Movie prime

ଘନୀଭୂତ ହେବାକୁ ଲାଗିଲାଣି ବାତ୍ୟା : ୧ ତାରିଖ ରୁ ଉପକୂଳ ରେ ମାଡ ହୋଇ ତାଣ୍ଡବ କରିବ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଣ୍ଡମାନ ସାଗରର ଲଘୁଚାପ ଲୋ ପ୍ରେସର୍ ରେ ପରିଣତ ହୋଇ ଯାଇଛି। ଦକ୍ଷିଣ ପୂର୍ବ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଆଣ୍ଡମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଆଜି ଏହା ସଦୃଶ ଲଘୁଚାପ ରେ ପରିଣତ ହୋଇ ଯାଇଛି।
Special Report
ଏହା ଆହୁରି ଘନୀଭୂତ ହୋଇ ଅବପାତ ରେ ପରିଣତ ହେବାର ସମ୍ଭାବନା ଥିବା ବେଳେ ୪୮ ଘଣ୍ଟା ମଧ୍ୟରେ ତାହା ବାତ୍ୟାରେ ପରିଣତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୁଚନା ମିଳିଛି।
ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫ ରୁ ଏହା ସୁଚନା ମିଳିଛି। ହେଲେ ଏବେ ଯାହା ସୁଚନା ମିଳିଛି ସେଭଳି କିଛି ଭୟଭୀତ ହେଲା ଭଳି ସୂଚନା ମିଳି ନାହିଁ।
ଏବଂ ଯାହା ବର୍ତ୍ତମାନ୍ ପର୍ଯ୍ୟନ୍ତ ସୁଚନା ମିଳିଛି ଦକ୍ଷିଣ ଆଣ୍ଡମାନ ସାଗର ରେ ଯେଉଁ ଲଘୁଚାପ ସୃଷ୍ଟି ହୋଇଛି ଏହାର ପ୍ରଭାବରେ ୫ ତାରିଖ ପରେ ଦକ୍ଷିଣ ଓଡ଼ିଶାରେ ଯେତିକି ଜିଲ୍ଲା ରହିଛି ମାଲକାନଗିରି , ଗଜପତି, ରାୟଗଡ଼ା, ନବରଙ୍ଗପୁର କିମ୍ବା କନ୍ଧମାଳ , Special Report
ସେଠାରେ ବର୍ଷା ହୋଇ ପାରେ। ଅନେକ ଜାଗାରେ ଏବେ ଫସଲ କଟା ଚାଲିଥିବା ବେଳେ ଅନେକ ସ୍ଥାନରେ ଫସଲ କଟା ମଧ୍ୟ ସରି ସାରିଲାଣି। କିଛି ସ୍ଥାନରେ କପା ଏବଂ ଅନ୍ୟ ଫସଲର ଅମଳ ମଧ୍ୟ ସରି ଯାଇଛି।
ଆଉ ଯଦି ଅମଳ ହୋଇ ସାରିଛି ତେବେ ତାହାକୁ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ମଧ୍ୟ କୃଷି ବିଭାଗ ତରଫ ରୁ ପରାମର୍ଶ ମିଳିଛି। କେହି ମଧ୍ଯ ଭୟଭୀତ ହେବାର ଆଦୌ ଆବଶ୍ୟକତା ନାହିଁ।
ବାତ୍ୟା ର ରୂପ ନେବା ପରେ ଏହାର ତୀବ୍ରତା ଓ ଗତିପଥ କଣ ରହିବ ଏନେଇ କୌଣସି ପ୍ରକାରର ଆକଳନ କରାଯାଇ ନାହିଁ। ଅବପାତ ସୃଷ୍ଟି ହେବା ପରେ ମଧ୍ଯ ତାହା ଉତ୍ତର ପଶ୍ଚିମ ଦିଗକୁ ଗତି ମଧ୍ୟ କରିବ।
ବର୍ତ୍ତମାନ୍ ସୁଦ୍ଧା ଏହା ସାମୁଦ୍ରିକ ଝଡ଼ର ରୂପ ନେବାର ମଧ୍ୟ ସମ୍ଭାବନା ରହିଛି। ହେଲେ ଏବେ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳି ପାରି ନାହିଁ। ଆଉ କୁହା ଯାଉଛି ଏହା ଓଡ଼ିଶା ଉପରେ ବିଶେଷ ପ୍ରଭାବ ପକାଇବ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.