଏହା ନିଶ୍ଚିତ ଭାବେ ରାଜ୍ୟବାସୀଙ୍କ ପାଇଁ ଏକ ଖୁସିର ବିଷୟ। "ଅଯୋଧ୍ୟା ନଗରୀ ନାଚେ ରାମଙ୍କୁ ପାଇ" ଗୀତଟିକୁ ନିମିତା ଗାଇଥିବା ବେଳେ ତାହାକୁ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସରୋଜ ରଥ।
ଏହି ପୋଷ୍ଟକୁ ଦେଖିବା ପରେ ଓଡ଼ିଶା ସମେତ ଦେଶ-ବିଦେଶର ଅନେକ ୟୁଜର୍ସ ବିମୁଗ୍ଧ ହୋଇଛନ୍ତି। ଏହି ଅବସରରେ ମୋଦୀ କ୍ୟାପସରେ ଲେଖିଛନ୍ତି, ‘ସାରା ଦେଶରେ ପ୍ରଭୁ ଶ୍ରୀରାମଙ୍କ ପ୍ରତି ଭକ୍ତିଭାବ ଅତୁଟ ରହିଛି। ଆପଣମାନେ ବିଭିନ୍ନ ଭାଷାରେ ରାମଙ୍କ ଉପରେ ଆଧାରିତ ଅନେକ ଭଜନ ପାଇବେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.