Movie prime

ଗଛରେ ବାହାରିଲେ ଠାକୁରାଣୀ ଦେଖନ୍ତୁ ଯିଏ ଆସିଲେ ହାଣିବାକୁ ସେ ମୃ-ତ୍ୟୁ ବରଣ କଲେ Exclusive

 
Special report
ନମସ୍କାର ପାଠକ ବନ୍ଧୁ l ଗଛ ରହିଲା ରାସ୍ତା ଘୁଞ୍ଚିଲା, ଏମିତି କିଛି ଘଟଣା ଘଟିଛି ରେଢ଼ାଖୋଲ ଛକ ବଡ ହିନ୍ଦୋଲ ଗାଁରେ l ଆପଣ ଏହି ଭିଡିଓଟିକୁ ଦେଖି ଭାବୁଥିବେ ଏଇ ଗଛ ମୂଳେ ବୋଧ ହୁଏ କୌଣସି ଦେବା ଦେବୀଙ୍କ ମନ୍ଦିର ରହିଛି l
 ନହେଲେ ଏଠାରେ କୌଣସି ମଠ ବା ଆଶ୍ରମ ଅଛି l କାରଣ ମନ୍ଦିର ପରି ଏଠି ପୂଜାର୍ଚ୍ଚନା ଓ ଭଜନ କୀର୍ତ୍ତନ ଚାଲିଛି l ହେଲେ ଏଠାରେ କୌଣସି ମନ୍ଦିର ନାହିଁ l ହେଲେ ଏହି ଗଛ ମୂଳରେ ଗାଁ ଲୋକେ ପୂଜା କରନ୍ତି ଏକ ଦେବୀ ମାଙ୍କୁ l
 ମା ପନ୍ଥେଇ ଦେବୀ ସେ l ସେଠାକାର ଲୋକ ଙ୍କର ମା ଙ୍କ ପାଖେ ବଡ ବିଶ୍ୱାସ ଦେଖିବାକୁ ମିଳେ l ସେମାନେ ମାଙ୍କୁ ବହୁତ ମାନନ୍ତି ଏବଂ ପୂଜାର୍ଚ୍ଚନା ମଧ୍ୟ କରନ୍ତି l
ଆଉ ମା ମଧ୍ୟ ବିପଦ ଆପଦରେ ଲୋକ ଙ୍କୁ ସାହା ହୁଏ ବୋଲି ସ୍ଥାନୀୟ ବାସିନ୍ଦା କୁହନ୍ତି l ମା ପନ୍ଥେଇ ଦେବୀ ଯାହା ଯିଏ ମାଗେ ତାହା ପାଇଯାଏ l
ଏଇ ରାସ୍ତା ଉପରେ ଏକ ବିରାଟ କାୟ ବର ଗଛ ଦେଖିବାକୁ ମିଳେ l ଜାତୀୟ ରାଜ ପଥ ନିର୍ମାଣ ସମୟରେ ରାସ୍ତା ଆଗରେ ପଡୁଥିବା ବିଭିନ୍ନ ଗଛ କଟା ହୋଇଯିବାର ଆମ୍ଭେ ମାନେ ଦେଖିଥାଉ l
ହେଲେ ଏଠାରେ ସେପରି କିଛି ଘଟିନି l କଟା ଯାଇନି ଏ ବିଶାଳ ବର ଗଛଟିକୁ l ଆପଣମାନେ ଭାବୁଥିବେ ତାହାଲେ ଗଛ ନକଟା ହେବା ପଛରେ କାହାର ହାତ ରହିଛି???
କାହାର କଥା ସରକାରଙ୍କ ଆଗରେ ତ ରଖାଯାଏନି, ତେବେ ଏ ସ୍ଥାନୀୟ ଲୋକ ଙ୍କ କଥାରେ କଣ କିଏ ଗଛ ନ କାଟିକି ରାସ୍ତାକୁ ଅଲଗା ବାଟରେ ନେଇଯାଇ ପlରେ??? ଏପରି କିଛି କୌତୁହଳ ପୂର୍ଣ୍ଣ ପ୍ରଶ୍ନ ମନରେ ଉଙ୍କି ମାରୁଥିବ ନିଶ୍ଚୟ l
ସରକାରଙ୍କ ତରଫରୁ ବିଭିନ୍ନ ଲୋକ ଆସିକି ଗଛ କାଟିବାରେ ହୋଇଛନ୍ତି ଅସଫଳ l ୩ ଜଣ ଲୋକେ ଏଇ ଗଛ କାଟିବାକୁ ଆସି ମୃ-ତ୍ୟୁ ବରଣ କରିଛନ୍ତି l
ତେଣୁ ଏକଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ନିରାଟ ସତ୍ୟ l ତେବେ ତାକୁ ଅବମାନନା କରିହେବନି l ତେଣୁ ଭଗବାନ ଙ୍କ ସ୍ୱରୂପ ଯେ ଏହି ଧରା ପୃଷ୍ଠରେ ଅବର୍ତ୍ତିନ୍ନ ତାହା ବୁଝିବାରେ ବିଳମ୍ବ ଆଉ ନାହିଁ l ଏଠାରେ ଜାତୀୟ ରାଜ ପଥର ଚାରି ଥାକିଆ ରାସ୍ତା ନିର୍ମାଣ ହେବ l
ଗଛ କାଟିବାକୁ ଆସିଥିବା ସବୁ ଗାଡି ଖରାପ ହେଇଯାଉଛି ବୋଲି ଏକଥା ଗାଡିର ମାଲିକ ମାନେ କୁହନ୍ତି l ମା ପନ୍ଥେଇ ଏଠି ରାସ୍ତା ପାଇଁ ଜାଗା ଦଉନି ବୋଲି କୁହାଯାଏ l
ତେଣୁ ରାସ୍ତା କାମ ପ୍ରାୟ ଛଅ ବର୍ଷ ହେବ ବନ୍ଦ ରହିଛି l କାମ ନେଇଥିବା କମ୍ପାନୀ କୁ କୁଆଡେ ମା ସ୍ୱପ୍ନା ଦେଶ ଦେଇଛନ୍ତି ଆଉ ସେମାନେ କାମ ଛାଡି ସେଠି ମନ୍ଦିର ତୋଳିବାକୁ ନିଷ୍ପତି ନେଇଛନ୍ତି l ଆଉ ରାସ୍ତାଟି ତାର ଗତି ବଦଳାଇ ଆଗକୁ ଯିବ ବୋଲି ଯନ୍ତ୍ରୀ ଜଣକ କହିଛନ୍ତି l